Kadaknath Chicken Price Hike during MP Election 2023: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ୧୭ ତାରିଖରେ ହେବାକୁ ଯାଉଛି ଭୋଟ ଗ୍ରହଣ। ମାତ୍ର ନିର୍ବାଚନ ଲାଗି ଭୋଟ ଗ୍ରହଣ ହେବା ପୂର୍ବରୁ ରାଜ୍ୟର ଝାବୁଆ ଜିଲ୍ଲାରେ କଡ଼କନାଥ କୁକୁଡ଼ା ଚାହିଦା ବଢିବା ସହିତ ଏହାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। କଳା ରଙ୍ଗର ପୁଷ୍ଟିକର ମାଂସ ପାଇଁ ପ୍ରସିଦ୍ଧ କଡ଼କନାଥ କୁକୁଡ଼ା ପ୍ରଜାତି ଭୌଗୋଳିକ ସୂଚକାଙ୍କ ମାନ୍ୟତା ହାସଲ କରିଛି।


COMMERCIAL BREAK
SCROLL TO CONTINUE READING

ପ୍ରାୟ ୩୦ ପ୍ରତିଶତରୁ ୪୦ ପ୍ରତିଶତ ବଢିଛି କଡ଼କନାଥ କୁକୁଡ଼ା ଚାହିଦା 
ମଧ୍ୟ ପ୍ରଦେଶର (Mdhya Pradesh) ଝାବୁଆ ଜିଲ୍ଲାର (Jhabua District) କୃଷି ବିଜ୍ଞାନ କେନ୍ଦ୍ରର (Krishi Vigyan Kendra) ବୈଜ୍ଞାନିକ ଡକ୍ଟର ଚନ୍ଦନ କୁମାର ପିଟିଆଇ ନ୍ୟୁଜ ଏଜେନ୍ସି କଥାବାର୍ତ୍ତା କରିବା ବେଳେ କହିଛନ୍ତି ଯେ ଶୀତ ଋତୁ ଆରମ୍ଭ ହୋଇଯାଇଛି। ଅନ୍ୟପଟେ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ (Madhya Pradesh Assembly Election 2023) ପାଇଁ ପ୍ରସ୍ତୁତି ଜାରି ରହିଛି। ଏଭଳି ପରିସ୍ଥିତିରେ କଡ଼କନାଥ କୁକୁଡ଼ା (Kadaknath Chicken) ଚାହିଦା ୩୦ ପ୍ରତିଶତରୁ ୪୦ ପ୍ରତିଶତକୁ ବୃଦ୍ଧି ପାଇଛି। କଡ଼କନାଥ କୁକୁଡ଼ାର ଶୁଦ୍ଧ ପ୍ରଜାତି (Kadaknath Chicken Pure Breed) ପାଇବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ କୁକୁଡ଼ା ଫାର୍ମ ପରିଚାଳକ ଝାବୁଆ ଆସିଥାନ୍ତି। 


ନିର୍ବାଚନ ସମୟରେ କଡ଼କନାଥ କୁକୁଡ଼ାର ମୂଲ୍ୟ ବଢି ୧୨୦୦ ଟଙ୍କାରୁ ହୋଇଛି ୧୫୦୦ ଟଙ୍କା
ଏହି କୁକୁଡ଼ା ପ୍ରଜାତିର ଶୁଦ୍ଧତା ରକ୍ଷା ଦିଗରେ କାର୍ଯ୍ୟ କରୁଥିବା ଏକ ବେସରକାରୀ ସଙ୍ଗଠନ ସାରା ସେବା ସଂସ୍ଥାନ ସମିତି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଦର୍ଶନ ଶେଖର କହିଛନ୍ତି ଯେ ତାଙ୍କ ସଙ୍ଗଠନ ଦ୍ୱାରା ପରିଚାଳିତ ଦୁଇଟି କୃଷକ ଉତ୍ପାଦକ ସଙ୍ଗଠନର କୁକୁଡ଼ା ଫାର୍ମ (Kadaknath Poultry Farm in Madhya Pradesh) ନିର୍ବାଚନ ସମୟରେ ଏହାର କାରବାର ବଢାଇ ଦେଇଛି। ନିର୍ବାଚନ ସମୟରେ ଚାହିଦା ବୃଦ୍ଧି ହେତୁ କଡ଼କନାଥ କୁକୁଡ଼ାର ମୂଲ୍ୟ ୧୨୦୦ ଟଙ୍କାରୁ ହୋଇଛି ୧୫୦୦ ଟଙ୍କାକୁ ବୃଦ୍ଧି ପାଇଛି। ଯାହା ପୂର୍ବରୁ ୮୦୦ ଟଙ୍କାରୁ ୧୨୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିଲା। ଚାହିଦା ବୃଦ୍ଧି ହେତୁ ଆମକୁ ଏହାର ଯୋଗାଣ ବୃଦ୍ଧି କରିବାକୁ ହେବ। 


