Akola Railway Station: ମହାରାଷ୍ଟ୍ରସ୍ଥିତ ଅକୋଲା ରେଳ ଷ୍ଟେସନ ଠାରେ ମାଆ-ଝିଅ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏହି ଘଟଣାର ସିସିଟିଭି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ମହିଳା ଚଳନ୍ତା ଟ୍ରେନ ଧରିବା ବେଳେ ଖସି ପଡ଼ିଥାନ୍ତେ। ହେଲେ ପ୍ଲାଟଫର୍ମ ଠାରେ ଛିଡ଼ା ହୋଇଥିବା ଲୋକ ତାଙ୍କୁ ଟାଣି ନେଇ ଉଦ୍ଧାର କରିଥିଲେ। 


COMMERCIAL BREAK
SCROLL TO CONTINUE READING

ଏହା ଦେଖିବାକୁ ମିଳୁଛି ଯେ ମାଆ-ଝିଅ ଅକୋଲା ରେଳ ଷ୍ଟେସନ ଠାରେ ଥିଲେ। ଉଭୟ ଚଳନ୍ତା ଟ୍ରେନ ଧରିବାକୁ ଚେଷ୍ଟା କରୁଥିଲେ। ଉଭୟଙ୍କ ପାଖରେ ଗୋଟିଏ ଗୋଟିଏ ବ୍ୟାଗ ରହିଥିଲା। ଝିଅ ଟ୍ରେନ ଧରିବା ବେଳେ ମାଆ ତାକୁ ଚଢିବାରେ ସାହାଯ୍ୟ କରୁଛନ୍ତି। ସେ ମଧ୍ୟ ନିଜେ ମଧ୍ୟ ଟ୍ରେନ ଧରିବାକୁ ଚେଷ୍ଟା କରୁଛନ୍ତି।  ଏହି ସମୟରେ ସେ ତାଙ୍କର ଭାରସାମ୍ୟ ହରାଉଛନ୍ତି। ତାଙ୍କ ଗୋଡ ପ୍ଲାଟଫର୍ମ ଏବଂ ଟ୍ରେନ୍ ମଧ୍ୟରେ ଥିବା ଖାଲି ସ୍ଥାନରେ ଫସିଯାଉଛି।


ଅକୋଲା ରେଳ ଷ୍ଟେସନ ଠାରେ ଟ୍ରେନ ଧରିବା ବେଳେ ମାଆ ଝିଅ ଭାରସାମ୍ୟ ହରାଇବା କାରଣରୁ ଏକ ବଡ଼ ଦୁର୍ଘଟଣାର ସାମ୍ନା କରିଥାନ୍ତେ। ହେଲେ ସେମାନେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଝିଅ ଟ୍ରେନ ଚଢିବା ବେଳେ, ତାହାର ମାଆ ତାଙ୍କ ଭାରସାମ୍ୟ ହରାଇଥିଲେ। ଯାହାର ଫଳସ୍ୱରୂପ ତାଙ୍କର ଗୋଟିଏ ଗୋଡ ପ୍ଲାଟଫର୍ମ ଠାରେ ରହିଯାଇଥିବା ବେଳେ ଅନ୍ୟ ଏକ ଗୋଡ ପ୍ଲାଟଫର୍ମ ଏବଂ ଟ୍ରେନ ମଧ୍ୟରେ ଥିବା ଖାଲି ସ୍ଥାନରେ ଅଟକି ଯାଇଥିଲା।


ସେ ଏହି ଅବସ୍ଥାରେ ରହିଥିବା ନେଇ ସିସିଟିଭି ଫୁଟେଜ ଦର୍ଶାଉଛି। ସେ କୌଣସି ପ୍ରକାରେ ଟ୍ରେନ ଧରି ନେବା ପରେ କିଛି ଦୂରତା ପର୍ଯ୍ୟନ୍ତ ଟାଣି ହୋଇ ଆଗକୁସ ଚାଲି ଯାଉଛନ୍ତି। ମହିଳାଙ୍କୁ ଏପରି ଅବସ୍ଥାରେ ଦେଖି ପ୍ଲାଟଫର୍ମ ଠାରେ ଠିଆ ହୋଇଥିବା ଯାତ୍ରୀ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। କିଛି ଲୋକ ସଙ୍ଗେ ସଙ୍ଗେ ଦୌଡ଼ିଯାଇ ମହିଳାଙ୍କ ହାତ ଧରି ତାକୁ ବାହାରକୁ ଟାଣି ଆଣୁଛନ୍ତି। ଯଦି ଉଦ୍ଧାର କରିବାକୁ ଆସିଥିବା ଲୋକଙ୍କ ଆସିବାରେ ସାମାନ୍ୟତମ ଡେରି ହୋଇଥାନ୍ତା, ତାହେଲେ ଏହି ଦୁର୍ଘଟଣା ଆହୁରି ବିପଦଜ୍ଜନକ ହୋଇଥାନ୍ତା।


ଏହି ଭିଡ଼ିଓ ଦର୍ଶାଉଛି ଯେ,  ପ୍ଲାଟଫର୍ମ ଠାରେ ସ୍ଥାପିତ ଡିଜିଟାଲ୍ ଘଣ୍ଟା ଅନୁଯାୟୀ, ଏହି ପୂରା ଘଟଣା ପ୍ରାୟ ରାତି ପ୍ରାୟ ନଅଟା ସମୟରରେ ଘଟିଛି। ମାଆକୁ ଟାଣି ନେବା ପରେ ଟ୍ରେନ୍ ବେଗ ବଢିଯାଇଥିଲା। ମାଆକୁ ଉଦ୍ଧାର କରାଯିବା ପରେ ଝିଅ ଚଳନ୍ତା ଟ୍ରେନ ମଧ୍ୟରୁ ପ୍ଲାଟଫର୍ମ ଆଡକୁ ଡେଇଁପଡ଼ିଲା। ସେ ପ୍ଲାଟଫର୍ମ ଆଡକୁ ଡେଇଁବା ମାତ୍ରେ ତଳେ ପଡ଼ିଯାଇଥିଲା, ହେଲେ ସେ ବଞ୍ଚିଯାଇଥିଲା। ଏପରି ଭାବେ ମାଆ ଏବଂ ଝିଅ ଏକ ବଡ ଦୁର୍ଘଟଣାର ଶିକାର ହେବାରୁ ରକ୍ଷା ପାଇଯାଇଥନ୍ତି। ଏହା ପୂର୍ବରୁ ଗତ ବର୍ଷ ୨୬ ନଭେମ୍ବରରେ ଅକୋଲା ରେଳ ଷ୍ଟେସନ ଠାରେ ସମାନ ଧରଣର ଘଟଣା ଘଟିଥିଲା। ଡ୍ୟୁଟି ସମୟରେ ରେଳବାଇ ସୁରକ୍ଷା ବଳର ଜଣେ ଯବାନ ଅନ୍ୟ ଜଣେ ବୃଦ୍ଧ ମହିଳାଙ୍କୁ ଚଳନ୍ତା ଟ୍ରେନ୍ ତଳେ ଖସିପଡ଼ିବାରୁ ରକ୍ଷା କରିଥିଲେ।