Balasore News In Odia: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଅପରାଧ(Crime) । ସାଧାରଣ ଲୋକଙ୍କ କଥା ଛାଡନ୍ତୁ ,ପୋଲିସକୁ(police) ବି ଦିନ ଦ୍ବି ପହରେ ଆକ୍ରମଣ କରାଯାଉଛି ।  ଅଭିଯୁକ୍ତର କଟୁରୀ ଚୋଟରେ ୫ ପୋଲିସ ଗୁରୁତର ହୋଇଛନ୍ତି । ବାଲେଶ୍ୱର (Balasore) ଜିଲ୍ଲା ନୀଳଗିରି (nilagiri) ଥାନା ସଜନାଗଡ଼ ଯାମୁଡିହି ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଅଭିଯୁକ୍ତକୁ ନୋଟିସ୍‌ ଦେବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି ୫ ଜଣ ପୋଲିସ୍ । ପୋଲିସ କର୍ମଚାରୀଙ୍କୁ କଟୁରୀରେ ଆକ୍ରମଣ କରି ଲହୁଲୁହାଣ କରି ଦେଇଛି ଅଭିଯୁକ୍ତ ।


COMMERCIAL BREAK
SCROLL TO CONTINUE READING

ଗୁରୁତର ଅବସ୍ଥାରେ ୫ ପୋଲିସ କର୍ମଚାରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି  । ଜଣେ SI, ୨ ASI ଓ ୨ ଜଣ କନେଷ୍ଟବଳ ଗୁରୁତର ହୋଇଛନ୍ତି । ଗୁରୁତରମାନେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧୀନ ରହିଛନ୍ତି । ଅଭିଯୁକ୍ତ ପଦ୍ମଲୋଚନ ପାତ୍ରକୁ କାବୁ କରାଯାଇ ଥାନା ନେଇଛି ପୋଲିସ ।  ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । କିନ୍ତୁ ଆକ୍ରମଣର କାରଣ ଏଯାଏଁ ସ୍ପଷ୍ଟ ଜଣାପଡ଼ିନି । 


Also Read : Weird News: ୩୮ ଦିନ ସମୁଦ୍ରରେ ଫସି ରହିଲେ ପୁରା ପରିବାର, ଜୀବନ ବଞ୍ଚାଇବା ପାଇଁ ପିଇଲେ କଇଁଛର ରକ୍ତ ସାଙ୍ଗକୁ...


Also Read : Balasore News: ମେଡିକାଲ କଲେଜ ଛାତରୁ ପଡି ଛାତ୍ରଙ୍କ ମୃତ୍ୟୁ, ଶେଷ ମେସେଜରେ ବାପାଙ୍କୁ ଲେଖିଥିଲେ...


 



ନିକଟରେ ଏଭଳି ଏକ ଘଟଣା ହରିୟାଣାରେ ଦେଖିବାକୁ ମିଳିଥିଲା ।  ହରିୟାଣାର ନୁହ ଜିଲାରେ ବେଆଇନ ଖନନ ବେଳେ କର୍ତ୍ତବ୍ୟରତ ଡିଏସ୍‌ପି ସୁରେନ୍ଦ୍ର ସିଂ ବିଷ୍ଣୋଇଙ୍କୁ ଡମ୍ପର ଚଢ଼ାଇ ହତ୍ୟା କରା ଯିବାର ୨୪ ଘଣ୍ଟା ନ ବିତୁଣୁ ଝାଡ଼ଖଣ୍ଡର ରାଞ୍ଚତ୍ ଓ ଗୁଜରାଟର ଆନନ୍ଦ ଜିଲ୍ଲାରେ ଦୁଇଟି ଅନୁରୂପ ଘଟଣା ସାମ୍ନାକୁ ଆସିଛି। ରାଞ୍ଚିରେ ଜଣେ ମହିଳା ସବ୍‌-ଇନ୍‌ସ୍ପେକ୍ଟରଙ୍କୁ ଗୋରୁ ଚାଲାଣକାରୀମାନେ ଗାଡ଼ି ଚଢ଼ାଇ ହତ୍ୟା କରିଛନ୍ତି। ସେହିପରି ଆନନ୍ଦ ଜିଲ୍ଲା ବୋରସାଦ୍‌ ଥାନାର ଜଣେ କନଷ୍ଟେବଳ ଯାନବାହନ ଯାଞ୍ଚ କରୁଥିବାବେଳେ ତାଙ୍କ ଉପରକୁ ଏକ ଟ୍ରକ୍‌ ଚଢ଼ିଯାଇଛି। ଅଭିନବ ଶୈଳୀରେ ପୋଲିସ ହତ୍ୟାର ଏହି ତିନି ଘଟଣା ଅପରାଧର ନୂଆ ଟ୍ରେଣ୍ଡ୍‌କୁ ନେଇ ଅନେକ ପ୍ରଶ୍ନ ଛିଡ଼ା କରିଛି।


