Former Maldives President Mohamed Nasheed: ଭାରତ-ମାଲଦ୍ୱୀପ ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଦେଶର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନଶୀଦ। ବିଶେଷକରି ଭାରତ ବର୍ଜନ କରିବା ପାଇଁ ଦିଆଯାଇଥିବା ଆହ୍ୱାନ ସମ୍ପର୍କରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଏହା ଦ୍ୱାରା ମାଳଦ୍ୱୀପ ପର୍ଯ୍ୟଟନ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଛି। ଭାରତ ଗସ୍ତରେ ଆସିଥିବା ମହମ୍ମଦ ନାସିଦ କହିଛନ୍ତି ଭାରତ ବର୍ଜନ କରିବା ପାଇଁ ଦିଆଯାଇଥିବା ଆହ୍ୱାନ କାରଣରୁ ମାଲଦ୍ୱୀପ ବହୁତ ପ୍ରଭାବିତ ହୋଇଛି। ମୁଁ ଏବେ ଭାରତରେ ଉପସ୍ଥିତ ରହିଛି। ମୁଁ ଏହି ପ୍ରସଙ୍ଗରେ ବହୁତ ଚିନ୍ତିତ। ମୁଁ କହିବାକୁ ଚାହେଁ ଯେ ଯେଉଁ ଘଟଣା ଘଟିଛି ସେଥିପାଇଁ ମାଳଦ୍ୱୀପ ଲୋକେ ବହୁତ ଦୁଃଖିତ।


COMMERCIAL BREAK
SCROLL TO CONTINUE READING

"ଆମ ଆତିଥେୟତାରେ ହେବ ନାହିଁ କୌଣସି ପରିବର୍ତ୍ତନ"
ପୂର୍ବତନ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ନଶୀଦ କହିଛନ୍ତି, ଆମେ ଚାହୁଁ ଯେ ଭାରତୀୟ ଲୋକେ ଛୁଟିସ କାଟିବା ପାଇଁ ମାଲଦ୍ୱୀପ ଆସନ୍ତୁ। ଆମର ଆତିଥେୟତାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଭାରତ-ମାଳଦ୍ୱୀପ ମଧ୍ୟରେ କୂଟନୈତିକ ତିକ୍ତତା ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଯେତେବେଳେ ଚୀନ୍‌ ସମର୍ଥକ ବିବେଚିତ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଆସନ୍ତା ୧୦ ମାର୍ଚ୍ଚ ପର୍ଯ୍ୟନ୍ତ ସମସ୍ତ ଭାରତୀୟ ସୈନିକଙ୍କୁ ଦେଶରୁ ବିତାଡିତ କରିବା ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମହମ୍ମଦ ନଶୀଦ କହିଛନ୍ତି ଯେ ଯେତେବେଳେ ମାଳଦ୍ୱୀପ ରାଷ୍ଟ୍ରପତି ଚାହୁଁଥିଲେ ଯେ ଭାରତୀୟ ସୈନିକ ଦେଶରୁ ଚାଲିଯାନ୍ତୁ। ହେଲେ ଆପଣ ଜାଣଛନ୍ତି ଏହି ମାମଲାରେ ଭାରତ କେଉଁ ପଦକ୍ଷେପ ଗ୍ରହଣ କରିଥିଲା? ଭାରତ କୌଣସି ଶକ୍ତି ପ୍ରଦର୍ଶନ କରିନଥିଲେ। ବରଂ ମାଳଦ୍ୱୀପ ସରକାରଙ୍କୁ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ କହିଥିଲା। 


ଚୀନ୍-ମାଳଦ୍ୱୀପ ମଧ୍ୟର ହୋଇଥିବା ଚୁକ୍ତିକୁ ନେଇ କ'ଣ କହିଲେ ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନଶୀଦ? 
ଚୀନ୍-ମାଳଦ୍ୱୀପ ମଧ୍ୟରେ ହୋଇଥିବା ପ୍ରତିରକ୍ଷା ଚୁକ୍ତି ଉପରେ ପ୍ରତିକ୍ରିୟା ରଖିଛନ୍ତି ମହମ୍ମଦ ନଶୀଦ। ଏନେଇ ସେ କହିଛନ୍ତି ଏହା କୌଣସି ପ୍ରତିରକ୍ଷା ଚୁକ୍ତି ନୁହେଁ। ବରଂ କିଛି ଉପକରଣ କ୍ରୟ କରିବାକୁ ଚୁକ୍ତି ହୋଇଛି। ମୁଁ ଭାବୁଛି ଯେ ରାଷ୍ଟ୍ରପତି ମହମ୍ମଦ ମୁଇଜୁ କିଛି ଉପକରଣ କିଣିବାକୁ ଚାହୁଁଥିଲେ। ରାଷ୍ଟ୍ରପତି ମୁଖ୍ୟତଃ ରବର ବୁଲେଟ୍ ଏବଂ ଲୁହବୁହା ଗ୍ୟାସ୍। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ସରକାର ଭାବିଥିଲେ ଯେ ଅଧିକ ଲୁହବୁହା ଗ୍ୟାସ ଏବଂ ଅଧିକ ରବର ଗୁଳି ଆବଶ୍ୟକ। ବନ୍ଧୁକ ବ୍ୟାରେଲ ମାଧ୍ୟମରେ ଶାସନ କରାଯାଏ ନାହିଁ।


ନିକଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି ଯେ ବିଭିନ୍ନ ଦେଶ ମଧ୍ୟରେ ଭୁଲ ବୁଝାମଣା ହୋଇପାରେ। ହେଲେ କୂଟନୈତିକ ପକ୍ରିୟା ମାଧ୍ୟମରେ ଏହି ବିବାଦର ସମାଧାନ ହେବାର ଆଶା ରହିଛି। ସେ କହିଛନ୍ତି ଯେ ଆମକୁ ଲୋକଙ୍କୁ ବୁଝାଇବାକୁ ହେବ ଯେ ବେଳେବେଳେ ସେମାନଙ୍କ ପାଖରେ ସମ୍ପୂର୍ଣ୍ଣ ସୂଚନା ନାହିଁ। ବେଳେବେଳେ ଅନ୍ୟମାନଙ୍କ କଥା ଦ୍ୱାରା ଲୋକେ ଭ୍ରମିତ ହୋଇଥାନ୍ତି।