Maldives President Mohamed Muizzu: ଭାରତ ବିରୋଧି ଆଭିମୁଖ୍ୟ ପାଇଁ ଚର୍ଚ୍ଚାରେ ରହିଥିବା ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଏବେ ନିଜ ଦେଶରେ ଘେରି ହୋବାରେ ଲାଗିଛନ୍ତି। ମାଲଦ୍ୱୀପ ସଂସଦ ନିର୍ବାଚନ ପୂର୍ବରୁ ଗତ ୨୦୧୮ ବର୍ଷରେ ତାଙ୍କ ଦ୍ୱାରା କରାଯାଇଥିବାର ଦୁର୍ନୀତିର ରିପୋର୍ଟ ଲିକ୍ ହୋଇଯାଇଛି। ଯାହା ପରେ ବିରୋଧି ଦଳ ଏହି ଘଟଣାରେ ତଦନ୍ତ ସହ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରିବାକୁ ଦାବି ଜଣାଇଛି। ହେଲେ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଆସନ୍ତା ରବିବାର ଅନୁଷ୍ଠିତ ମାଲଦ୍ୱୀପ ସଂସଦୀୟ ନିର୍ବାଚନ। ଏବେ ଦେଶର ମୁଖ୍ୟ ବିରୋଧି ଦଳ ମାଲଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି (ଏମଡିପି) ଏବଂ ଶାସକ ପିପୁଲ୍ସ ନ୍ୟାସନାଲ କଂଗ୍ରେସ (ପିଏନସି) ମଧ୍ୟରେ ଆରୋପ-ପ୍ରତ୍ୟାରୋପ ତୀବ୍ର ହେବାରେ ଲାଗିଛି।


ମାଳଦ୍ୱୀପ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦେଶର ଏପରି ରାଜନୈତିକ ହଟଚମଟ ଗତ ସୋମବାର ଠାରୁ ଆରମ୍ଭ ହୋଇଥିଲା। ଏକ ଅଜ୍ଞାତ ସୋସିଆଲ ମିଡିଆ ହ୍ୟାଣ୍ଡେଲ 'ହାସନ କ୍ୟୁରେସି' ଦ୍ୱାରା ସେୟାର କରାଯାଇଥିବା ଏକ ପୋଷ୍ଟ ପାଇଁ ଦେଶର ରାଜନୈତିକ ବାତାବରଣ ସରଗରମ ହୋଇଉଠିଥିଲା। ଏହି ପୋଷ୍ଟ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ସହ ଜଡି଼ତ ରହିଛି। ଏହା ସହିତ ମାଳଦ୍ୱୀପ ପୋଲିସ ସେବା ଏବଂ ମାଲଦ୍ୱୀପ ମୁଦ୍ରା ପ୍ରାଧିକରଣ ଆର୍ଥିକ ଗୁଇନ୍ଦା ଶାଖାଦ୍ୱାରା ପ୍ରସ୍ତୁତ ହୋଇଥିବା ଦସ୍ତାବିଜ ସହିତ ଗୁପ୍ତଚର ରିପୋର୍ଟ ଲିକ୍ ହୋଇଯାଇଛି।


Also Read: Maldives Politics: ଗାଦିଚ୍ୟୁତ ହୋଇପାରନ୍ତି ମାଳଦ୍ୱୀପ ରାଷ୍ଟ୍ରପତି! ଜାଣନ୍ତୁ କିପରି


ଏହି ରିପୋର୍ଟ ଅନୁସାରେ ଗତ ୨୦୧୮ ବର୍ଷରେ ମହମ୍ମଦ ମୁଇଜୁଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଖାତାକୁ ପାଣ୍ଠି ହସ୍ତାନ୍ତର କରିବାରେ ଅନିୟମିତତା ହୋଇଥିବାର ଦାବି କରାଯାଇଛି। ପାଣ୍ଠି ହସ୍ତାନ୍ତରଣରେ ଆର୍ଥିକ ଅନିୟମିତତା ସମ୍ପର୍କରେ ୧୦ ଗୁରୁତ୍ୱପୂର୍ଣ୍ଣ କଥା କୁହାଯାଇଛି। ଯାହା ରାଜନୈତିକ ବ୍ୟକ୍ତିଙ୍କ ସହ ଜଡିତ ରହିଛି। ଏହା ସହିତ ଅର୍ଥ ହଡ଼ପ, କର୍ପୋରେଟ୍ ସଂସ୍ଥାର ଅର୍ଥ କାରବାରକୁ ଲୁଚାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଏପରି ଅଭିଯୋଗ ସାମ୍ନାକୁ ଆସିବା ପରେ ଦେଶରେ ଏକ ରାଜନୈତିକ ଝଡ଼ ସୃଷ୍ଟି ହୋଥିଲା। ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟରେ ଏହାକୁ ନେଇ ଅନେକ ପ୍ରତିକ୍ରିୟା ଆସିବା ଆରମ୍ଭ କରିଥିଲା।


ସମଗ୍ର ଘଟଣାର ତଦନ୍ତ ପାଇଁ ଉଠିଲା ଦାବି
ଦେଶର ୨ ପ୍ରମୁଖ ବିରୋଧି ଦଳ ମାଳଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି ଏବଂ ପିପୁଲ୍ସ ନ୍ୟାସନାଲ ଫ୍ରଣ୍ଟ ଏହି ଘଟଣାର ତଦନ୍ତ ଦାବି କରିଛନ୍ତି। ଗୁଇନ୍ଦା ରିପୋର୍ଟ ଲିକ୍ ହେବା ପରେ ପୂର୍ବତନ ଉପରାଷ୍ଟ୍ରପତି ଡକ୍ଟର ମହମ୍ମଦ ଜାମିଲ ଅହମ୍ମଦ, ରାଷ୍ଟ୍ରପତି ମହମ୍ମଦ ମୁଇଜୋଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରିବାକୁ ଦାବି କରିଛନ୍ତି। ନ୍ୟୁଜ୍ ପୋର୍ଟାଲ୍ ଦାବି କରିଛି ଯେ ପ୍ରଥମ ଥର ପାଇଁ ଆର୍ଥିକ ଗୁଇନ୍ଦା ଶାଖାର ରିପୋର୍ଟ ଲିକ୍ ହୋଇଯାଇଛି। ରିପୋର୍ଟ କିମ୍ବା ଅଭିଯୋଗର ବୈଧତାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରୀ ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ଆସି ନାହିଁ।


ଅଭିଯୋଗ ଉପରେ ଜବାବ ରଖିଲେ ମହମ୍ମଦ ମୋଇଜୁ
ଗତ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ଉପରେ ଜବାବ ରଖିଛନ୍ତି  ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ। ଏନେଇ ସେ କହିଛନ୍ତି ଯେ ବିରୋଧି ଦଳ ଯେତେ ଚେଷ୍ଟା କଲେ ମଧ୍ୟ ସେମାନଙ୍କ ଉଦ୍ଦେଶ୍ୟ ସଫଳ ହେବ ନାହିଁ। କାରଣ ସେ କୌଣସି ଭୁଲ କରିନାହାଁନ୍ତି। ବିରୋଧି ଦଳ ନିରାଶ ହୋଇ ରିପୋର୍ଟ ଲିକ୍ କରିଥିବାର ପାଲଟା ଅଭିଯୋଗ ଆଣିଛନ୍ତି। ଏନେଇ ସେ କହିଛନ୍ତି ଯେ ପୂର୍ବ ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ଏଭଳି ଅଭିଯୋଗ ହୋଇଥିଲା।