Odisha Weather report: ସାରା ରାଜ୍ୟ ବର୍ତ୍ତମାନ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ରାଜ୍ୟରେ ସବୁଠି ସ୍ଥିତି ଉବୁଟୁବୁ ରହିଛି । ଅଶାନ୍ତ ୫ ଦିନ ସ୍ଥିତି ଆହୁରି ବିଗିଡିବ ବୋଲି ପାଣିପାଗ ବିଭାଗ (Meteorological Department) ବର୍ତ୍ତମାନ ସୂଚନା ଦେଇଛି । ଏହାକୁ ନଜରରେ ରଖି ଏସଆରସି କହିଛନ୍ତି ଯେଉଁ ବନ୍ୟା ପରିସ୍ଥିତି ଉପୁଜି ଥିଲା, ତାହା ବର୍ତ୍ତମାନ ସ୍ବାଭାବିକ ରହିଛି । ବର୍ତ୍ତମାନ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ପ୍ରସ୍ତୁତ ରହିଛନ୍ତି ବୋଲି ଏସଆରସି କହିଛନ୍ତି । ସେପଟେ ପାଣିପାଗ ବିଭାଗ ୧୩ ତାରିଖରେ ବଙ୍ଗୋପ ସାଗରରେ (Bay of Bengal) ଆଉ ଏକ ଲଘୁଚାପ (Low pressure) ସୃଷ୍ଟି ହେବାକୁ ଯାଉଛି ବୋଲି ସୁଚନା ଦେଇଛି । ଏହା ସହ ଆସନ୍ତା ୫ ଦିନ ପ୍ରବଳ ବର୍ଷା ହେବ । ଏପରି ସ୍ଥିତିରେ ଲଗାଣ ବର୍ଷା ଯୋଗୁଁ ହଇଜା ଝାଡା ବାନ୍ତି ବ୍ୟାପି ବାର ସମ୍ଭାବନା ରହିଥିବା ଯୋଗୁଁ ସ୍ବାସ୍ଥ୍ୟ ବିଭାଗ ସତର୍କ କରାଇଛି ।


COMMERCIAL BREAK
SCROLL TO CONTINUE READING

ଗତକାଲି ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଅବପାତ କ୍ରମେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଥିବା ବେଳେ, ଆସନ୍ତା ୧୩ ତାରିଖ ବେଳକୁ ଆଉ ଏକ ଲଘୁଚାପ ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟି ହେବାର ସମ୍ଭାବନା ଦେଖା ଦେଇଛି । ଏହି ଲଘୁଚାପ ୧୪ ତାରିଖ ବେଳକୁ ଉତର ଓଡ଼ିଶା ଉପକୂଳରେ ଘନୀଭୂତ ହେବା ସହ ପଶ୍ଚିମ ଦିଗ ଆଡକୁ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ଉତର ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 


୧୨ ତାରିଖ ରାତିରୁ ଆରମ୍ଭ ହୋଇ ଏହା ୨୪ ଘଣ୍ଟା ପର୍ଯ୍ୟନ୍ତ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର, ଖୋର୍ଦ୍ଦା, କଟକ, ଢ଼େଙ୍କାନାଳ, କେନ୍ଦୁଝର, ଦେବଗଡ, ଅନୁଗୁଳ, କନ୍ଧମାଳ, ସମ୍ବଲପୁର, କଳାହାଣ୍ଡି, ନୂଆପଡ଼ା ଏବଂ ନବରଙ୍ଗପୁର ଜିଲ୍ଲାଗୁଡ଼ିକରେ ଏହି ଲଘୁଚାପର ପ୍ରଭାବ ରହିବ । ଅଗଷ୍ଟ ୧୪ ତାରିଖ ବେଳକୁ ଏହି ବର୍ଷାର ପରିମାଣ ବୃଦ୍ଧି ପାଇ ପ୍ରବଳରୁ ଅତି ପ୍ରବଳ ହେବା ସହ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ସୋନ୍‌ପୁର, ବୌଦ୍ଧ, ଦେବଗଡ଼, କନ୍ଧମାଳ, ନବରଙ୍ଗପୁର ଓ ଅନୁଗୁଳରେ ପ୍ରଭାବ ପକାଇବ । 


