Significance and Beliefs of Mahashivratri: ଫେବୃଆରୀ ୧୮ ତାରିଖ ଶନିବାର ପାଳିତ ହେବାକୁ ଯାଉଛି ମହାଶିବରାତ୍ରୀ। ହିନ୍ଦୁଙ୍କର ଏକ ପ୍ରମୁଖ ଧାର୍ମିକ ପର୍ବ ଭାବେ ଜଣାଶୁଣା ଶିବରାତ୍ରୀ ପର୍ବ ଫଗୁଣ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ପାଳନ କରାଯାଏ। ଜାଗର ଅମବାସ୍ୟା ନାମରେ ପରିଚିତ ମହାଶିବରାତ୍ରୀ ଅବସରରେ ଶିବ ଭକ୍ତ ଉପବାସ ରଖିବା ଭଗବାନ ଶିବଙ୍କ ଆରାଧନା କରିଥାନ୍ତି।


COMMERCIAL BREAK
SCROLL TO CONTINUE READING

ହଜାରେ ବର୍ଷ ଧରି ବିଜ୍ଞାନ ଭଗବାନ ଶିବଙ୍କ ଅସ୍ତିତ୍ୱ ବୁଝିବାକୁ ଚେଷ୍ଟା କରିଆସୁଛି। ଯେତେବେଳେ ଭୌତିକ ମୋହ ଶେଷ ହୋଇଯାଏ ଏବଂ ଏପରି ପରିସ୍ଥିତି ଆସେ ଯେତେବେଳେ ଜ୍ଞାନେନ୍ଦ୍ରୀୟ ଅଦରକାରୀ ହୋଇଯାଏ ସେତେବେଳେ ପରିସ୍ଥିତି ଶୂନ ରୂପ ଧାରଣ କରେ। ହେଲେ ଯେତେବେଳେ ଶୂନ ମଧ୍ୟ ଅସ୍ତିତ୍ୱ ହରାଏ ସେତେବେଳେ ପ୍ରକଟ ହୋଇଥାନ୍ତି ଶିବ। ଶିବ ଶବ୍ଦର  ଅର୍ଥ ଶୂନ୍ୟରୁ ଅଧିକ। ଯେତେବେଳେ ଜଣେ ବ୍ୟକ୍ତି ବସ୍ତୁବାଦୀ ଭୌତିକ ଜୀବନ ତ୍ୟାଗ କରି ପ୍ରକୃତ ହୃଦୟ ସହିତ ଧ୍ୟାନ କରେ, ସେତେବେଳେ ଶିବ ପ୍ରାପ୍ତ ହୋଇଥାଏ। ସମାନ ଅନନ୍ୟ ତଥା ଅଲୌକିକ ଶିବଙ୍କ ମହାନ ରୂପକୁ ଉତ୍ସାହର ସହିତ ପାଳନ କରିବା ପର୍ବ ହେଉଛି ମହାଶିବରାତ୍ରୀ। 


ମହାଶିବରାତ୍ରୀ ଅବସରରେ ଭଗବାନ ଶିବଙ୍କୁ ବିଭିନ୍ନ ପବିତ୍ର ଜିନିଷରେ ପୂଜା କରାଯାଇ ଅଭିଷେକ କରାଯାଇଥାଏ। ବେଲପତ୍ର, ଭାଙ୍ଗ, ଦୁଦୁରା ଧଟୁରା, ଅବୀର, କୋଳି ଆଦି ଅର୍ପଣ କରାଯାଏ। ଭାଙ୍ଗ ହେଉଛି ଭଗବାନ ଶିବଙ୍କ ବେଶ ପ୍ରିୟ। ଲୋକେ ଭଗବାନ ଶିବଙ୍କୁ ଭାଙ୍ଗ ଅର୍ପଣ କରିଥାନ୍ତି। ମହାଶିବରାତ୍ରୀ ଦିନ ସାରା ଉପବାସ କରି ପୂଜା କରିବା ସାରିବା ପରେ ସନ୍ଧ୍ୟାରେ ଫଳାହାର କରାଯାଏ। ଭଗବାନ ଶିବଙ୍କୁ ପୂଜା କରିବା ପାଇଁ ଶିବରାତ୍ରୀ ହେଉଛି ସବୁଠାରୁ ବଡ ଦିନ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଯଦି ଆପଣ ଭଗବାନ ଶିବଙ୍କୁ ପ୍ରସନ୍ନ କରିଦିଅନ୍ତି, ତାହେଲେ ଆପଣଙ୍କର ସମସ୍ତ କାର୍ଯ୍ୟ ସଫଳ ହେବା ସହ ସୁଖ ସମୃଦ୍ଧତା ଆସେ। ଶିବ ଭକ୍ତ ଶିବରାତ୍ରୀ ଅବସରରେ ଭଗବାନ ଶିବଙ୍କୁ ଅନେକ ଉପାୟରେ ପ୍ରାର୍ଥନା କରନ୍ତି। ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଶୈବାଳୟରେ ଶିବଭକ୍ତ ବେଲପତ୍ର ଏବଂ ଜଳ ଅର୍ପଣ କରି ଶିବ ମହିମା ଗାନ କରିଥାନ୍ତି।


