Road Accident: ରାସ୍ତାରେ ଛକି ବସିଥିଲା ଯମ । ତିନି ସାଙ୍ଗଙ୍କ ନେଇଗଲା ଜୀବନ । ଆନ୍ଧ୍ର ପ୍ରଦେଶ କୁପାମ ଜାତୀୟ ରାଜପଥ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା (road accident in kuppam)। କାରକୁ ଏକ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ମେଡିକାଲ ଛାତ୍ର ବୋଲି ଜଣାପଡିଛି (3 medical students dead)। ମୃତକମାନେ ହେଲେ ସାଇକ୍ରିଷ୍ଣା ଓ ପ୍ରବୀଣ ହୋଇଥିବା ବେଳେ  ଅନ୍ୟଜଣଙ୍କ ନାଁ ଜଣାପଡିନି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଲା ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, ଆଜି ରବିବାର ଥିବାରୁ ( Vikas Reddy Medical college ) ବିକାଶ ରେଡ୍ଡୀ ମେଡିକାଲ କଲେଜର ତିନି ଛାତ୍ର ଏକ କାର ଯୋଗେ ନିକଟସ୍ତ ଅଞ୍ଚଳକୁ ପିକନିକ କରିବାକୁ ଯାଇଥିଲେ । କିନ୍ତୁ ସେମାନେ ଜାଣିନଥିଲେ ,ସେମାନେ ଗନ୍ତବ୍ୟସ୍ତଳରେ ପହଞ୍ଚିବା ଆଗରୁ ସେମାନଙ୍କୁ ଯମ ନେଇଯିବ ବୋଲି। ପିକନିକ୍ ସ୍ପଷ୍ଟକୁ ଯାଉଥିବା ସମୟରେ କୁପମ ଅଞ୍ଚଳରେ ହାଇଓ୍ବେ ନିକଟରେ ତାଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତିନି ଜଣ ସାଙ୍ଗଙ୍କ ମୃତ୍ୟୁ ହୋଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳର ପହଞ୍ଚି ମୃତଦେହକୁ  ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ଏହାସହ ଅଧିକ ତଦନ୍ତ ଜାରି ରଖିଛି। 


Also Read : Vastu Tips: ଏହି ରାଶିର ବ୍ୟକ୍ତି ଧାରଣ କରନ୍ତୁ ନାହିଁ ସୁନା ମୁଦି, ମାଡ଼ି ଆସିବ ବଡ଼ ବିପଦ!


Also Read : Mother's Love: ମା' ପରି କିଏ ହେବ! ବର୍ଷାରେ ନିଜକୁ ଓଦାକରି ପିଲାମାନଙ୍କୁ କଲା ରକ୍ଷା, ଅପାଣଙ୍କ ହୃଦୟକୁ ନିଶ୍ଚିତ ଛୁଇଁବ ଏହି ଭିଡ଼ିଓ


ସେହିପରି ଗତକାଲି(ଶନିବାର) ଯାଜପୁର ଜିଲ୍ଲା ନେଉଳପୁରସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ନିକଟ ଜାତୀୟ ରାଜପଥ-୧୬ରେ ବଡ ଧରଣର ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁସାରେ କୋଲକାତା ପଟୁ ଆସୁଥିବା ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ଟ୍ରକୁକୁ ଧକ୍କା ଦେବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ୭ ଜଣ କୋଲକାତା ଅଞ୍ଚଳର। ସେମାନେ କୋଲକାତାରୁ ଟ୍ରକ ଯୋଗେ ଆସୁଥିଲେ। ଦୁର୍ଘଟଣାର ଖବର ପାଇଁ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା। ଏଥିସହିତ ଧର୍ମଶାଳା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।


ସୂଚନା ଅନୁସାରେ ୧୬ ନମ୍ବର ଜାତୀୟ ରାଜପଥ ନେଉଳପୁରଠାରେ ଶୁକ୍ରବାର ଦୁଇଟି ଟ୍ରକ୍ ଧକ୍କା ହୋଇ ଜଳି ଯାଇଥିଲା। ଜଳିଯିବା ପରେ ଟ୍ରକଟି ରାସ୍ତା ଉପରେ ପଡ଼ି ରହିଥିଲା। ଶନିବାର ଭୋରରୁ ପଶ୍ଚିମବଙ୍ଗରୁ ଆସୁଥିବା ଏକ କୁକୁଡ଼ା ବୋଝେଇ ଆଇଚର ସେହି ଟ୍ରକକୁ ଧକ୍କା ଦେଇଥିଲା ।ସମସ୍ତ ମୃତଦେହ ଧର୍ମଶାଳା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି। ମୃତକମାନେ ହେଲେ ପଶ୍ଚିମବଙ୍ଗ ଚବିଶ ପ୍ରଗଣାର କରୀମ ସର୍ଦ୍ଦାର, ରବାନି ସର୍ଦ୍ଦାର, ସୁରଜ ମଣ୍ଡଳ, ଅହମଦ ଅଲ୍ଲୀ ସର୍ଦ୍ଦାର, ମୟଜୀମ ସର୍ଦ୍ଦାର, ଜାହାଙ୍ଗୀର ସର୍ଦ୍ଦାର ଓ ଅମିରୁଲ ସର୍ଦ୍ଦାର।


Also Read : Vastu Tips for Relationship: ବୈବାହିକ ଜୀବନରେ ମଧୁରତା ଆଣିଥାଏ ଏହି ବୃକ୍ଷ, ଆଜି ହିଁ ଘରେ ଲଗାନ୍ତୁ