Accident News: ଏକ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହେବାରୁ ଗୋଟିଏ ପରିବାରର ୧୩ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ସମୟରେ ୯ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାଟି ପାକିସ୍ତାନରୁ ସାମ୍ନାକୁ ଆସିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ମିନି ଟ୍ରକଟି ଖୈବର ପଖ୍ତୁନଖୱାର ବନୁ ଜିଲ୍ଲା ଅଞ୍ଚଳରୁ ପଞ୍ଜାବର ଖୁସାବ ଜିଲ୍ଲାକୁ ଆସୁଥିବା ସମୟରେ ଖୁସାବର ପେଞ୍ଚ ପିର ନିକଟରେ ଭାରସ୍ୟାମ ହରାଇ ଏକ ମୁହାଣରେ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଲାହୋରଠାରୁ ଏହି ସ୍ଥାନଟି ପ୍ରାୟ ୨୫୦ କିଲୋମିଟର । ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ରୁଣ୍ଡ ହେବା ସହ ମୃତାହତ ଲୋକଙ୍କୁ ଉଦ୍ଧାର କରିବାରେ ଲାଗିପଡିଥିଲେ । ଏଥିସହ ଦୁର୍ଘଟଣା ବାବଦରେ ଥାନାକୁ ଜଣାଇବା ସହ ଆମ୍ୱୁଲାନ୍ସକୁ କଲ୍ କରିଥିଲେ । ଆହତ ଲୋକଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାକୁ ପଠାଯାଇଥିଲା । ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ଥିବା ଜଣା ପଡିଛି । ସମସ୍ତ ୧୩ ମୃତ ଶରୀରକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି କୁହାଯାଇଛି ।


Also Read- jio Plan: ୩୬୫ ଦିନର ଜବରଦସ୍ତ ପ୍ଲାନ ଆଣିଲା ଜିଓ, ଅସୀମିତ କଲିଂ ସହ ଡାଟା ସୁବିଧା


Also Read- Shani Dev: ଶକ୍ତିଶାଳୀ ଅଛନ୍ତି ଶନିଦେବ, ୩ ରାଶିର ଲୋକେ କରନ୍ତୁନି ଏହି ଭୁଲ୍