Drone Surveillance on MGNREGA Scheme: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି କର୍ମିନିଯୁକ୍ତି ଯୋଜନା ସମ୍ପର୍କରେ ଆସିଛି ଏକ ବଡ଼ ଖବର। ଏହି ଯୋଜନା ଅଧିନରେ ହେଉଥିବା କାମ ଉପରେ ନଜର ରଖିବା ଡ୍ରୋନ। ମନରେଗା ଯୋଜନା ଅଧିନରେ ଯେଉଁଠାରେ କାମ ହେଉଛି ସେହି ସ୍ଥାନ ଉପରେ ନଜର ରଖିବା ପାଇଁ ଡ୍ରୋନ ବ୍ୟବହାର କରିବା ନେଇ ଜଣାଇଛି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ। ଏନେଇ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଡ୍ରୋନ୍ ସାହାଯ୍ୟରେ କାର୍ଯ୍ୟକ୍ଷେତ୍ରରେ ଚାଲିଥିବା କାର୍ଯ୍ୟର ତଦାରଖ, ସମାପ୍ତ ହୋଇଥିବା କାର୍ଯ୍ୟର ଯାଞ୍ଚ, କାର୍ଯ୍ୟର ମୂଲ୍ୟାଙ୍କନ ଏବଂ ଅଭିଯୋଗ ଉପରେ ଅନୁସନ୍ଧାନ କରାଯିବ।


COMMERCIAL BREAK
SCROLL TO CONTINUE READING

ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ (Rural Development Ministry India) ପକ୍ଷରୁ କୁହାଯାଇଛି ମନରେଗା ଯୋଜନାରେ କ୍ରମାଗତ ଭାବରେ ଦୁର୍ନୀତି (MGNREGA Scheme Scam) ହେଉଥିବାର ଅଭିଯୋଗ ଆସୁଛି। ଏହି ଯୋଜନା ଅଧିନରେ (MGNREGA Scheme) ହେଉଥିବା କାମ ଶ୍ରମିକଙ୍କ (mgnrega scheme labour) ବଦଳରେ ମେସିନ (machine used in mgnrega work) ବ୍ୟବହାର କରାଯାଉଛି। କିଛି ଲୋକ କୌଣସି କାମ ନକରି ଦରମା ନେଉଛନ୍ତି। ଏଭଳି ପରିସ୍ଥିତିରେ ଡ୍ରୋନ୍ ପ୍ରମାଣ ସଂଗ୍ରହ କରିବାରେ ସହାୟକ ହେବ। ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ଡ୍ରୋନ୍ ଲୋକପାଳଙ୍କ ଦ୍ୱାରା ବ୍ୟବହୃତ ହେବ। ଏନେଇ ପ୍ରତ୍ୟେକ ଜିଲ୍ଲାରେ ଜଣେ ଲୋକପାଳ ନିଯୁକ୍ତ ହେବେ। ଯିଏ ସ୍ୱୟଂଚାଳିତ ଭାବରେ ଅଭିଯୋଗ ପଞ୍ଜୀକରଣ କରିବେ ଏବଂ ୩୦ ଦିନ ମଧ୍ୟରେ ଏହାର ସମାଧାନ କରିବେ।


ଡ୍ରୋନ୍ ଟେକ୍ନୋଲୋଜି ବ୍ୟବହାର କରିବ ଲୋକପାଳ
ଗାଇଡଲାଇନ ଅନୁସାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ନିଷ୍ପତ୍ତି ନେବ ଯେ ଅଭିଯୋଗର ତଦାରଖ ତଥା ପ୍ରତିକାର ଲାଗି ଲୋକପାଳ ମନରେଗା କାର୍ଯ୍ୟକୁ ଯାଞ୍ଚ କରିବା ପାଇଁ ଡ୍ରୋନ୍ ଟେକ୍ନୋଲୋଜି (Drone Technology) ବ୍ୟବହାର କରିପାରିବେ ନା ନାହିଁ। ବର୍ତ୍ତମାନ ଆବଶ୍ୟକତା ଅନୁଯାୟୀ ଲୋକପାଳଙ୍କୁ ସୁବିଧା ଯୋଗାଇ ଦେବାକୁ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି।


ରାଜ୍ୟ ସରକାରଙ୍କୁ ମିଳିବ ନାହିଁ ଅତିରିକ୍ତ ପାଣ୍ଠି
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଡ୍ରୋନ୍ ନିୟୋଜନ ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଅତିରିକ୍ତ ପାଣ୍ଠି ଯୋଗାଇଦେବେ ନାହିଁ। କେବଳ ଏତିକି ନୁହେଁ ଡ୍ରୋନ୍ କିଣିବା ପରିବର୍ତ୍ତେ ଡ୍ରୋନ୍ ଏଜେନ୍ସି (Drone Agency Service) ନିଯୁକ୍ତି କରିବାକୁ କେନ୍ଦ୍ର, ରାଜ୍ୟ ଉଦ୍ଦେଶ୍ୟରେ ନିର୍ଦ୍ଦେଶ ଦେଇଛି।


କେନ୍ଦ୍ରୀୟ ଡ୍ୟାସବୋର୍ଡ ନିର୍ମାଣ କରିବାକୁ ପ୍ରସ୍ତାବ
ଡାଟା ବିଶ୍ଳେଷଣ ଏବଂ ରିପୋର୍ଟ ପାଇଁ ଡ୍ରୋନ ସହାୟତାରେ ସଂଗୃହିତ ଭିଡିଓ ଏବଂ ଫଟୋ ସଂଗ୍ରହ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଏକ କେନ୍ଦ୍ରୀୟ ଡ୍ୟାସବୋର୍ଡ ନିର୍ମାଣ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛି। ଆପଣଙ୍କୁ କହିରଖୁଛୁ ଯେ ମନରେଗା ଯୋଜନାରେ ନିୟୋଜିତ ହୋଇଥିବା ଶ୍ରମିକଙ୍କ ଉପରେ ନଜର ରଖିବା ପାଇଁ ଏହା ହେଉଛି ଦ୍ୱିତୀୟ ପ୍ରମୁଖ ହସ୍ତକ୍ଷେପ। ଏହା ପୂର୍ବରୁ ମୋବାଇଲ୍ ଆଧାରିତ ଆବେଦନ ସାହାଯ୍ୟରେ ଶ୍ରମିକଙ୍କ ଉପସ୍ଥିତି ଗ୍ରହଣ କରିବାକୁ କେନ୍ଦ୍ର ସରକାର ବାଧ୍ୟତାମୂଳକ କରି ସାରିଛନ୍ତି।