Ludhiana Robbery Incident: ପଞ୍ଜାବର ଲୁଧିଆନାରେ ହୋଇଥିବା ୮.୪୯ କୋଟି ଡକାୟତି ମାମଲାରେ ପୋଲିସ (Police) ଓ କାଉଣ୍ଟର ଇଣ୍ଟେଲିଜେନ୍ସ ୱିଙ୍ଗକୁ ବଡ଼ ସଫଳତା ମିଳିଛି। ଡାକୁ ହସିନା ମନଦୀପ କୌର ଓ ତା'ର ସ୍ୱାମୀ ଜସବିନ୍ଦର ସିଂକୁ ଉତ୍ତରପ୍ରଦେଶ (Uttar pradesh)ରୁ ଗିରଫ କରାଯାଇଛି। ୧୦୦ ଘଣ୍ଟା ମଧ୍ୟରେ ପୋଲିସ ଏହି ମାମଲାର ଖୁଲାସା କରିବ ବୋଲି ପ୍ରତିଶ୍ରୁତି ଦେଇଛି । ୫ ଅଭିଯୁକ୍ତଙ୍କୁ ଗିରଫ (Arrest) କରାଯାଇସାରିଛି । ଏବେ ଡକାୟତିର ମାଷ୍ଟରମାଇଣ୍ଡକୁ ମଧ୍ୟ ପୋଲିସ ଧରିଛି । ଲୁଧିଆନା ପୋଲିସ କମିଶନର ମନଦୀପ ସନ୍ଧୁ ଏହି ସୂଚନା ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଡକାୟତମାନେ କ୍ୟାସ୍ ଭ୍ୟାନରେ ଟଙ୍କା ଚୋରୀ କରି ପଳାଇଥିଲେ


ଜୁନ୍ ୨, ଶୁକ୍ରବାର ମଧ୍ୟରାତ୍ରିରେ, ୮ ରୁ ୧୦ ଜଣ ଡକାୟତ ଲୁଧିଆନାର ରାଜଗୁରୁ ନାଗରେ ଏଟିଏମରେ ନଗଦ ଜମା କରୁଥିବା ଏଜେନ୍ସି CMS କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଅସ୍ତ୍ରଶସ୍ତ୍ରର ଦେଖାଇ ସେମାନେ ଉଭୟ ସୁରକ୍ଷା କର୍ମୀ (security guard) ଓ ଅବଶିଷ୍ଟ କର୍ମଚାରୀଙ୍କୁ ଏକ କୋଠରୀରେ ତାଲା ପକାଇ ମୋବାଇଲ୍ ମଧ୍ୟ ଭାଙ୍ଗିଥିଲେ । ଏହା ପରେ CMS କାର୍ଯ୍ୟାଳୟରେ ସ୍ଥାପିତ ସେନସର ତାର ଗୁଡ଼ିକ ମଧ୍ୟ କାଟି ଦେଇଥିଲେ । ଏହା ପରେ CMS କାର୍ଯ୍ୟାଳୟରେ ରଖାଯାଇଥିବା ଭ୍ୟାନ୍‌ରେ ପ୍ରାୟ ୮.୪୯ କୋଟି ନେଇ ଭଡକାୟତମାନେ ପଳାଇ ଯାଇଥିଲେ।


ମୁଲାପୁର ଡ଼ାଖାରୁ ମିଳିଥିଲା କ୍ୟାସ ଭ୍ୟାନ୍ 
ପରଦିନ ଲୁଧିଆନାର ମୁଲାପୁର ଡାଖାରୁ ସିଏମଏସ କାର୍ଯ୍ୟାଳୟରୁ ଚୋରି ହୋଇଥିବା କ୍ୟାସ ଭ୍ୟାନ (Cash van)କୁ ପୋଲିସ ଉଦ୍ଧାର କରିଥିଲା। କିନ୍ତୁ ସେତେବେଳେ ଏହି କ୍ୟାସ ଭ୍ୟାନରେ ନଗଦ ଟଙ୍କା ନଥିଲା। ଏହି ଘଟଣା ପରେ ପୋଲିସ ୬୦ ଘଣ୍ଟା ମଧ୍ୟରେ ଡକାୟତି ଯୋଜନାରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପଞ୍ଜାବ ପୋଲିସ ଡିଜିପି (police dgp) ଗୌରବ ଯାଦବ ନିଜେ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ୫ ଅଭିଯୁକ୍ତ ଗିରଫ ହେବା ପରେ ପୋଲିସ ଜାଣିବାକୁ ପାଇଥିଲା ଯେ ଲୁଧିଆନା ଡକାୟତିର ସଂଯୋଗ ବର୍ଣ୍ଣାଲ ସହର ସହ ଜଡିତ। ଏହି ଡକାୟତିର ମୁଖ୍ୟ ଷଡଯନ୍ତ୍ରକାରୀ ହେଉଛି ବର୍ଣ୍ଣାଲର ମନଦୀପ କୌର ।