Also Read: କୋରୋନା ଆକ୍ରାନ୍ତଙ୍କ ପାଇଁ ସଞ୍ଜିବନୀ ହେବ ଏହି କୁକୁଡା!


ମଧ୍ୟ ପ୍ରଦେଶର ଝାବୁଆ ହେଉଛି ଏତ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା (Tribal Dominated District of Madhya Pradesh)। ଯେଉଁଠି ଭିଲ ଆଦିବାସୀ ସମ୍ପ୍ରଦାୟର (Bhil Tribal Community in Madhya Pradesh) ଏକ ବୃହତ ଜନସଂଖ୍ୟା ରହିଛି। ଯେଉଁଠାରେ କୁକୁଡ଼ା ସେମାନଙ୍କର ଖାଦ୍ୟ ଏବଂ ଅର୍ଥନୀତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଜଣାଶୁଣା। ଆଦିବାସୀ ସମ୍ପ୍ରଦାୟରେ ଦେବାଦେବୀ ଏବଂ ପିତୃପୁରୁଷଙ୍କ ପାଇଁ କରାଯାଇଥିବା ବିଭିନ୍ନ ଅନୁଷ୍ଠାନରେ କୁକୁଡ଼ା ବଳି ଦେବାର ପରମ୍ପରା ରହିଛି। ଝାବୁଆ ଜିଲ୍ଲାର ମୂଳ କଡ଼କନାଥ କୁକୁଡ଼ାକୁ ସ୍ଥାନୀୟ ଭାଷାରେ "କଲାମାସି" (Kalamasi Chicken Jhabua Madhya Pradesh) କୁହାଯାଏ। ଯାହାର ଚର୍ମ, ଡେଣା ଠାରୁ ଆରମ୍ଭ କରି ମାଂସ ପର୍ଯ୍ୟନ୍ତ ରଙ୍ଗ କଳା ହୋଇଥାଏ। କଡକନାଥ ପ୍ରଜାତିର ଜୀବନ୍ତ କୁକୁଡ଼ା ଏହାର ଅଣ୍ଡା ଏବଂ ମାଂସ ଅନ୍ୟ କୁକୁଡ଼ା ପ୍ରଜାତି ଅପେକ୍ଷା ଅଧିକ ମୂଲ୍ୟରେ ବିକ୍ରି ହୋଇଥାଏ।


ଜାଣନ୍ତୁ କଡ଼କନାଥ କୁକୁଡ଼ା ପ୍ରଜାତିର ବିଶେଷତ୍ୱ 
ବିଶେଷଜ୍ଞ କହିଛନ୍ତି ଯେ ଅନ୍ୟ ପ୍ରଜାତିର (Kadaknath Chicken Species) କୁକୁଡ଼ା ଚିକେନ୍ ତୁଳନାରେ କଡ଼କନାଥ କୁକୁଡ଼ାର କଳା ରଙ୍ଗର ମାଂସରେ ଚର୍ବି ଏବଂ କୋଲେଷ୍ଟ୍ରୋଲ୍ କମ୍ ରହିଥିବାବେଳେ ଏଥିରେ ପ୍ରୋଟିନ୍ ପରିମାଣ ଅପେକ୍ଷାକୃତ ଅଧିକ ରହିଥାଏ। ଗତ ୨୦୧୮ ବର୍ଷରେ ଦେଶର ଭୌଗୋଳିକ ସୂଚକାଙ୍କ ରେଜିଷ୍ଟ୍ରି (Geographical Indications Registry India) ମାଂସ ଉତ୍ପାଦ ଏବଂ କୁକୁଡ଼ା ଏବଂ କୁକୁଡ଼ା ମାଂସ' ବର୍ଗରେ କଡ଼କନାଥ କୁକୁଡ଼ା ନାମରେ ଭୌଗୋଳିକ ପରିଚୟ (Geographical Indication Tag) ପଞ୍ଜୀକରଣ କରିଥିଲା।