ନୀତିଶଙ୍କ ମହାମେଣ୍ଟ ବିଗାଡିଲା ରାଜ୍ୟସଭାରେ ବିଜେପିର ଗଣିତ; ବର୍ତ୍ତମାନ ନବୀନ ହିଁ ଭରସା!
Advertisement
Article Detail0/zeeodisha/odisha1296700

ନୀତିଶଙ୍କ ମହାମେଣ୍ଟ ବିଗାଡିଲା ରାଜ୍ୟସଭାରେ ବିଜେପିର ଗଣିତ; ବର୍ତ୍ତମାନ ନବୀନ ହିଁ ଭରସା!

Bihar Politics: ନୀତୀଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ କେବଳ ବିହାରର କ୍ଷମତା ଏନଡିଏ ହାତରୁ ଖସି ଆସିନାହିଁ ବରଂ ତାଙ୍କୁ ରାଜ୍ୟସଭାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ।

ସୌ: ସୋସିଆଲ ମିଡିଆ

Bihar Politics: ବିହାରରେ ନୀତିଶ କୁମାର (Nitish Kumar) ବିଜେପି (BJP) ଛାଡି ଆରଜେଡି (RJD) ସହ ମେଣ୍ଟ କରିଛନ୍ତି । ଆଜି ଅର୍ଥାତ ବୁଧବାର ଦିନ ଅପରାହ୍ନରେ ମହାମେଣ୍ଟ ସରକାରଙ୍କ ଶପଥ ଗ୍ରହଣ ସମାରୋହ ମଧ୍ୟ ରହିଛି । ନୀତିଶଙ୍କ ଏହି ପଦକ୍ଷେପ ପରେ ଜେଡିୟୁ ଏନଡିଏ ଛାଡିବାର ତୃତୀୟ ପାର୍ଟି ହୋଇ ଯାଇଛି । ଏହାପୂର୍ବରୁ ଅକାଳୀ ଦଳ ଓ ଶିବସେନା ମଧ୍ୟ ଏନଡିଏ ଛାଡିଥିଲେ ।

ଏଥି ସହିତ ନୀତୀଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ କେବଳ ବିହାରର କ୍ଷମତା ଏନଡିଏ ହାତରୁ ଖସି ଆସିନାହିଁ ବରଂ ତାଙ୍କୁ ରାଜ୍ୟସଭାରେ (Rajya Sabha) ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ରାଜ୍ୟସଭାରେ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ କରିବା ପାଇଁ ଏବେ ବିଜେପି ଓଡିଶାର ବିଜୁ ଜନତା ଦଳ (BJD) ଓ ଆନ୍ଧ୍ରପ୍ରଦେଶର YSR କଂଗ୍ରେସ (YSRCP) ପରି ଦଳ ଉପରେ ନିର୍ଭର କରିବାକୁ ପଡିବ ।

ନୀତୀଶ କୁମାରଙ୍କ ଜନତା ଦଳ (ୟୁନାଇଟେଡ୍) ବା ଜେଡିୟୁ ପାଖରେ ରାଜ୍ୟସଭାରେ ଉପସଭାପତି ହରିବଂଶଙ୍କ ସମେତ ପାଞ୍ଚ ଜଣ ସାଂସଦ ଅଛନ୍ତି । ଯଦିଓ ଏନଡିଏ ସାହିତ ଜେଡିୟୁ ରହିବା ପରେ ମଧ୍ୟ ଏହା ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ହାସଲ କରି ନାହିଁ । କହିରଖୁଛୁ ଯେ ସଂସଦର ଉପର ଗୃହ ଅର୍ଥାତ୍ ରାଜ୍ୟସଭାରେ ସମୁଦାୟ ୨୩୭ ସାଂସଦ ଅଛନ୍ତି ଏବଂ ସଂଖ୍ୟାଗରିଷ୍ଠ ସଂଖ୍ୟା ହେଉଛି ୧୧୯ । ବର୍ତ୍ତମାନର ଏନଡିଏ ସାଂସଦଙ୍କ ସଂଖ୍ୟା ୧୧୫ ଥିଲା, ଯେଉଁଥିରେ ଜଣେ ସ୍ୱାଧୀନ ଓ ୫ ଜଣ ମନୋନୀତ ସଦସ୍ୟ ଅଛନ୍ତି ଓ ଜେଡିୟୁ ଛାଡିବା ପରେ ଏହି ସଂଖ୍ୟା ୧୧୦ ରେ ପହଞ୍ଚି ଯାଇଛି ।

ଶୀତକାଳୀନ ଅଧିବେଶନ ପୂର୍ବରୁ ସରକାର ଆଉ ତିନି ଜଣଙ୍କୁ ରାଜ୍ୟସଭାରେ ମନୋନୀତ କରିପାରିବେ । ଏହି ସମୟରେ, ତ୍ରିପୁରାର ଆସନରେ ବିଜେପି ଜିତିବାର ଏକ ସମ୍ଭାବନା ରହିଛି, ଯଦିଓ ଏସବୁ ସତ୍ତ୍ୱେ ଏନଡିଏ କେବଳ ୧୧୪ ଜଣ ସଦସ୍ୟଙ୍କ ସଂଖ୍ୟା ଛୁଇଁପାରିବ । ଏହାପରେ ବହୁମତର ସଂଖ୍ୟାରେ ମଧ୍ୟ ପରିବର୍ତ୍ତନ ହେବ ଓ ୧୨୧ ରେ ପହଞ୍ଚିବ । ତଥାପି NDA ପାଖରେ ବହୁତ ପହଞ୍ଚିବା ପାଇଁ ଆହୁରି ୭ ଜଣ ସଦସ୍ୟ ଆବଶ୍ୟକ । ଏଭଳି ପରିସ୍ଥିତିରେ ଯେକୌଣସି ଗୁରୁତ୍ୱପୂର୍ଣ୍ଣ ଆଇନ ପ୍ରଣୟନ କରିବାକୁ ଏନଡିଏକୁ ରାଜ୍ୟସଭାରେ ୯ ଜଣ ସଦସ୍ୟ ଥିବା ବିଜେଡି ଓ YSRC ର ସମର୍ଥନ ଆବଶ୍ୟକ ହେବ । ଏଥିପାଇଁ ଆଗାମୀ ଦିନରେ NDA ପାଇଁ ନବୀନ ପଟ୍ଟନାୟକଙ୍କ ସମର୍ଥନ ଜରୁରୀ ହୋଇପଡିଛି ।

ଏହା ବି ପଢ଼ନ୍ତୁ: ଇତିହାସରେ ପ୍ରଥମ ଥର ପାଇଁ ଆମେରିକା ନେଲା ଭାରତ ପାଇଁ ବଡ଼ ପଦକ୍ଷେପ, ଚୀନର ବଢ଼ିଲା ଟେନସନ୍

ଏହା ବି ପଢ଼ନ୍ତୁ: ଏଣିକି ବିନା ଇଣ୍ଟରନେଟ ଓ ସ୍ମାର୍ଟଫୋନରେ ପଠାଇପାରିବେ ଟଙ୍କା, ଜାଣନ୍ତୁ ସଂପୂର୍ଣ୍ଣ ପ୍ରକ୍ରିୟା