Crime News: ଭୋକ ଲାଗିବାରୁ ଗାର୍ଲଫ୍ରେଣ୍ଡକୁ ହତ୍ୟା କଲା ପ୍ରେମିକ । ରୁଷରେ(Russia) ଏପିର ଏକ ଚାଞ୍ଚଲ୍ୟକର ଘଟଣା ୨୦୦୯ ମସିହାରେ ସାମ୍ନାକୁ ଆସିଥିଲା । ସେ ସମୟର ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଖାଲି ହତ୍ୟା ନୁହେଁ, ନିଜ ପ୍ରେମିକାକୁ ମାରି ସାରିବା ପରେ ତାର ମୃତ ଶରୀରକୁ ଟିକ ଟିକ କରି କାଟି ଖାଇଥିଲା ପ୍ରେମିକ । ଆଉ ଏନେଇ ଯେତେବେଳେ ପଚରାଯାଇଥିଲା ସେ କହିଥିଲା ଯେ, ମୋତେ ଜୋର ଭୋକ ଲାଗୁଥିଲା । ଏହି ସମୟରେ ଘରେ କୌଣସି ଖାଇବା ଜିନିଷ ନଥିଲା । ନିଜର ଭୋକ ମେଣ୍ଟାଇବାକୁ ମୁଁ ବାହାରକୁ ଯିବାକୁ ଚାହିୁଁନଥିଲି । ଏହି କାରଣରୁ ମୁଁ  ନିଜ ପ୍ରେମିକାକୁ ହତ୍ୟା କରିବା ପରେ ତାକୁ କାଟି ଖାଇଥିଲି ।


COMMERCIAL BREAK
SCROLL TO CONTINUE READING

ହତ୍ୟାକାରୀ ପ୍ରେମିକ ମ୍ୟାକ୍ସିମର ଗାର୍ଲଫ୍ରେଣ୍ଡଙ୍କ ନାମ କରୀନା ଥିଲା । ଯୁବତୀ ଜଣକ ଅନେକ ଦିନ ଧରି ନିଖୋଜ ରହିଥିଲେ । ପରେ ଏନେଇ ଖବର ପାଇବା ପରେ ଖେଜାଖୋଜି କରିଥିଲା ପୋଲିସ । ଏହି ସମୟରେ ଡ଼ଷ୍ଟବିନ୍ ରୁ ଦୁର୍ଗନ୍ଧ ଆସୁଥିବା ନେଇ କେହି ଜଣେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଯେତେବେଳେ ପୋଲିସ ଏନେଇ ଖୋଜାଖୋଜି ଆରମ୍ଭ କଲା ସେହି ସମୟରେ ଡ଼ଷ୍ଟବିନରୁ କରୀନାଙ୍କ ଶରୀରର କିଛି ଅଂଶ ମିଳିଥିଲା । ଯାହା ସଂପୂର୍ଣ୍ଣ ଭାବେ ସଢି ସାରିଥିଲା । ପୋଷ୍ଟମୋର୍ଟମ ରିପୋର୍ଟରେ ପାଣିରେ ବୁଡ଼ିବା କାରଣରୁ କରୀନାଙ୍କ ମୃତ୍ୟୁ ହେବା ପରେ ତାଙ୍କ ଶରୀରକୁ କଟା ଯାଇଥିବା ସ୍ପଷ୍ଟ ହୋଇଥିଲା ।


ଶାରୀରିକ ସମ୍ପର୍କ ରଖିବା ପରେ କରିଥିଲା ହତ୍ୟା


ଏନେଇ ପଚରାଉଚରା ବେଳେ ହତ୍ୟାକାରୀ ପ୍ରେମିକ କହିଥିଲା କି, ପ୍ରଥମେ ସେ କରୀନାଙ୍କ ସହ ଗାଧୋଇବା ସମୟରେ ଶାରୀରିକ ସମ୍ପର୍କ ରଖିଥିଲା । ପରେ ସେହି ବାଥଟବରେ ବୁଡ଼ାଇ ସେ ତାଙ୍କୁ ହତ୍ୟା କରିଥିଲେ । ଏହାପରେ ଧାରୁଆ ଅସ୍ତ୍ରରେ ତାଙ୍କ ଶରୀରକୁ ଖଣ୍ତ ଖଣ୍ତ କରି କାଟିଥିଲେ । ସେ ନିଜେ ଏହି ମାଂସ ଖାଇବା ସହ ଯେଉଁ ଯୁବତୀଙ୍କ ଘରେ ପାର୍ଟି କରୁଥିଲୁ ତାଙ୍କୁ ମଧ୍ଯ ଏହି ମାଂସ ଖୁଆଇଥିବା ସେ କହିଥିଲା । ଏ ଘଟଣାରେ ମ୍ୟାକ୍ସିମଙ୍କ ବନ୍ଧୁ ୟୁରୀ ତାଙ୍କୁ ସାହାଯ୍ୟ କରିଥିଲେ। ପରେ ଉଭୟ ନିଜର ଦୋଷ ସ୍ବୀକାର କରିଥିଲେ ।


Also Read-Satish Kaushik Death Case: ମହିଳାଙ୍କ ଚାଞ୍ଚଲ୍ୟକର ବୟାନ, ୧୫ କୋଟି ପାଇଁ ସତୀଶ କୌଶିକଙ୍କୁ ମାରିଛନ୍ତି ମୋ ସ୍ବାମୀ!


କୋର୍ଟରେ ହାଜର ହେବା ସମୟରେ ମ୍ୟାକ୍ସିମ ଓ ୟୁରୀ କହିଥିଲେ ଯେ ଭୋକ ଲାଗିବା ପରେ ଉଭୟ ମଦ୍ୟପାନ କରୁଥିଲୁ । ଏହି ସମୟରେ ଘରେ ଖାଇବାକୁ ନଥିଲା ।  ଫଳରେ ସେମାନେ କରୀନାଙ୍କୁ ହତ୍ୟା କରି ତାଙ୍କ ମାଂସ ଖାଇଥିଲେ । ଏଭଳି ଜଂଘନ୍ୟ ହତ୍ୟାକାଣ୍ତ ପରେ ମ୍ୟାକ୍ସିମଙ୍କୁ ୧୯ ବର୍ଷ ଓ ୟୁରୀଙ୍କୁ ୧୮ ବର୍ଷ ଦଣ୍ତ ଦିଆଯାଇଥିଲା ।