Crime news: କଟକ ନିଆଳି ଥାନା ଅଞ୍ଚଳରେ ଏକ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି । ଅଞ୍ଚଳରୁ ଦୁଇଜଣ ନାବାଳକଙ୍କୁ ଉଦ୍ଧାର (rescue) କରାଯାଇଛି ଯେଉଁମାନେ ଜଣେ ଶିକ୍ଷକଙ୍କ ଦ୍ବାରା ଯୌନ ଶୋଷଣ ତଥା ଶାରୀରିକ ନିର୍ଯାତନାର ଶୀକାର ହୋଇ ମଦ୍ରାସା ଛାଡିବା ପରେ ଏଠାକୁ ଚାଲିଆସିଥିଲେ ।
ମିଳିଥିବା ଖବର ଅନୁଯାୟୀ, ୧୩ ଓ ୧୦ ବର୍ଷ ବୟସର ଦୁଇ ନାବାଳକ, ରିଜୱାନ ନାମକ ଜଣେ ଶିକ୍ଷକଙ୍କ ଦ୍ୱାରା ନିର୍ଯାତନାର ଶୀକାର ହୋଇଥିଲେ । ନିର୍ଯାତନା ସହି ନ ପାରି ସୋମବାର ରାତିରେ ମଦ୍ରାସା ଛାଡିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ସତ୍ୟଜିତ୍ ପାତ୍ର ଓ ଅନ୍ୟ ଜଣେ ପ୍ରଦିପ ପାତ୍ର , ଦୁଇ ଛାତ୍ର ବାହାରେ ବୁଲୁଥିବାର ଦେଖିବାକୁ ମିଳିଥିଲା, ସ୍ଥାନୀୟ ଲୋକେ ଦେଖିବା ପରେ ଦୁଇଜଣଙ୍କୁ ଅଟକାଇ ପଚରା ଉଚରା କରିଥିଲେ । ପରେ ଚାଇଲ୍ଡ ଲାଇନ୍ (childline)ଏବଂ ପୋଲିସକୁ ସୂଚନା ଦେଇଥିଲେ ।


COMMERCIAL BREAK
SCROLL TO CONTINUE READING

ସୂଚନା ପାଇବା ପରେ ଭୁବନେଶ୍ୱର (bhubaneswar) ଚାଇଲ୍ଡ ଲାଇନ୍ ଅଧିକାରୀ ବେଣୁଧର ସେନାପତିଙ୍କ ନିର୍ଦ୍ଦେଶରେ ଚାଇଲ୍ଡ ଲାଇନ୍ ସଦସ୍ୟ ହରପ୍ରୀୟା ପତି ଓ ଅଜୟ କୁମାର ମହାରଣା, ଟ୍ୱିନ୍ ସିଟି କମିଶନରଙ୍କ ଅଧୀନରେ ବାଲିପାଟଣା ପୋଲିସ ଷ୍ଟେସନ (police station)ରେ ପହଞ୍ଚି ସବ୍ ଇନ୍ସପେକ୍ଟର ରାକେଶ ସାମଲ ଏବଂ ପିସିଆର ଟିମ୍ (pcr team) ଉପସ୍ଥିତିରେ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ।


ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ପିଲାମାନଙ୍କ ମଧ୍ୟରୁ ଜଣେ ବିହାର (bihar)ର ଭାଗଲପୁରର ହୋଇଥିବା ବେଳେ ଅନ୍ୟ ଜଣେ ଝାଡଖଣ୍ଡର ଗୋଦଡା ଜିଲ୍ଲାର। ଅଭିଯୁକ୍ତ ରିଜୱାନ ସେମାନଙ୍କୁ ପ୍ରାୟ ଦେଢ ବର୍ଷ ପୂର୍ବେ ମଦ୍ରାସାକୁ ଆଣିଥିଲା, ଯେଉଁଠାରେ ପ୍ରାୟ ୭୦ ପିଲାଙ୍କୁ ନେଇ ଏହି ଅନୁଷ୍ଠାନରେ ସେ ଶିକ୍ଷାଦାନ କରୁଥିଲା। ତେବେ ଏଠାକୁ ଆସିବା ଦିନଠାରୁ ଉକ୍ତ ଶିକ୍ଷକ (teacher)ଙ୍କ ଦ୍ୱାରା ଯୌନ ତଥା ଶାରୀରିକ ନିର୍ଯାତନା ଦିଆଯାଉଥିବା ଏହି ଦୁଇ ନାବାଳକ ଦାବି କରିଛନ୍ତି। ଯନ୍ତ୍ରଣା ସହି ନ ପାରି ସେମାନେ ପଳାଇ ଆସିଥିଲେ।
ସରକାରୀ ସୂତ୍ରରୁ ପ୍ରକାଶ ଯେ, ଯାଞ୍ଚ ପରେ ପିଲାମାନଙ୍କୁ ଶିଶୁ କଲ୍ୟାଣ କମିଟିରେ ହାଜର କରାଯିବ।


