Mamata Banerjee Viral Video: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତାଙ୍କର ‘ମହାକାଶ ଜ୍ଞାନ’କୁ ନେଇ ପୁଣି ଥରେ ଟ୍ରୋଲରେ ଶିକାର ହୋଇଛନ୍ତି । ବାସ୍ତବରେ ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ (ଏଆଇଟିସି) ର ଛାତ୍ର ସଂଗଠନ ତୃଣମୂଳ ଛାତ୍ର ପରିଷଦର ପ୍ରତିଷ୍ଠା ଦିବସ ଅବସରରେ ମମତା ବାନାର୍ଜୀ ଏକ ରାଲିକୁ ସମ୍ବୋଧିତ କରିଥିଲେ । ଏହି ସମୟରେ ସେ କହିଥିଲେ, 'ଯେତେବେଳେ ଇନ୍ଦିରା ଗାନ୍ଧୀ ଚନ୍ଦ୍ରରେ ପହଞ୍ଚିଲେ ସେତେବେଳେ ସେ ରାକେଶ (ଶର୍ମା) କୁ ପଚାରିଥିଲେ ଯେ ଭାରତ ସେଠାରୁ କିପରି ଦେଖାଯାଉଛି । ସେ ଉତ୍ତର ଦେଲେ 'ସାରେ ଜହାଁ ସେ ଆଚ୍ଛା' । ଗତ ସପ୍ତାହରେ, ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) କୁ ଚନ୍ଦ୍ରଯାନ-୩ ମିଶନର ସଫଳତା ପାଇଁ ଅଭିନନ୍ଦନ ଜଣାଇବାବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ ଇନ୍ଦିରା ଗାନ୍ଧୀ 'ରାକେଶ ରୋଶନ' କୁ ପଚାରିଥିଲେ ଯେ ପୃଥିବୀ କିପରି 'ଚନ୍ଦ୍ର'ରୁ ଦେଖାଯାଉଛି? ।


COMMERCIAL BREAK
SCROLL TO CONTINUE READING

ନେତାଙ୍କ 'ଚନ୍ଦ୍ରଜ୍ଞାନ'


ଏହାପୂର୍ବରୁ ମଧ୍ୟ ଅନେକ ନେତାମାନେ ଚନ୍ଦ୍ରଯାନ-୩ କୁ ନେଇ ଅନେକ ଭୁଲ୍ ଭାଲ୍ ବୟାନ ଦେଇଛନ୍ତି। ଗତ ସପ୍ତାହରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଚନ୍ଦ୍ରଯାନ-୩ ବିଷୟରେ ପଚରାଯିବାରୁ ସେ ଏହା ବିଷୟରେ କିଛି ଜାଣି ନଥିଲେ । ଏହା ବ୍ୟତୀତ ରାଜସ୍ଥାନର କ୍ରୀଡ଼ା ମନ୍ତ୍ରୀ ଅଶୋକ ଚାନ୍ଦନା ମଧ୍ୟ ଏପରି ବିୟାନ ଦେଇଛନ୍ତି ଯାହାକୁ ନେଇ ସୋସିଆଲ ମିଡିଆରେ ବହୁ ଚର୍ଚ୍ଚା ହେଉଛି ।



ଏକ ନ୍ୟୁଜ୍ ଚ୍ୟାନେଲ ସହିତ କଥାବାର୍ତ୍ତା କରି ଓମପ୍ରକାଶ ରାଜଭାର କହିଛନ୍ତି, “ଆମେ ଭାରତର ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଦେଉଛୁ, ଯେଉଁମାନେ ଦିନକୁ ଦିନ ଗବେଷଣା କରି ନୂତନ ଆବିଷ୍କାର କରୁଛନ୍ତି । ଯେଉଁମାନେ ଚନ୍ଦ୍ରଯାନ-୩ ବିଷୟରେ କହୁଛନ୍ତି ଆମେ ସେମାନଙ୍କୁ ଅଭିନନ୍ଦନ ଜଣାଉଛୁ । ଆସନ୍ତାକାଲି ତାଙ୍କ ପାଇଁ ପୃଥିବୀରେ ନିରାପଦରେ ଆସିବାର ସମୟ, ସେ ପହଞ୍ଚିବା ପରେ ସମଗ୍ର ଦେଶ ତାଙ୍କୁ ସ୍ୱାଗତ କରିବା ଉଚିତ୍ ।”


ଏଥି ସହ ଅଶୋକ ଚାନ୍ଦନା କହିଛନ୍ତି ଯେ ଆମେ ସଫଳ ହୋଇଛୁ ଓ ଏକ ସୁରକ୍ଷିତ ଅବତରଣ କରିଛୁ । ଯାଇଥିବା ଆମର ଯାତ୍ରୀମାନଙ୍କୁ ମୁଁ ନମସ୍କାର କରୁଛି । ଆମ ଦେଶ ବିଜ୍ଞାନ ଓ ମହାକାଶରେ ଆଉ ଗୋଟିଏ ପଦକ୍ଷେପ ନେଇଛି, ଏଥିପାଇଁ ମୁଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି । ଏହି ବୟାନ ପରେ ସୋସିଆଲ ମିଡିଆରେ ଲୋକମାନେ ଅଶୋକ ଚାନ୍ଦନାଙ୍କ ବକ୍ତବ୍ୟକୁ ନେଇ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ, କାରଣ ସେ ଜାଣି ନଥିଲେ ଯେ ଚନ୍ଦ୍ରଯାନ ମିଶନ-3 ଏକ ମାନବବିହୀନ ମିଶନ୍ ।