Farmers Throwing Tomatoes in Madhya Pradesh: କିଛି ମାସ ପୂର୍ବେ ସମଗ୍ର ଦେଶରେ ଟମାଟୋ ମୂଲ୍ୟକୁ ନେଇ ହାହାକାର ସୃଷ୍ଟି ହୋଇଥିଲା। ହେଲେ ପରେ ଧିରେ ଧିରେ ଟମାଟୋ ମୂଲ୍ୟ ହ୍ରାସ ପାଇବାରେ ଲାଗିଲା। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ୨ ଟଙ୍କାରେ ପହଞ୍ଚିଛି। କେବଳ ସେତିକି ନୁହେଁ ଟମାଟୋ ଚାଷ କରିଥିବା କୃଷକ ଏବେ ଏହାକୁ ଫୋପାଡ଼ିବା ଆରମ୍ଭ କରିଛନ୍ତି। ଖରାପ ପାଗ ହେତୁ ଟମାଟୋ ଚାଷୀ କ୍ଷତି ସହୁଥିବାର ଜଣାପଡ଼଼ିଛି। ସମସ୍ତ ପନିପରିବା ଉପରେ ପାଣିପାଗର ପ୍ରଭାବ ଦୃଶ୍ୟମାନ ହେଉଛି ବୋଲି କୃଷକ କହିଛନ୍ତି। ହେଲେ ବର୍ଷା କାରଣରୁ ଟମାଟୋ ଅଧିକ ପ୍ରଭାବିତ ହୋଇଛି। ଯାହାର ଫଳ ସ୍ୱରୂପ ମଧ୍ୟ ପ୍ରଦେଶର ଅନେକ ଜିଲ୍ଲାରେ ଚାଷୀ ଏବେ ଟମାଟୋ ଫିଙ୍ଗିବାରେ ଲାଗିଛନ୍ତି।


COMMERCIAL BREAK
SCROLL TO CONTINUE READING

ମିଳୁନାହିଁ ଟମାଟୋ ମୂଲ୍ୟ 
ମଧ୍ୟ ପ୍ରଦେଶର ବୁରହାନପୁର ଜିଲ୍ଲାରେ (Burhanpur District Madhya Pradesh) ଟମାଟୋ ମୂଲ୍ୟ (Tomato Price in Madhya Pradesh 2023) କିଲୋଗ୍ରାମ ପିଛା (Tomato Price per Kilogram in Madhya Pradesh) ୨ ଟଙ୍କାରେ ପହଞ୍ଚିଛି। ଏନେଇ କୃଷକ କହିଛନ୍ତି ଯେ ଚଳିତ ବର୍ଷ ଟମାଟୋ ଉତ୍ପାଦନ (Tomato Production in Madhya Pradesh 2023) ଅଧିକ ହେବା କାରଣରୁ ସେମାନଙ୍କ ପାଖରେ ସେମାନଙ୍କ ଫସଲକୁ ଗଚ୍ଛିତ ରଖିବ ପାଇଁ କୌଣସି ବ୍ୟବସ୍ଥା ନାହିଁ। ବର୍ତ୍ତମାନ ସେମାନଙ୍କୁ ଟମାଟୋ ମୂଲ୍ୟ ମିଳି ପାରୁନାହିଁ। ଏହା ବ୍ୟତୀତ ବର୍ଷା କାରଣରୁ ଟମାଟୋ ଚାଷ (Tomato Farming  in Madhya Pradesh 2023) ଅନେକାଂଶରେ କ୍ଷତିଗ୍ରସ୍ତ ହୋଇଛି। ଅତ୍ୟଧିକ ବର୍ଷା ହେତୁ ଟମାଟୋ ବାହାରକୁ ଯାଇ ପାରୁନାହିଁ। ଯେଉଁ କାରଣରୁ ଆମକୁ ଟମାଟୋ ଫିଙ୍ଗିବାକୁ ପଡୁଛି। ବିଗତ କିଛି ଦିନ ହେବ ବୁରହାନପୁର ସମେତ ଆଖପାଖ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବାର ଦେଖିବାକୁ ମିଳିଥିଲା। ପ୍ରବଳ ବର୍ଷା କାରଣରୁ ଚାଷୀ ଟମାଟୋ ନେଇ ବଜାରକୁ ଯାଇ ପାରିନଥିଲେ।


କାହିଁକି ବିଗିଡ଼ିଲା ଟମାଟୋ ଅବସ୍ଥା?
ଉତ୍ତର ପ୍ରଦେଶର ବାରବାଙ୍କି ଜିଲ୍ଲାରେ (Barbanki District Uttar Pradesh) ଟମାଟୋ ଅବସ୍ଥା ବିଗଡ଼ିବାରେ ଲାଗିଛି। ଟମାଟୋ ମୂଲ୍ୟ ଏଠାରେ ବୃଦ୍ଧି ପାଉନାହିଁ। ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ୨ ଟଙ୍କା ହୋଇଯାଇଛି। ସ୍ଥାନୀୟ କୃଷକ କହିଛନ୍ତି ଯେ ବର୍ଷା ଏବଂ ପରେ ବନ୍ୟା ସବୁକିଛି ନଷ୍ଟ ହୋଇଯାଇଛି। କେତେକ ସ୍ଥାନରେ ବର୍ଷା ବନ୍ଦ ହେବା ମାତ୍ରେ କୃଷକ ବହୁ ମାତ୍ରାରେ ଟମାଟୋ ନେଇ ବଜାରରେ ପହଞ୍ଚିଥିଲେ। ହେଲେ ବଜାରକୁ ଟମାଟୋ ଅତ୍ୟଧିକ ପରିମାଣ ଆସିଯିବାରୁ ଏହାର ମୂଲ୍ୟ ହ୍ରାସ ପାଇବାରେ ଲାଗିଥିଲା।


ବର୍ଷା ଏବଂ ବନ୍ୟା ସୃଷ୍ଟି କରିଥିଲା ତାଣ୍ଡବ
ବର୍ତ୍ତମାନ ସମୟରେ ଅନେକ ସ୍ଥାନରେ ପରିସ୍ଥିତି ଏପରି ହୋଇଛି ଯେ ଟମାଚୋ କିଲୋଗ୍ରାମ ପିଛା ୨ ଟଙ୍କାରେ ବିକ୍ରି ହେଉଛି। ପୂର୍ବରୁ ଟମାଟୋ କିଲୋଗ୍ରାମ ପିଛା ୨୦୦ ଟଙ୍କାରେ ବିକ୍ରି ହେଉଥିଲା। ଯେଉଁ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ବନ୍ୟା ପରିସ୍ଥିତି ସୃଷ୍ଟି  ହୋଇଥିଲା ସେହି ସ୍ଥାନରେ ଟମାଟୋ ମୂଲ୍ୟ ହ୍ରାସ ଆରମ୍ଭ ହୋଇଥିଲା। ଅନ୍ୟପକ୍ଷରେ ବହୁଳ ମାତ୍ରାରେ ଆଗମନ ହେତୁ ଆକାଶ ଛୁଆଁ ହୋଇଥିବା ଅନ୍ୟ ପନି ପରିବାର ମୂଲ୍ୟ ବର୍ତ୍ତମାନ ସ୍ୱାଭାବିକ ହୋଇଛି। ଯାହା ଗରିବ ଏବଂ ମଧ୍ୟବିତ୍ତ ବର୍ଗର ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି। ହେଲେ ପ୍ରବଳ ବର୍ଷା କାରଣରୁ କୃଷକଙ୍କୁ କ୍ଷତି ସହିବାକୁ ପଡୁଛ।