Maine Mineral and Gem Museum: ଯଦି ଆପଣ ଭାଗ୍ୟବାନ, ତାହେଲେ ଆପଣ ଧନୀ ହୋଇପାରିବେ। ଏକ ସଂଗ୍ରହାଳୟ ପକ୍ଷରୁ ଆପଣଙ୍କ ପାଇଁ ଏକ ସୁଯୋଗ ଆସିଛି। ଏକ ଉଲକାପିଣ୍ଡ ଭାଙ୍ଗିଯିବା ପରେ ଅଲଗା ହୋଇଯାଇଛି, ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଉଲକାପିଣ୍ଡ ଭଗ୍ନାବଶେଷ ମିଳୁନାହିଁ। ଏହି ସଂଗ୍ରହାଳୟ ପକ୍ଷରୁ ଅଫର ଦିଆଯାଇଛି ଯେ ଯଦି କେହି ଏହାକୁ ଖୋଜି ଆଣନ୍ତି, ତାହେଲେ ତାଙ୍କୁ ୨୫ ହଜାର ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ତାଙ୍କୁ ପ୍ରାୟ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସଂଗ୍ରହାଳୟର ଅଧିକାରୀ ଏହି ଉଲକାପିଣ୍ଡର ପରିଚୟ ଏବଂ ପଦ୍ଧତି ସମ୍ପର୍କରେ ଜଣାଇଛନ୍ତି। ଯାହା ଦ୍ୱାରା ଏହାକୁ ଖୋଜି ବାହାର କରିବା ସହଜ ହୋଇପାରିବ।


COMMERCIAL BREAK
SCROLL TO CONTINUE READING

ଆମେରିକୀୟ ଗଣମାଧ୍ୟମ ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, ଫ୍ରାନ୍ସ (France) ବେଥେଲସ୍ଥିତ (Bethel) ମାୟନ୍ ମିନେରାଲ୍ ଏବଂ ଜେମ ସଂଗ୍ରହାଳୟ (Maine Mineral and Gem Museum) ପକ୍ଷରୁ କୁହାଯାଇଛି ଯେ ଶନିବାର ଅପରାହ୍ନରେ ଏକ ଉଲକାପିଣ୍ଡ (Meteorite) ଖସିପଡିଛି। ଯାହା ଏକ ନିଆଁ ପିଣ୍ଡୁଳା ଭଳି ଆକାରରେ ଉଡି ଯାଉଥିବାର ଦେଖାଯାଉଥିଲା। ହେଲେ ହଠାତ୍ ଏହି ଉଲକାପିଣ୍ଡ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣାର ଶୀକାର ହୋଇଥିବା ଉଲକାକୁ ଚିହ୍ନଟ କରାଯାଇପାରି ନାହିଁ। ଯଦି କେହି ଏହି ଉଲକାକୁ ଖୋଜି ଆଣନ୍ତି, ତାହେଲେ ତାଙ୍କୁ ବିପୁଳ ପରିମାଣର ପୁରସ୍କାର ରାଶି ପ୍ରଦାନ କରାଯିବ। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଏହାର ରାଡାର ସାହାଯ୍ୟରେ ଏହି ଉଲକାପିଣ୍ଡକୁ ଖୋଜୁଛି। ଏହି ଏହି ଉଲକା କାନାଡା ସୀମା ନିକଟରେ ପ୍ରାୟ ୪ ମିନିଟ୍ ୪୦ ସେକେଣ୍ଡ ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇଥିବାର କୁହାଯାଉଛି। 


ଅନେକ ଲୋକ ଏହି ଘଟଣାର ଲାଇଭ୍ ଦେଖିଥିବାର କୁହାଯାଉଛି। ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ସେମାନେ ସୂର୍ଯ୍ୟ ଠାରୁ ଅଧିକ ଉଜ୍ଜ୍ୱଳ ଆଲୋକ ବିଶିଷ୍ଟ ନିଆଁ ପିଣ୍ଡୁଳା ଆକାରର ଏକ ବଲ ଦେଖିଥିଲେ। ଯାହା ହଠାତ୍ ଭାଙ୍ଗି ପଡ଼ି କ୍ଷତିଗ୍ରସ୍ତ ହୋଇଥିଲେ। ସେତେବେଳେ ଏକ ଉଚ୍ଚ ସ୍ୱର ବିଶିଷ୍ଟ ଶବ୍ଦ ଶୁଣା ଯାଇଥିଲା। ସେବେଠାରୁ ଏହାକୁ ଖୋଜା ଚାଲିଛି। ମାୟନ୍ ମିନେରାଲ୍ ଏବଂ ଜେମ ସଂଗ୍ରହାଳୟ କ୍ୟୁରେଟର ମାଇଲସ୍ ଫେଲଚ୍ ମଧ୍ୟ ମ୍ୟାକ୍ କ୍ଲାଚି ନ୍ୟୁଜ ମାଧ୍ୟମରେ ଏହାର ପରିଚୟ ବାବଦରେ ଜଣାଇଛନ୍ତି। ମ୍ୟୁଜିୟମ୍ କ୍ୟୁରେଟର କହିଛନ୍ତି ଯେ ଏହି ଉଲକାପିଣ୍ଡର ଓଜନ ଅତି କମରେ ୧ କିଲୋଗ୍ରାମ କିମ୍ବା ଏହା ଠାରୁ ଅଧିକ ହେବା ଆବଶ୍ୟକ। ଯଦି କେହି ଏହି ଉଲକାପିଣ୍ଡକୁ ଆଣନ୍ତି, ତାହେଲେ ଏହାର ସତ୍ୟତା ଯାଞ୍ଚ କରାଯିବ।


