Shocking News: ମୁମ୍ବାଇର ଘାଟକୋପରରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଦେଖିବାକୁ ମିଳିଛି । ସ୍ବାମୀ ବିବାହ ବାର୍ଷିକୀରେ(Marriage Anniversary) ଅଭିନନ୍ଦନ ଜଣାଇବାକୁ ଭୁଲିଗଲେ ବୋଲି ଭାଇ, ମାଆ ଓ ବାପାଙ୍କ ସହ ମିଶି ସ୍ବାମୀ ଓ ଶାଶୁଙ୍କୁ ଉତ୍ତମ ମଧ୍ୟମ ଦେଇଛନ୍ତି ମହିଳା । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ଯ କଥାଟି ବାସ୍ତବରେ ଘଟିଛି । ଏହି ଘଟଣା ନେଇ ପୋଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ସ୍ବାମୀ ବିବାହ ବାର୍ଷିକୀରେ ଅଭିନନ୍ଦନ କରିବାକୁ ଭୁଲିଯାଇଥିଲେ, ଏଥି୍ରେ ରାଗରେ ଗରଗର ହୋଇ ୨୭ ବର୍ଷିୀୟା ମହିଳା ତାଙ୍କ ପରିବାର ଲୋକଙ୍କୁ ଶାଶୁଘରକୁ ଡା଼କିଥିଲେ । ପରିବାର ଲୋକ ପହଁଞ୍ଚିବା ପରେ ମହିଳା ଭାଇ, ବାପା ଓ ମାଆଙ୍କ ସହ ମିଶି ସ୍ବାମୀ ଓ ଶାଶୁଙ୍କୁ ମାରପିଟ୍ କରିବା ଆରମ୍ଭ କରିଦେଇଥିଲେ । ଖାଲି ଏତିକି ନୁହେଁ ତାଙ୍କ ଗାଡ଼ି ମଧ୍ଯ ଖରାପ କରିଦେଇଥିଲେ ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ବିଶାଲ ନାଗରୀ (୩୨) ଏକ କୋରିୟର କମ୍ପାନୀରେ ଡ଼୍ରାଇଭର ଭାବେ କାମ କରୁଥିବା ବେଳେ ସ୍ତ୍ରୀ କଳ୍ପନାଏକ ଫୁଡ଼ ଆଉଟଲେଟରେ( Food Outlets) କାମ କରନ୍ତି । ଉଭୟ ସ୍ବାମୀ ଓ ସ୍ତ୍ରୀ ଗୋବଣ୍ତି ବାଇଗାନୱାଡ଼ି ରୁହନ୍ତି । ୨୦୧୮ ମସିହାରେ ଉଭୟଙ୍କର ବାହାଘର ହୋଇଥିଲା । ବିବାହ ବାର୍ଷିକୀ ଦିନ ବଶାଲ କଳ୍ପନାକୁ ଅଭିନନ୍ଦନ ଜଣାଇବାକୁ ଭୁଲିଯାଇଥିଲେ । ଏନେଇ ଆଲୋଚନା କରିବା ଲାଗି ମହିଳାଙ୍କ ପରିବାର ଲୋକେ କଳ୍ପନାଙ୍କ ଶାଶୁ ଘରକୁ ଆସିଥିଲେ । କଥାବାର୍ତ୍ତା ମଧ୍ୟରେ କଳ୍ପନା ତାଙ୍କ ଶାଶୁଙ୍କୁ ଚାପୁଡ଼ା ମାରିଥିଲେ । ଏହାପରେ କଥା ଅଧିକ ବଢିଯାଇଲା । କଳ୍ପନାଙ୍କ ଭାଇ, ମାଆ ଓ ବାପା ମିଶି ବିଶାଲ ଓ ତାଙ୍କ ମାଆଙ୍କୁ ଆକ୍ରମଣ କରିଥିଲେ । ପରେ କୌଣସି ମତେ ସେଠାରୁ ଖସି ଆସି ଉଭୟ ମାଆ ଓ ପୁଅ ହସ୍ପିଟାଲ ଯାଇଥିଲେ । ଚିକିତ୍ସା କରିବା ପରେ ସେମାନେ ଏନେଇ ପୋଲିସକୁ ଜଣାଇଥିଲେ । ବିଶାଳ ତାଙ୍କ ଶାଳକ,ଶାଶୁ ଓ ଶ୍ବଶୁରଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ କଳ୍ପନାଙ୍କ ଭାଇ, ବାପା ଓ ମାଆଙ୍କ ବିରୋଧରେ ଧାରା ୩୨୩, ୩୨୪,୩୨୭, ୫୦୪,୫୦୬ ଓ ୩୪ ଅନୁଯାୟୀ ମାମଲା ରୁଜୁ କରିଛି ।


ଏହାମଧ୍ଯ ପଢନ୍ତୁ- Viral News: ଯୁବକଙ୍କ ଅଜବ କାରନାମା, ବାହା ନ ହେବା ପାଇଁ ନିଜକୁ ହସପିଟାଲରେ କରାଇଲେ ଆଡମିଟ୍


ଏହାମଧ୍ଯ ପଢନ୍ତୁ-Viral News: ବିମାନରେ ମହିଳାଙ୍କ ଅଜବ କାରନାମା , ଏହି କାରଣରୁ ସର୍ବସମ୍ମୁଖରେ ନିଜର ଡ୍ରେସ ଖୋଲିଦେଲେ


ଘାଟକୋପର ପୋଲିସ ଷ୍ଟେସନ ଅଧିକାରୀଙ୍କ ସୂଚନା ଦେଇ କହିଛନ୍ତି ଯେ, ମାରପିଟ୍ କରିଥିବା ୪ ଜଣକଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ତାଙ୍କୁ ନୋଟିସ୍ ଜାରି କରାଯାଇଛି । ମାମଲାରେ ଯାଞ୍ଚ କରାଯାଇ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ପୋଲିସ ସୂଚନା ଦେଇ କହିଛି ଯେ, ପଡ଼ୀତ