Adipurush Controversy: ସୀତା ମାତା ଭାରତର ଝିଅ ... ଆଦିପୁରୁଷର ଏକ ଡାଏଲଗ ପାଇଁ ନେପାଳରେ ବ୍ୟାନ୍
Advertisement
Article Detail0/zeeodisha/odisha1744299

Adipurush Controversy: ସୀତା ମାତା ଭାରତର ଝିଅ ... ଆଦିପୁରୁଷର ଏକ ଡାଏଲଗ ପାଇଁ ନେପାଳରେ ବ୍ୟାନ୍

 ନେପାଳରେ 'ଆଦିପୁରୁଷ'କୁ ନେଇ ଝଡ଼ । ରାଜଧାନୀ କାଠମାଣ୍ଡୁରେ ସୋମବାର ଅର୍ଥାତ୍ ଆଜିଠାରୁ ଠାରୁ ସମସ୍ତ ହିନ୍ଦୀ ଚଳଚ୍ଚିତ୍ର (Hindi film)ର ସ୍କ୍ରିନିଂ ଉପରେ ନିଷେଧାଦେଶ ଦିଆଯିବ । ରବିବାର (Sunday) ସହରର ଜଣେ ବରିଷ୍ଠ ଅଧିକାରୀ ଏହି ଘୋଷଣା କରିଛନ୍ତି। କାଠମାଣ୍ଡୁ ମେୟର ବାଲେନ୍ଦ୍ର ଶାହା କାଠମାଣ୍ଡୁ ମହାନଗର ନିଗମ (KMC) ରେ ଥ

Adipurush Controversy: ସୀତା ମାତା ଭାରତର ଝିଅ ...  ଆଦିପୁରୁଷର ଏକ ଡାଏଲଗ ପାଇଁ ନେପାଳରେ ବ୍ୟାନ୍

Adipurush Controversy: ନେପାଳରେ 'ଆଦିପୁରୁଷ'କୁ ନେଇ ଝଡ଼ । ରାଜଧାନୀ କାଠମାଣ୍ଡୁରେ ସୋମବାର ଅର୍ଥାତ୍ ଆଜିଠାରୁ ଠାରୁ ସମସ୍ତ ହିନ୍ଦୀ ଚଳଚ୍ଚିତ୍ର (Hindi film)ର ସ୍କ୍ରିନିଂ ଉପରେ ନିଷେଧାଦେଶ ଦିଆଯିବ । ରବିବାର (Sunday) ସହରର ଜଣେ ବରିଷ୍ଠ ଅଧିକାରୀ ଏହି ଘୋଷଣା କରିଛନ୍ତି। କାଠମାଣ୍ଡୁ ମେୟର ବାଲେନ୍ଦ୍ର ଶାହା କାଠମାଣ୍ଡୁ ମହାନଗର ନିଗମ (KMC) ରେ ଥିବା ସମସ୍ତ ହିନ୍ଦୀ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ (restriction) ଲଗାଇବାକୁ ନିଷ୍ପତ୍ତି ନେଇ କରି କହିଛନ୍ତି ଯେ, ସଂଳାପ ଡିଲିଟ୍ ନକରି 'ଆଦିପୁରୁଷ' ଚଳଚ୍ଚିତ୍ରର ସ୍କ୍ରିନିଂ କରିବା ଦ୍ୱାରା ଅନେକ କ୍ଷତି ହେବ। ମେୟର ବାଲେନ୍ଦ୍ର ଶାହା ତାଙ୍କ ଫେସବୁକ୍ ପୋଷ୍ଟ (Facebook post)ରେ କହିଛନ୍ତି ଯେ, ସୋମବାର, ଜୁନ୍ ୧୯ ତାରିଖରୁ କାଠମାଣ୍ଡୁ ମହାନଗରରେ ସମସ୍ତ ହିନ୍ଦୀ ଚଳଚ୍ଚି (hindi film)ତ୍ରର ସ୍କ୍ରିନିଂ ଉପରେ ପ୍ରତିବନ୍ଧକ ଲଗାଯିବ, କାରଣ ଫିଲ୍ମ 'ଆଦିପୁରୁଷ'ର ସଂଳାପରେ ଆପତ୍ତିଜନକ ଶବ୍ଦ (Offensive words) ଏପର୍ଯ୍ୟନ୍ତ ହଟାଯାଇ ନାହିଁ । ସେ କହିଛନ୍ତି ଯେ, ତିନି ଦିନ ମଧ୍ୟରେ ଫିଲ୍ମରୁ ସଂଳାପ 'ସୀତା ମାତା ଭାରତ କି ବେଟି ହେ' ର ଆପତ୍ତିଜନକ ଅଂଶ ହଟାଇବାକୁ ଆମେ ତିନି ଦିନ ପୂର୍ବରୁ ଏକ ବିଜ୍ଞପ୍ତି ସର୍ବସାଧାରଣରେ ଜାରି କରିଛୁ ।