ମ୍ୟୁଜିୟମ୍ କ୍ୟୁରେଟର ମାଇଲସ୍ ଫେଲଚ୍ କହିଛନ୍ତି ଯେ ଆମେ ସନ୍ଧାନକାରୀଙ୍କୁ କ୍ୟାମେରା ଫୁଟେଜ୍ ଏବଂ କ୍ୟାମେରା ସହାୟତାରେ କଏଦ ହୋଇଥିବା ନିଆଁ ପିଣ୍ଡୁଳାର ଭିଡିଓ ଉପଲବ୍ଧ କରାଇ ପାରିବୁ। ଏହା କେଉଁଠାରେ ଖସି ପଡିଛି ତାହା ମଧ୍ୟ କହିପାରିବୁ। ଏହାକୁ ଆଧାର କରି ଏହି ଉଲକାପିଣ୍ଡକୁ ଚିହ୍ନଟ କରିବା ସହଜ ହୋଇପାରେ। ଭିଡିଓ ଦେଖିବା ପରେ ଲାଗୁଛି ଯେ ଏହା ଏକ ଜଙ୍ଗଲ ରହିଥିବା ଅଞ୍ଚଳରେ ଖସିପଡ଼ିଛି। ପ୍ରବଳ ପବନ କାରଣରୁ ଉଲକାପିଣ୍ଡ ଗାଏବ ହୋଇଯାଇଥିଲା। ସେଥିପାଇଁ ନାସା ମଧ୍ୟ ଏହାକୁ ଖୋଜିବାରେ ଅସୁବିଧାର ସାମ୍ନା କରୁଛି। 


କାନାଡା ସୀମା ନିକଟରେ ରହୁଥିବା ଅନେକ ଲୋକ ଏହି ଉଲକାପିଣ୍ଡକୁ ଦେଖିଥିବାର ଦାବି କରୁଛନ୍ତି। ଜଣେ ବ୍ୟକ୍ତି ଟ୍ୱିଟ କରି ଲେଖିଛନ୍ତି ଯେ, ମୋର ମନେ ଅଛି ଯେ ଉଚ୍ଚ ଶବ୍ଦ ସହିତ ଏକ ନିଆଁ ପିଣ୍ଡୁଳା ଖସି ପଡ଼ିଥିଲା। ଆମେ ଏହାକୁ ଖୋଜୁଛୁ। ପୂର୍ବରୁ ଫେବୃଆରୀରେ ଦକ୍ଷିଣ ଟେକ୍ସାସ ଠାରେ ଏକ ହଜାର ପାଉଣ୍ଡ ଓଜନ ବିଶିଷ୍ଟ ଉଲକାପିଣ୍ଡ ଖସିପଡିଥିଲା। ମାୟାନ୍ ମିନେରାଲ୍ ଏବଂ ଜେମ ମ୍ୟୁଜିୟମ ହେଉଛି ବିଶ୍ୱର ସର୍ବବୃହତ ଉଲକାପିଣ୍ଡ ସଂଗ୍ରହାଳୟ ଯାହା ଚନ୍ଦ୍ର ପୃଷ୍ଠରୁ ଖସି ପଡ଼ିଥିବା ଉଲକା ଖଣ୍ଡ ସଂଗ୍ରହ କରିଥାଏ। ଏହି ସଂଗ୍ରହାଳୟରେ ମହାକାଶରୁ ଖସି ପଡ଼ିଥିବା ପ୍ରାୟ ୬୦୦୦ ପଥର ସଂଗ୍ରହ କରି ରଖାଯାଇଛି। ଯେଉଁଥିରେ ଚନ୍ଦ୍ର ପୃଷ୍ଠରୁ ଅଣାଯାଇଥିବା ସର୍ବ ପୁରାତନ ଏବଂ ବୃହତ୍ତମ ପଥର ମଧ୍ୟ ରହିଛି। ଏହି ପଥର ଆଗ୍ନେୟଗିରିର ଉଦ୍ଗୀରଣରୁ ତିଆରି ହୋଇଥିବାର କୁହାଯାଉଛି।