ଅଗଷ୍ଟ ୧୫ ତାରିଖ ବେଳକୁ ଯଦିଓ ବର୍ଷାର ପରିମାଣ କମିବ ତଥାପି ରାଜ୍ୟ ସାରା ଏହି ଦିନ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଉତର ଏବଂ ପଶ୍ଚିମ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଅଗଷ୍ଟ ୧୮ କିମ୍ବା ୧୯ ତାରିଖ ବେଳକୁ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ଯୋଗୁଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବାବେଳେ ଲଘୁଚାପ ସୃଷ୍ଟି ହେବାର କୌଣସି ସୂଚନା ନାହିଁ ।


ବନ୍ୟା ସ୍ଥିତି ନେଇ ଏସଆରସି କହିଛି, ବିଶେଷ କରି ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡିଶାରେ ବର୍ଷାର ପରିମାଣ ଅଧିକ ଥିଲା । ମାଲକାନଗିରିରେ ବନ୍ୟା ପରିସ୍ଥିତି ଉପୁଜିଥିଲା ହେଲେ ଏବେ ସ୍ବଭାବିକ ରହିଛି । ନାଗାବଳି ଓ ବଂଶଧରା ନଦୀରେ ଜଳସ୍ତର ରାଇଜିଂ ଟ୍ରେଣ୍ଡରେ ଅଛି । ନୁଆପଡା ସର୍ବାଙ୍ଗ ଠାରେ ଏକ ପୁରୁଣା ବ୍ରିଜ ଭୁଷୁଡିବା ଭଳି ସ୍ଥିତି ରହିଥିଲା । ସେ ନେଇ କଲେକ୍ଟର ସହ ଆଲୋଚନା କରାଯାଇ ପ୍ରସ୍ତୁତି ଚାଲିଛି । ଏପରି ସ୍ଥିତିରେ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହୀନି ପ୍ରସ୍ତୁତ ରହିଛନ୍ତି ବୋଲି ଏସଆରସି ପ୍ରଦୀପ ଜେନା ସୁଚନା ଦେଇଛନ୍ତି । ସେପଟେ ଲଗାଣ ବର୍ଷା ଯୋଗୁଁ ପୁଣି ଥରେ ହାଇଜା, ଝାଡାବାନ୍ତି ବ୍ୟାପିବାର ସମ୍ଭାବନା ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ସତର୍କ କରାଇଛି। ଏଥି ପାଇଁ ସବୁ ଜିଲ୍ଲା ସିଡିଏମଓଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଝାଡାବାନ୍ତି ବ୍ୟାପିଥିବା ୭ ଜିଲ୍ଲା ଉପରେ ବିଶେଷ ନଜର ରଖାଯାଇଛି । ଏବେ ବି ସେହି ୭ ଜିଲ୍ଲାରେ ଡାକ୍ତରୀ ଟିମ ବୁଲୁଛନ୍ତି ବୋଲି ସେ କହିଛନ୍ତି । ଏ ସବୁ ଭିତରେ କିନ୍ତୁ ଚଳିତ ମାସରେ ସ୍ବାଭାବିକ ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ କହିଛି । ତେଣୁ ମତ୍ସଜୀବୀଙ୍କୁ ସମୁଦ୍ର ଯିବା ପାଇଁ ବାରଣ କରାଯାଇଛି ।


ଏହା ବି ପଢ଼ନ୍ତୁ: ନୀତିଶଙ୍କ ମହାମେଣ୍ଟ ବିଗାଡିଲା ରାଜ୍ୟସଭାରେ ବିଜେପିର ଗଣିତ; ବର୍ତ୍ତମାନ ନବୀନ ହିଁ ଭରସା!