ଏଥିସହ ଏହା ମଧ୍ୟ ସୂଚନା ରହିଛି ଯେ, ସେ କହିଛନ୍ତି ଯଦି ଫିଲ୍ମକୁ ସ୍କ୍ରିନିଂ (Screening) କରିବାକୁ ଅନୁମତି ଦିଆଯାଏ, ତେବେ ଆମର ଜାତୀୟତା, ସାଂସ୍କୃତିକ ଏକତା ପାଇଁ ଅପୂରଣୀୟ କ୍ଷତି ହେବ। ରାଜଧାନୀ କାଠମାଣ୍ଡୁର ସମସ୍ତ ୧୭ଟି ସିନେମାରେ ଦେଖାଯାଉଥିବା ସମସ୍ତ ହିନ୍ଦୀ ଚଳଚ୍ଚିତ୍ରର ସ୍କ୍ରିନିଂକୁ ଅବରୋଧ କରିବାକୁ ଶାହା ସଂକଳ୍ପବଦ୍ଧ (Determined) ହୋଇଥିଲେ । କେଏମସି ମୁଖପାତ୍ର ନବୀନ ମନନ୍ଦର (KMC spokesperson Naveen Manandar) କହିଛନ୍ତି ଯେ, କେଏମସି ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ କାଠମାଣ୍ଡୁର ସମସ୍ତ ସିନେମା ହଲ ସୋମବାର ଠାରୁ ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶନ ବନ୍ଦ (close) କରିବ।

ମେୟର ବାଲେନ୍ଦ୍ର ଶାହା କହିଛନ୍ତି, ଆମେ ଏଥିରେ ସହଯୋଗ କରିବା ପାଇଁ କାଠମାଣ୍ଡୁରେ ଥିବା ସିନେମା ହଲ୍ ମାଲିକଙ୍କ ସହ କଥା ହୋଇସାରିଛୁ । ୧୯ ଜୁନ ଠାରୁ କାଠମାଣ୍ଡୁର ସିନେମା ହଲରେ ହିନ୍ଦୀ ଚଳଚ୍ଚିତ୍ରର ସ୍କ୍ରିନିଂ ବନ୍ଦ କରିବାକୁ ସେମାନେ ସହମତ ହୋଇଛନ୍ତି । ସେ କହିଛନ୍ତି ଯେ, ସିନେମା ହଲ୍ ଗୁଡିକରେ ସୋମବାର ଠାରୁ ହିନ୍ଦୀ ଚଳଚ୍ଚିତ୍ର ବଦଳରେ ନେପାଳୀ ଚଳଚ୍ଚିତ୍ର (Nepali film) ପ୍ରଦର୍ଶନ କରିପାରିବ । ଗତ ଶୁକ୍ରବାର ଦିନ ସାରା ଭାରତରେ ମୁକ୍ତିଲାଭ କରିଥିଲା ବହୁ ଚର୍ଚ୍ଚିତ ସିନେମା 'ଆଦିପୁରୁଷ' । ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କୁ ପ୍ରଭୁ ରାମ, କ୍ରିତି ସାନନଙ୍କୁ ମାତା ସୀତା ଏବଂ ସୈଫ ଅଲି ଖାନ (saif ali khan) ଲଙ୍କାପତୀ ରାବଣ ଭୂମିକାରେ ଅଭିନୟ କରିଛନ୍ତି । ହିନ୍ଦୀ ସମେତ ଅନ୍ୟ ଆଞ୍ଚଳିକ ଭାଷା ତଥା ତେଲୁଗୁ, କନ୍ନଡ, ମାଲାୟାଲମ୍ ଏବଂ ତାମିଲ ଭାଷାରେ 'ଆଦିପୁରୁଷ' ମୁକ୍ତିଲାଭ କରିଛି।

ସୂଚନାଯୋଗ୍ୟ, 'ଆଦି ପୁରୁଷ' ସିନେମା ରିଲିଜ୍ ପରେ ଦେଶର ବିଭିନ୍ନ ସ୍ଥାନରେ ଏହାକୁ ନେଇ ଲୋକେ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିଛି । କିଛି ଲୋକ ସିନେମା ଠିକ୍ ଠାକ୍ ଥିବା କହିଥିବାବେଳେ କିଛି ଜଣଙ୍କୁ ସିନେମାର କିଛି ଡାଏଲଗକୁ ନେଇ ବିବାଦ ଘେରକୁ ଟାଣିଛନ୍ତି । ସିନେମାରେ ରାମ ଭକ୍ତ ହନୁମାନଙ୍କ କିଛି ଡାଏଲଗକୁ ନେଇ ଅଧିକ ଚର୍ଚ୍ଚା । ସିନେପ୍ରେମୀ କହିଛନ୍ତି ଯେ, ଏପରି ଥିମ୍ ନେଇ ସିନେମା ତିଆରି କରୁଥିବା ନିର୍ଦ୍ଦେଶକ ଏସବୁ ପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ ଥିଲା । ଆଉ କିଛି ବ୍ୟକ୍ତି ସିନେମାରେ ବ୍ୟବହ଼ତ ହୋଇଥିବା କଷ୍ଟ୍ୟୁମ ଓ ଭିଏଫଏକ୍ସକୁ ନେଇ ପ୍ରଶ୍ନ କରିଛନ୍ତି । ତେବେ ସିନେମା ଆଗକୁ କିପରି ଚାଲିବ ତାହାକୁ ନେଇ ଏବେ ସବୁଠି ପ୍ରଶ୍ନବାଚୀ ।

Also read- ଆଜିଠୁ ସରକାର ଶସ୍ତାରେ ବିକିବେ ସୁନା ! ଦାମ ଜାଣି ହେବେ ଆଶ୍ଚର୍ଯ୍ୟ