ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଛି କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ। ଗତକାଲି କଂଗ୍ରେସର ନୂଆ ଅଧ୍ୟକ୍ଷଙ୍କ ନାଁ ଘୋଷଣା ହୋଇଛି। ଅଧ୍ୟକ୍ଷ ନିର୍ବାଚନରେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ବିଜୟ ଲାଭ କରିଛନ୍ତି। ଏକତରଫା ଭାବେ ସେ ଏହି ଅଧ୍ୟକ୍ଷ ନିର୍ବାଚନରେ ବିଜୟ ହାସଲ କରିଛନ୍ତି। ତେବେ ଦାୟିତ୍ୱ ନେବା ପୂର୍ବରୁ କଡ଼ା ସମାଲୋଚନାର ଶୀକାର ହେଉଛନ୍ତି ଶ୍ରୀ ଖଡ଼ଗେ। ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ କଂଗ୍ରେସ ଉପରେ ବର୍ଷିବା ସହିତ ଖଡ଼ଗେଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଏପରିକି ସେ ଏହି ନିର୍ବାଚନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଏହା ସହିତ ନୂଆ ଅଧ୍ୟକ୍ଷ ଖଡ଼ଗେଙ୍କୁ ସେ ବଲି କା ବକରା ବୋଲି କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ସେ ଆହୁରି ବାବା ସାହେବ ଆମ୍ବେଦକରଙ୍କ ଅପମାନ କରୁଥିବା ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି। ଖଡଗେ ବୁଧବାର ତିରୁବନନ୍ତପୁର ସାଂସଦ ଶଶି ଥରୁରଙ୍କୁ ହରାଇ ଖଡଗେ ଏହି ପଦ ପାଇଁ ବିଜୟ ହାସଲ କରିଥିଲେ। ମାୟାଓ୍ୱାତୀ ଟ୍ୱିଟ କରି କହିଥିଲେ କି କଂଗ୍ରେସର ଇତିହାସରେ ପ୍ରମାଣ ରହିଛି ଯେ ଦଳିତ ଓ ଉପେକ୍ଷିତଙ୍କୁ କଂଗ୍ରେସ ସବୁବେଳେ ଉପେକ୍ଷା କରି ଆସିଛି। ପାର୍ଟିର ଭଲ ସମୟରେ ସୁରକ୍ଷା ଓ ସମ୍ମାନ ଦେଇ ନାହିଁ। କିନ୍ତୁ ଦଳ ତାର ଖରାପ ସମୟରେ ଏମାନଙ୍କୁ ବଳି କା ବକରା ବନାଇଛି। 


ଆଉ ଏକ ଟ୍ୱିଟରେ କଂଗ୍ରେସ ଦଳିତମାନଙ୍କ ଭୁଲ ଫାଇଦା ଉଠାଇଥିବା ନେଇ ଅଭିଯୋଗ କରିଛନ୍ତି ସେ। ସେ ଲେଖିଛନ୍ତି କି କଂଗ୍ରେସ ପାର୍ଟି ନିଜର ଭଲ ସମୟରେ ଅଣ ଦଳିତ ଓ ବର୍ତ୍ତମାନ ଖରାପ ସମୟରେ ଶାସନ କ୍ଷମତାରୁ ବାହାରେ ରହିଥିବା ବେଳେ ଦଳିତଙ୍କୁ ଆଗରେ ରଖିଛି। ଏହା କଣ ଏକ ଛଳନାତ୍ମକ ରାଜନୀତି ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି। 


ଦଳିତ ସମୁଦାୟରୁ ଆସିଥିବା ଖଡ଼ଗେଙ୍କର କଂଗ୍ରେସ ସହିତ ସମ୍ପର୍କ ପ୍ରାୟ ପାଞ୍ଚ ଦଶନ୍ଧିରୁ ଅଧିକ ପୁରୁଣା। ତେବେ ଏହା ମାଧ୍ୟମରେ କଂଗ୍ରେସ ପୁଣି ଥରେ ଅନୁସୂଚିତ ବର୍ଗର ଲୋକମାନଙ୍କୁ ଦଳ ଆଡ଼କୁ ଆକୃଷ୍ଟ କରିପାରିବେ। ଏହା ସହିତ ବିଜେପି ଆଗରେ ଏକ ଚ୍ୟାଲେଞ୍ଜ ମଧ୍ୟ ସୃଷ୍ଟି କରାଯିବ। ଏନେଇ କର୍ଣ୍ଣାଟକର ସାଂସଦ ଭିଏସ ଉଗରପ୍ପା କୁହନ୍ତି କଂଗ୍ରେସ ମୁଖ୍ୟ ଭାବେ ସମାଜର ସମସ୍ତ ବର୍ଗ ଓ ବିଶେଷ କରି ଦଳିତମାନଙ୍କ ନେତା ହେବେ ଖଡ଼ଗେ। 


ସେ ଆହୁରି କହିଥିଲେ କି ଏହା ସ୍ୱାଭାବିକ ଭାବେ କଂଗ୍ରେସ ହରାଇଥିବା ମର୍ଯ୍ୟାଦାକୁ ମଧ୍ୟ ଫୋଇ ଆଣିବାରେ ସହାୟତା କରିବ। ବିଶେଷ କରି କାଂଶୀରାମ ଓ ମାୟାବତୀଙ୍କ ନେତୃତ୍ୱାଧିନ ବସପା ଓ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ ବିଜେପି ସରକାରକୁ ଆସିବା ପରେ କଂଗ୍ରେସର କ୍ଷମତାଶୂନ୍ୟ ହୋଇ ପଡ଼ିଥିଲା।