Manipur Govt Warns to Miscreants: ରାଜ୍ୟରେ ହୋଇଥିବା ହିଂସାକାଣ୍ଡ ପରେ ଏବେ ଉପଦ୍ରବୀଙ୍କ ଉଦ୍ଦେଶ୍ୟରେ ଚେତାବନୀ ଦେଇଛନ୍ତି ମଣିପୁର ସରକାର। ଏନେଇ ସରକାରଙ୍କ ପକ୍ଷରୁ ଉପଦ୍ରବୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ହିଂସାକାଣ୍ଡ ବେଳେ ପୋଲିସ ଲାଇନ ଏବଂ ଥାନାରୁ ଯେଉଁ ଅସ୍ତ୍ରଶସ୍ତ୍ର ଲୁଟ କରାଯାଇଛି ତାହାକୁ ୧୫ ଦିନ ମଧ୍ୟରେ ଜମା କରାଯାଉ। ଉପଦ୍ରବୀଙ୍କୁ ଚେତାବନୀ ଦିଆଯାଇଛି ଯେ ଯଦି ସେମାନେ ଅସ୍ତ୍ରଶସ୍ତ୍ର ଜମା ନ କରନ୍ତି, ତାହେଲେ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 


COMMERCIAL BREAK
SCROLL TO CONTINUE READING

ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂହଙ୍କ (Manipur CM N. Biren Singh) କାର୍ଯ୍ୟାଳୟରୁ ଏ ସମ୍ପର୍କିତ ଏକ ବିଜ୍ଞପ୍ତି (Manipur Chief Minister Office Notification) ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ  ରାଜ୍ୟରେ କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀ ଦ୍ୱାରା ରଖାଯାଇଥିବା ସମସ୍ତ ବେଆଇନ ଅସ୍ତ୍ର ତୁରନ୍ତ କିମ୍ବା ଶୁକ୍ରବାର ଠାରୁ ୧୫ ଦିନ ମଧ୍ୟରେ ଜମା କରାଯିବା ଆବଶ୍ୟକ। ଏହି ୧୫ ଦିନ ମଧ୍ୟରେ ଏପରି ବେଆଇନ ଅସ୍ତ୍ର ଜମା କରୁଥିବା ବ୍ୟକ୍ତିଙ୍କ ମାମଲା ଉପରେ ମଧ୍ୟ ରାଜ୍ୟ ସରକାର ବିଚାର କରିବାକୁ ପ୍ରସ୍ତୁତ ଅଛନ୍ତି।



ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବ ସୁରକ୍ଷା ବାହିନୀ 
ମଣିପୁର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ବିବୃତ୍ତିରେ (Manipur Government Latest Notification) କୁହାଯାଇଛି ଯେ ୧୫ ଦିନ ପରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସୁରକ୍ଷା ବାହିନୀ ମିଳିତ ଭାବେ ଅସ୍ତ୍ରଶସ୍ତ୍ର ପୁନରୁଦ୍ଧାର ପାଇଁ ସମଗ୍ର ରାଜ୍ୟରେ ବ୍ୟାପକ ସର୍ଚ୍ଚ ଅପରେସନ (Security Forces Search Operation in Manipur) ଆରମ୍ଭ କରିବେ। ଏହି ସମୟ ଅବଧି ମଧ୍ୟରେ କୌଣସି ବେଆଇନ ଅସ୍ତ୍ର ସହିତ ଜଡିତ ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କାର୍ଯ୍ୟ କରାଯିବ। ପୋଲିସ ଲାଇନ ଏବଂ ଥାନାରୁ ଲୁଟ ହୋଇଥିବା ବେଆଇନ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଉପଦ୍ରବୀ ଗୋଷ୍ଠୀ ଦ୍ୱାରା ନିର୍ଯାତନା, ଧମକ ଏବଂ ଅପହରଣ କରା ଯାଉଥିବାର ଖବର ସାମ୍ନାକୁ ଆସିଛି।


ଉପଦ୍ରବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟାଭିଡ଼ିଲେ ମଣିପୁର ସରକାର
ବିବୃତ୍ତି ଅନୁଯାୟୀ ବେଆଇନ ଅସ୍ତ୍ରଶସ୍ତ୍ରର ଅପବ୍ୟବହାର ଏକ ଗୁରୁତର ବିଷୟ। ରାଜ୍ୟର ଯେ କୌଣସି ଅଞ୍ଚଳରେ ସେହି ଗୋଷ୍ଠୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ୟେଉଁମାନେ ହିଂସା ବେଳେ ସୁରକ୍ଷା ବଳର ଅସ୍ତ୍ରଶସ୍ତ୍ର ଲୁଟି ନେଇଥିଲେ। ରାଜ୍ୟରେ ଶାନ୍ତି ଫେରାଇ ଆଣିବାରେ ଉଭୟ କେନ୍ଦ୍ର-ରାଜ୍ୟ ସରକାରଙ୍କ ସହ ସହଯୋଗ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ମଣିପୁର ସରକାର (Manipur Government)। ଏହି ସମୟରେ ମଣିପୁର ମାନବ ଅଧିକାର ଆୟୋଗ (Manipur Human Rights Commission) ପକ୍ଷରୁ କରାଯାଇଥିବା ସୁପାରିଶ ଗ୍ରହଣ କରି ରାଜ୍ୟ ସରକାର ଗୁରୁବାର ଦିନ ପୋଲିସ ମହାନିର୍ଦ୍ଦେଶକଙ୍କୁ ସୁରକ୍ଷା ବାହିନୀର ଅସ୍ତ୍ରଶସ୍ତ୍ର ଏବଂ ଚୁରାଚାନ୍ଦପୁର ବନ୍ଧୁକ ଦୋକାନରୁ ଲୁଟ୍ ହୋଇଥିବା ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 


ମେ ୩ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଛି ହିଂସା 
ବିଭିନ୍ନ ରିପୋର୍ଟ ଅନୁଯାୟୀ ମେ ୩ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଥିବା ଜାତିଗତ ଦଙ୍ଗା (Manipur Ethnic Violence 2023) ସମୟରେ ଉପଦ୍ରବୀ ଏବଂ ଉଗ୍ରବାଦୀ ପୋଲିସ ପୋଷ୍ଟ ଏବଂ ଥାନାରୁ ପ୍ରାୟ ୪ ହଜାରରୁ ଅଧିକ ପ୍ରକାରର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଲୁଟି ନେଇଛନ୍ତି। ସେବେଠାରୁ ରାଜ୍ୟରେ ହିଂସାକାଣ୍ଡ ଜାରି ରହିଛି। ଏହି ହିଂସାରେ ଏପର୍ଯ୍ୟନ୍ତ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ଶହ ଶହ ଲୋକଙ୍କୁ ସେମାନଙ୍କ ଘର ଛାଡ଼ିବାକୁ ପଡ଼ିଛି।