Girl born with tail, ନୂଆଦିଲ୍ଲୀ: ବିବର୍ତ୍ତନ ପ୍ରକ୍ରିୟାକୁ ନେଇ ଅନେକ ଥିଓରୀ ରହିଛି। କୁହାଯାଏ ଯେ, ବାନରରୁ ବିକଶିତ ହୋଇ ମଣିଷ ହୋଇଛି। ଯଦି ଏହି କଥା ସତ ତେବେ, ଦିନେ ମଣିଷର ମଧ୍ୟ ଲାଞ୍ଜ ଥିଲା ଏହି କଥାକୁ ଅବିଶ୍ୱାସ କରାଯାଇନପାରେ। କିନ୍ତୁ ବର୍ତ୍ତମାନ ସୁଦ୍ଧାର ତାହାର କୌଣସି ପ୍ରମାଣ ମିଳିନାହିଁ। ସମୟ ସମୟରେ ଅନେକ ଶିଶୁ ଜନ୍ମ ନେଇଛନ୍ତି ଯେଉଁମାନଙ୍କର ପଛପଟେ ଲାଞ୍ଜ ଭଳି ମାଂସ ପିଣ୍ଡୁଳା ଦେଖିବାକୁ ମିଳିଛି। ନିକଟରେ ମ୍ୟାକ୍ସିକୋରେ ଏଭଳି ଏକ ବିଚିତ୍ର ଶିଶୁକନ୍ୟା ଜନ୍ମ ନେଇଛି। ଯହାର ପଛପଟେ ଲାଞ୍ଚ ଭଳି ଅଙ୍ଗ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଡାକ୍ତର ତାକୁ ଅସ୍ତ୍ରୋପଚାର କରି ହଟାଇ ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ସୂଚନାନୁସାରେ, ମ୍ୟାକ୍ସିକୋରର ମେଡିକାଲ ସାଇନ୍ସରେ ଏକ ଦୁର୍ଲଭ ମାମଲା ଦେଖିବାକୁ ମିଳିଥିଲା। ଏଠାରେ ଏକ ଶିଶୁକନ୍ୟା ୨.୨ ଇଞ୍ଚ ଲମ୍ବର ଲାଞ୍ଚ ଭଳି ଅଙ୍ଗ ସହ ଜନ୍ମ ହୋଇଥିଲେ। ଦେଖୁ ଦେଖୁ ଏହି ଅଙ୍ଗର ଲମ୍ବ ୦.୮ ସେଣ୍ଟିମିଟର ବଢିଗଲା। ଯାହାକୁ ଦେଖି ଉଭୟ ଶିଶୁର ପରିବାର ଓ ଡାକ୍ତର ଆଶ୍ଚର୍ଯ୍ୟ ହୋଇଗଲେ। ତାପରେ ଅସ୍ତ୍ରୋପଚାର କରି ଡାକ୍ତରମାନେ ଶିଶୁର ଲାଞ୍ଜ ଭଳି ମାଂସ ପିଣ୍ଡୁଳାକୁ ହଟାଇ ଦେଲେ। ବର୍ତ୍ତମାନ ଶିଶୁକନ୍ୟ ସୁସ୍ଥ ଥିବା ସୂଚନା ମିଳିଛି।


Also Read: Raybareli News: ଘର ଦେଲ... ଘରଣୀ ବି ଦିଅନ୍ତୁ: ପ୍ରଶାସନକୁ ଏଭଳି ନିବେଦନ କଲେ ବାମନ ଯୁବକ


ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ୱରେ ମୋଟ ୪୦ଟି ଶିଶୁ ଲାଞ୍ଜ ଭଳି ଅଙ୍ଗ ସହ ଜନ୍ମ ନେଇଛନ୍ତି। ମ୍ୟାକ୍ସିକୋରେ ଜନ୍ମିତ ଶିଶୁକନ୍ୟାର ରିପୋର୍ଟ ଜର୍ଣ୍ଣଲ ଅଫ ପିଡିଆଟ୍ରିକ ସର୍ଜରୀରେ ଛପା ଯାଇଛି। ରିପୋର୍ଟ ଅନୁସାରେ, ଶିଶୁକନ୍ୟାଙ୍କ କଥିତ ଲାଞ୍ଜର ଲମ୍ବ ୫.୭ ସେଣ୍ଟିମିଟର ଓ ବ୍ୟାସ ୩ରୁ ୫ ସେଣ୍ଟିମିଟର ଥିଲା। ଆଉ ଲାଞ୍ଜର ଅଗ୍ର ଭାଗ ଗୋଲ ଥିବା ବେଳେ ସେଥିରେ ହାଲୁକା ବାଳ ଉଠିଥିଲା। ଜନ୍ମ ପରେ ଦୁଇ ମାସ ପର୍ଯ୍ୟନ୍ତ ନବଜାତକକୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା। ସାମାନ୍ୟ ଶିଶୁଙ୍କ ପରି ଶାରୀରିକ, ଓଜନ ବୃଦ୍ଧି ହେଉଥିଲା। ଶିଶୁର ମସ୍ତିଷ୍କ ଓ ହୃତପିଣ୍ଡ ମଧ୍ୟ ସାମାନ୍ୟ ଥିବା ଡାକ୍ତରମାନେ ଦେଖିବାକୁ ପାଇଥିଲେ। 