ଗୋଲାପୀ ଜୋତାରୁ ହେଲା ଚିହ୍ନଟ 


ଲୁଧିଆନା ପୋଲିସ୍ କମିଶନର (Ludhiana police commissioner) ସୂଚନା ଦେଇଛନ୍ତି ଯେ, ଡାକୁ ହସେନା ଡଡକାୟତି ପରେ ହରିଦ୍ୱାର ଓ ଶ୍ରୀ ହେମକୁନ୍ତ ସାହିବଙ୍କୁ ଧାର୍ମିକ ତୀର୍ଥଯାତ୍ରା କରିଛନ୍ତି। ଏହା ପରେ ଯେତେବେଳେ ପଞ୍ଜାବ ପୋଲିସ ଏହି ଡକାୟତିରେ ସମ୍ପୃକ୍ତ ଅଭିଯୁକ୍ତ ମନଦୀପ କୌର ଏବଂ ତାଙ୍କ ସ୍ୱାମୀ ଜସବିନ୍ଦର ସିଂକୁ ଖୋଜୁଥିଲା ସେତେବେଳେ ଡକାୟତି ସଫଳ ହୋଇଛି ବୋଲି ଉଭୟ ଖୁସି ହୋଇଥିଲେ। ସେ କହିଛନ୍ତି ଯେ ଯେତେବେଳେ ଅଭିଯୁକ୍ତ ତୀର୍ଥଯାତ୍ରା ସମୟରେ ଗ୍ଲୁକୋଜ ପିଇବା ପାଇଁ ନିଜ ରେନକୋଟ୍ କାଢିଥିଲେ, ସେହି ଧାର୍ମିକ ତୀର୍ଥଯାତ୍ରାରେ ଥିବା ପଞ୍ଜାବ ପୋଲିସର ଦୁଇଜଣ କର୍ମଚାରୀ ସେମାନଙ୍କ ଉପରେ ସନ୍ଦେହ କରିଥିଲେ। ଏହା ପରେ ସେମାନେ ତାଙ୍କ ସମ୍ପର୍କୀୟଙ୍କ ସୂଚନାରୁ ଡାକୁ ହାସିନାର ପୋଷାକ ଚିହ୍ନଟ କରି ମୋନା ଏବଂ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଥିଲେ।


AAP ର ବରିଷ୍ଠ ଯୁବକର୍ମୀ ଲୁଧିଆନା ଡକାୟତିର ମାଷ୍ଟରମାଇଣ୍ଡ 


ଲୁଧିଆନାରେ ୮.୪୯ କୋଟି ଟଙ୍କା ଲୁଟର ମାଷ୍ଟରମାଇଣ୍ଡ ମନଜିନ୍ଦର୍ ସିଂ ଛଦ୍ମନାମ ମଣି ପଞ୍ଜାବ ପୋଲିସ ଦ୍ୱାରା ଗିରଫ ହୋଇସାରିଛି। ଗତ ୪ ବର୍ଷ ଧରି ମଣି ସିଏମ୍ଏସ୍ କମ୍ପାନୀର ଗାଡି ଚଳାଉଥିଲେ । ଯେତେବେଳେ ପିଟିସି ସାମ୍ବାଦିକ ନବୀନ ଶର୍ମା ଅଭିଯୁକ୍ତ ମଣିଙ୍କ ଗାଁ ଆବୁୱାଲରେ ପହଞ୍ଚିଥିଲେ, ସେତେବେଳେ ଗ୍ରାମବାସୀ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଥିଲେ। ପିଲାଦିନରୁ ଦେଖିଥିବା ମଣି ଏତେ ବଡ ଡାକୁ ହୋଇଯାଇଛି ବୋଲି ସେମାନେ ବିଶ୍ବାସ କରିପାରିନଥିଲେ


Also read- ସୀତା ମାତା ଭାରତର ଝିଅ ... ଆଦିପୁରୁଷର ଏକ ଡାଏଲଗ ପାଇଁ ନେପାଳରେ ବ୍ୟାନ୍