ମହାଶିବରାତ୍ରୀକୁ ନେଇ ଭଗବାନ ଶିବଙ୍କ ସହ ଜଡିତ ଅନେକ ବିଶ୍ୱାସ ପ୍ରଚଳିତ ରହିଛି। ବିଶ୍ୱାସ କରାଯାଏ ଯେ ଏହି ବିଶେଷ ଦିନରେ ବ୍ରହ୍ମାଙ୍କ ରୁଦ୍ର ରୂପରେ ମଧ୍ୟରାତ୍ରୀରେ ଭଗବାନ ଶଙ୍କରଙ୍କ ଅବତରଣ ହୋଇଥିଲେ। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଏହି ଦିନ ଭଗବାନ ଶିବ ତାଣ୍ଡବ କରି ନିଜର ତୃତୀୟ ନୟନ ଖୋଲି ଦେଇଥିଲେ। ଏହି ଆଖିର ନିଆଁରେ ବ୍ରହ୍ମାଣ୍ଡ ସମାପ୍ତ କରି ଦେଇଥିଲେ। ଏହା ବ୍ୟତୀତ ଅନେକ ସ୍ଥାନରେ ଏହି ଦିନ ଭଗବାନ ଶିବଙ୍କ ବିବାହ ସହିତ ମଧ୍ୟ ଜଡିତ। ଏହି ଶୁଭ ଦିନରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ବିବାହ ହୋଇଥିଲା ବୋଲି ବିଶ୍ୱାସ କରାଯାଏ।


ମହାଶିବରାତ୍ରୀ କାହିଁକି ସ୍ୱତନ୍ତ୍ର?
ଯଦିଓ ପ୍ରତି ମାସରେ ଶିବରାତ୍ରୀ ହୋଇଥାଏ, ହେଲେ ଫଗୁଣ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ପଡୁଥିବା ଏହି ଶିବରାତ୍ରୀର ବିଶେଷ ଗୁରୁତ୍ୱ ରହିଛି। ଏହାକୁ ମହାଶିବରାତ୍ରୀ କୁହାଯାଏ। ମହାଶିବରାତ୍ରୀ ହେଉଛି ଭଗବାନ ଶିବଙ୍କ ଆରାଧନାର ପର୍ବ। ଏହି ଦିନ ଲୋକେ ଦେବଙ୍କ ଦେବ ମହାଦେବଙ୍କୁ ରୀତିନୀତି ସହିତ ପୂଜାର୍ଚ୍ଚନା କରିଥାନ୍ତି ଏବଂ ତାଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହୋଇଥାନ୍ତି। ଏହି ଦିନ ବହୁ ସଂଖ୍ୟାରେ ଭକ୍ତ ଶିବ ମନ୍ଦିର କିମ୍ବା ଶୈବାଳୟରେ ଉପସ୍ଥିତ ହୋଇଥାନ୍ତି। 


ସତର୍କତା: ଏଠାରେ ପ୍ରଦାନ କରାଯାଇଥିବା ସୂଚନା କେବଳ ଅନୁମାନ ଏବଂ ସୂଚନା ଉପରେ ଆଧାରିତ। ଏଠାରେ ଉଲ୍ଲେଖ କରିବା ଜରୁରୀ ଯେ Zee Odisha କୌଣସି ପ୍ରକାର ସ୍ୱୀକୃତି, ସୂଚନା ନିଶ୍ଚିତ କରେ ନାହିଁ। କୌଣସି ସୂଚନା କିମ୍ବା ବିଶ୍ୱାସକୁ କାର୍ଯ୍ୟକାରୀ କରିବା ପୂର୍ବରୁ, ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।