ଶିଶୁଟି ଉତ୍ତର-ପୂର୍ବ ମେକ୍ସିକୋର ନ୍ୟୁୱେ ଲିଓନ ରାଜ୍ୟର ଏକ ଗ୍ରାମୀଣ ହସ୍ପିଟାଲରେ ଜନ୍ମ ହୋଇଥିଲା। ଶିଶୁଟି ସାମାନ୍ୟ ନୁହଁ ବରଂ ଅସ୍ତ୍ରୋପଚାର ମାଧ୍ୟମରେ ଜନ୍ମ ହୋଇଥିଲେ। ତାଙ୍କ ମାତା ପିତାଙ୍କ ବୟସ ୨ରୁ ୩୦ ବର୍ଷ ମଧ୍ୟରେ ହେବ। ଗର୍ଭବତୀ ଥିବା ବେଳେ ମହିଳା ଜଣକ କୌଣସି ରେଡିଏସନ କିମ୍ବା ମାରାତ୍ମକ ସଂକ୍ରମଣର ଶିକାର ହୋଇ ନାହାନ୍ତି। ଶିଶୁକନ୍ୟା ପୂର୍ବରୁ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଅଛି। ସେ ସୁସ୍ଥ ଥିବା ବେଳେ ଉଭୟ ମାତା ପିତା ମଧ୍ୟ ସାମାନ୍ୟ ଭାବେ ଜୀବନଯାପନ କରୁଛନ୍ତି। ଜନ୍ମବେଳେ ଶିଶୁକନ୍ୟାର ଲାଞ୍ଜ ନରମ ଥିଲା। ସେଥିରେ କୌଣସି ହାଡ ନଥିଲା। ତେଣୁ ଡାକ୍ତରମାନେ ସହଜରେ ତାକୁ ଶରୀରରୁ ହଟାଇ ଦେଇଥିଲେ।


Also Read: Viral News: ବିହାରର ଏହି ବ୍ୟକ୍ତି କରିଛନ୍ତି ୬ ଥର ବିବାହ, ଷ୍ଟେସନରେ ହୋଇଥିଲା ପ୍ରଥମ ବିବାହ !


ତେବେ ଏହା ପ୍ରଥମ ଘଟଣା ନାହିଁ। ମ୍ୟାକ୍ସିକୋର ଶିଶୁକନ୍ୟା ପୂର୍ବରୁ ୩୯ ଜଣ ଶିଶୁ ଲାଞ୍ଜ ସହ ଜନ୍ମ ହୋଇଥିଲେ। ମଣିଷ ଶରୀରରେ ଦୁଇ ପ୍ରକାରର ଲାଞ୍ଜ ଦେଖିବାକୁ ମିଳେ, ପ୍ରଥମଟିକୁ ୱେଷ୍ଟିଜିୟଲ ଟେଲ୍ ଓ ଦ୍ୱିତୀୟଟିକୁ ଟ୍ରୁ ଟେଲ୍ ବୋଲି କୁହାଯାଏ। ପ୍ରଥମଟି ମାନବ ଜାତିର ବିକାଶକୁ ଦର୍ଶାଇଥାଏ। ଏହି ଲାଞ୍ଜରେ ହାଡ଼ ଥାଏ। ବର୍ତ୍ତମାନ ସୁଦ୍ଧା ୧୯୫ଟି ଏପରି ଲାଞ୍ଜ ଥିବା ମାମଲା ରିପୋର୍ଟ ହୋଇଛିଯ କିନ୍ତୁ ଦ୍ୱିତୀୟ ତଥା ଲାଞ୍ଜରେ ହାଡ ନଥିବା ମାମଲା ଅତ୍ୟନ୍ତ ବିରଳ। ଏପରି ମାମଲା ୪୦ଟି ରିପୋର୍ଟ ହୋଇଛି। ୨୦୨୧ ମସିହାରେ ଜଣେ ଶିଶୁପୁତ୍ର ଠାରେ ଅଭଳି ଟ୍ରୁଟେଲ ଦେଖିବାକୁ ମିଳିଥିଲା।