କୋରୋନା ଆକ୍ରାନ୍ତଙ୍କ ପାଇଁ ସଞ୍ଜିବନୀ ହେବ ଏହି କୁକୁଡା!
Advertisement

କୋରୋନା ଆକ୍ରାନ୍ତଙ୍କ ପାଇଁ ସଞ୍ଜିବନୀ ହେବ ଏହି କୁକୁଡା!

ଯଦି ଆପଣଙ୍କ ଶରୀରରେ ଆବଶ୍ୟକୀୟ ପରିମାଣରେ ଏହାର ମାତ୍ରା ଉପଲବ୍ଧ ରହିଛି ତାହେଲେ ଆପଣ କୋଭିଡ୧୯ ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବେ। 

କୋରୋନା ଆକ୍ରାନ୍ତଙ୍କ ପାଇଁ ସଞ୍ଜିବନୀ ହେବ ଏହି କୁକୁଡା!

ନୂଆଦିଲ୍ଲୀ: କୋରୋନା ସଂକଟ କାଳରେ ନିଜ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ନେଇ ଜାରି ରହିଛି ତର୍କ ବିତର୍କ ଏବଂ ବିଭିନ୍ନ ଗବେଷଣା। ନିଜ ଶରୀରରେ ଏହା କିପରି ବଢିପାରିବ ସେ ନିଜ ନିଜର ଅନେକ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି ବିଭିନ୍ନ ବୟସର ବ୍ୟକ୍ତି। ବର୍ତ୍ତମାନ କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଟିକାକାରଣ ଉପରେ ଧ୍ୟାନ ଦେଉଛନ୍ତି ଲୋକେ। 

କେବେଳ ଟିକାକରଣ ନୁହେଁ ଉପଯୁକ୍ତ ଖାଦ୍ୟ ପାନୀୟ ଗ୍ରହଣ କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି (Immunity Boost) ବୃଦ୍ଧି କରାଯାଇ ପାରିବ। ଆଜ୍ଞା ହିଁ ଏବେ ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କାରକ (Immunity Booster) ଭାବେ କାର୍ଯ୍ୟ କରିବ ଏକ କୁକୁଡା। ଯାହାର ନାଁ ହେଉଛି କଡ଼କନାଥ (Kadaknath Chicken)। 

Also Read: ରାଜଧାନୀରେ 'ଦି ନନ୍ ଭେଜ୍ ୱାର୍ଲ୍ଡ' ଆମିଷ ବଜାର, ଗୋଟିଏ ଜାଗାରେ ମିଳୁଛି ବିଶ୍ୱର ବିଭିନ୍ନ ପ୍ରକାରର ଆମିଷ ସାମଗ୍ରୀ

ମଧ୍ୟ ପ୍ରଦେଶର (Madhya Pradesh) ମୂଳନିବାସୀ କୁହାଯାଇଥିବା ଏହି କୁକୁଡା ନିକଟରେ ଅନେକ ଔଷଧିୟ ଗୁଣ ରହିଛି। ଏନେଇ ରାଜ୍ୟର ଝାବୁଆ (Jhabua) ଜିଲ୍ଲାରେ ଅବସ୍ଥିତ କଡ଼କନାଥ ଗବେଷଣା କେନ୍ଦ୍ର ପକ୍ଷରୁ (MP Kadaknath Research Center) ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (Indian Council of Medical Research) ଆଇସିଏମଆର (ICMR) ନିକଟକୁ ଏକ ପତ୍ର ଲେଖାଯାଇ ଏପରି ଦାବି କରାଯାଇଛି।   

ଏନେଇ ଝାବୁଆସ୍ଥିତ କଡ଼କନାଥ ଗବେଷଣା କେନ୍ଦ୍ର ପକ୍ଷରୁ ଆଇସିଏମଆର ଉଦ୍ଦେଶ୍ୟରେ କୁହାଯାଇଛି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା କ୍ଷେତ୍ରରେ ଏପରି ଔଷଧିୟ ପ୍ରଜାତିର କୁକୁଡା ଅନେକ ଉପଯୋଗୀ ହେବ। ଏହି କୁକୁଡା଼ ଠାରୁ ମିଳୁଥିବା ମାଂସ, ଅଣ୍ଡା ପ୍ରଭୃତି ଉତ୍ପାଦ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କାରକ ଭାବେ କାର୍ଯ୍ୟ କରିଥାଏ। ସ୍ୱାଦ ଲାଗି ଏହି କୁକୁଡାର ମାଂସ ଦେଶର ବିଭିନ୍ନ ସ୍ଥାନରେ ବେଶ ଲୋକପ୍ରିୟ। 

ଏହା ସହିତ ଗବେଷଣା କେନ୍ଦ୍ର ପକ୍ଷରୁ ଆହୁରି କୁହାଯାଇଛି ଏହି କୁକୁଡା ମାଂସରେ ଅନେକ ପ୍ରକାର ଔଷଧିୟ ଗୁଣ ମହଜୁଦ ରହିଛି। ଯାହାକୁ ଖାଦ୍ୟରେ ଗ୍ରହଣ କରିବା ଦ୍ୱାରା ବିଭିନ୍ନ ବର୍ଗର ଲୋକଙ୍କ ଶରୀରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିପାଇବ। କଡ଼କନାଥ ଗବେଷଣା କେନ୍ଦ୍ର ପକ୍ଷରୁ ଆଇସିଏମଆର ଉଦ୍ଦେଶ୍ୟରେ ଲେଖାଯାଇଥିବା ପତ୍ରକୁ ଜାତୀୟ ମାଂସ ଗବେଷଣା କେନ୍ଦ୍ର (National Meat Research Center) ନିକଟକୁ ପଠାଯାଇଛି। 

Also Read: ରୋଜଗାର ନୁହେଁ ବିକ୍ରି ଚିନ୍ତା ବଢାଇ ଦେଇଛି କଡକନାଥ

କୋରୋନା ବିରୋଧି ଲଢେଇରେ ରୋଗ ପ୍ରତିରୋଧକ ଶକ୍ତି ଏବେ ବ୍ରହ୍ମାସ୍ତ୍ର ଭାବେ ଦୃଶ୍ୟମାନ ହୋଇଛି। ଯଦି ଆପଣଙ୍କ ଶରୀରରେ ଆବଶ୍ୟକୀୟ ପରିମାଣରେ ଏହାର ମାତ୍ରା ଉପଲବ୍ଧ ରହିଛି ତାହେଲେ ଆପଣ କୋଭିଡ୧୯ ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବେ। କୌଣସି ବ୍ୟକ୍ତିଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ତାଙ୍କ ଲାଗି ମହଙ୍ଗା ପଡିପାରେ। ବର୍ତ୍ତମାନ ସମୟରେ ମଣିଷ ଶରୀରରେ ଏହି ଶକ୍ତି ବୃଦ୍ଧି କରୁଥିବା ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଛି। ଏ କ୍ଷେତ୍ରରେ କଡ଼କନାଥ କୁକୁଡା ଉପକାରୀ ସାବ୍ୟସ୍ତ ହୋଇପାରେ।