Fire Mishap: ପାଟନା ଜଙ୍କସନ ନିକଟରେ ଥିବା ପାଲ ହୋଟେଲରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ନିଆଁ ପୁରା ହୋଟେଲକୁ ଜାଳି ଦେଇଛି। କିଛି ସମୟ ମଧ୍ୟରେ ହୋଟେଲରେ ଥିବା ସମସ୍ତ ଜିନିଷପତ୍ର ଜଳି ପୋଡ଼ି ପାଉଁଶ ହୋଇ ଯାଇଥିବା ସୂଚନା ମିଳିଛି। ସୂଚନା ପାଇବା ମାତ୍ରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। କୁହାଯାଉଛି ଯେ ହୋଟେଲ ଭିତରେ ୬ରୁ ଅଧିକ ଲୋକ ଫସି ରହିଛନ୍ତି।