ସୂଚନାଯୋଗ୍ୟ, ବାହାର ରାଜ୍ୟ ପରି ଓଡ଼ିଶାରେ ମଧ୍ୟ ଶିଶୁଙ୍କ ଉପରେ ନିର୍ଯାତନାର ହାର ବୃଦ୍ଧି ପାଉଛି । ଅନେକ ସମୟରେ ଶିଶୁମାନେ ଭୟରେ ନିର୍ଯାତନାର କଥାକୁ ସାମ୍ନାକୁ ଆଣୁନଥିବା ଅଭିଯୋଗ ମଧ୍ୟ ପୂର୍ବରୁ ଆସିଛି । ପରିସ୍ଥିତି ଅଧିକ ସଙ୍ଗିନ୍ ହେବା ପରେ ପରିବାର (family) ସଦସ୍ୟଙ୍କ ସାମ୍ନାରେ ସତ କଥା କହିବାକୁ ବାଧ୍ୟ ହେଉଛନ୍ତି ଶିଶୁ । କେବଳ ଯୌନ ନିର୍ଯାତନା ନୁହେଁ , ଅନେକ ସ୍ଥାନରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଅନେକ ହୋଟେଲ, ଗ୍ୟାରେଜ, ତଥା ଛୋଟ ବଡ଼ ଦୋକାନରେ ଶିଶୁ ଶ୍ରମିକ ଦେଖିବାକୁ ମିଳୁଛନ୍ତି । ସରକାର ଶିଶୁଙ୍କ ପାଇଁ ଅନେକ ସୁବିଧା ଓ ବ୍ୟବସ୍ଥା କରୁଥିଲେ ମଧ୍ୟ ଅନେକ କ୍ଷେତ୍ରରେ ସବୁ ସୁବିଧାରୁ ବଞ୍ଚିତ ହେଉଛନ୍ତି କିଛି ଶିଶୁ । ତେବେ ସରକାରୀ ଯୋଜନା ଗୁଡିକର ଲାଭ କିପରି ଲୋକଙ୍କ ନିକଟରେ ସଠିକ୍ ଭାବରେ ପହଞ୍ଚିବ ଓ ଶିଶୁମାନେ କିପରି ତାହାର ସୁଫଳ ପାଇପାରିବେ ସେ ପ୍ରତି ଅନେକ ସ୍ଥାନରେ ସରକାରଙ୍କ ପକ୍ଷରୁ ଦୃଷ୍ଟି ଦିଆଯାଉଛି । ତଥାପି କିଛି ସ୍ଥାନରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି କିଛି ଶିଶୁ ।


ଶିଶୁ ଅଧିକାର ପ୍ରତି ଶିଶୁ ପ୍ରତି କିପରି ସମାନ ରହିବ ଓ ସମସ୍ତେ ଏହାର ଲାଭ ପାଇବେ ସେ ପ୍ରତି ସରକାର (govt) ଚେଷ୍ଟିତ ହେଉଥିବାବେଳେ ଆଗକୁ ଆହୁରି ଯୋଜନା ଲାଗୁ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ସୂଚନା (information) ରହିଛି । 


Also read- ମୁସଲମାନ ହୋଇ ମଧ୍ୟ ପଢୁଛନ୍ତି ଗାୟତ୍ରୀ ମନ୍ତ୍ର: ବେଦ ପାଇଁ ପାଇଛନ୍ତି ସ୍ୱର୍ଣ୍ଣ ପଦକ