ଓଡ଼ିଶାରୁ ଗୋରୁଙ୍କୁ ନେଇ ଏକ ଗାଡ଼ି ରାଞ୍ଚତ୍ ଅତିକ୍ରମ କରିବ ବୋଲି ଝାଡ଼ଖଣ୍ଡ ପୋଲିସ ଆଗୁଆ ସୂଚନା ପାଇଥିଲା। ତେଣୁ ଝାଡ଼ଖଣ୍ଡ ପୋଲିସ ରାଜଧାନୀ ରାଞ୍ଚରେ ପ୍ରସ୍ତୁତ ହୋଇ ରହିଥିଲା। ଉକ୍ତ ପିକ୍‌ଅପ୍‌ ଭ୍ୟାନ୍‌ ରାଞ୍ଚରେ ପହଞ୍ଚତ୍ବା ପୂର୍ବରୁ ଦୁଇଟି ସ୍ଥାନରେ ପୋଲିସ ପାଟ୍ରୋଲିଂ ଟିମ୍‌କୁ ଚକମା ଦେଖାଇ ଫେରାର ହେବାରେ ସକ୍ଷମ ହୋଇଥିଲା। ସେପଟେ ରାଞ୍ଚ ତୁପୁଦନା ଫାଣ୍ଡିର ଇନ୍‌ଚାର୍ଜ ସନ୍ଧ୍ୟା ଟପ୍ନୋ ବେଆଇନ ଗୋରୁ ଚାଲାଣ ରୋକିବା ପାଇଁ ଉକ୍ତ ପିକ୍‌ଅପ୍‌ ଭ୍ୟାନ୍‌କୁ ଅଟକାଇବାକୁ କହିଥିଲେ। କିନ୍ତୁ ଏହାର ଚାଳକ ନ ଅଟକି ତାଙ୍କ ଉପରେ ଗାଡ଼ି ଚଢ଼ାଇବା ପରେ ଦ୍ରୁତଗତିରେ ଫେରାର ହୋଇଯାଇଥିଲେ। ସେଠାରେ ମୁତୟନ ଥିବା ଅନ୍ୟ ପୋଲିସ କର୍ମଚାରୀମାନେ ଉକ୍ତ ଭ୍ୟାନ୍‌କୁ ପିଛା କରିଥିଲେ। ଫଳରେ ଭ୍ୟାନ୍‌ଟି ବାଟରେ ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା। ଡ୍ରାଇଭର ନିସାର ଖାନ୍‌ଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଜଣେ ବ୍ୟକ୍ତି ଫେରାର ହେବାରେ ସକ୍ଷମ ହୋଇଥିଲେ। 


ଏ-ନେଇ ରାଞ୍ଚତ୍ ଏସ୍‌ଏସ୍‌ପି କୌଶଳ କିଶୋର କହିଛନ୍ତି, ଭ୍ୟାନ୍‌କୁ ଜବତ କରାଯାଇଛି। ସେଥିରୁ ୧୦ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଅଧିକ ତଦନ୍ତ ଜାରି ରହିଛି। ଗୋରୁ କେଉଁ ସ୍ଥାନକୁ ନିଆଯାଉଥିଲା ତାହା ଜାଣିବା ପାଇଁ ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ଇତିମଧ୍ୟରେ ରାଞ୍ଚ ପୋଲିସ ଆସୋସିଏଶନ୍‌ର ଆନନ୍ଦ ଖାଲ୍‌କୋ କହିଛନ୍ତି, ସନ୍ଧ୍ୟା ଟପ୍ନୋ ଜଣେ କର୍ତ୍ତବ୍ୟନିଷ୍ଠ ଓ ଦକ୍ଷ ଅଫିସର ଥିଲେ। ଏହି ମାମଲାର ତ୍ୱରିତ ଶୁଣାଣି ଏବଂ ଅପରାଧୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି। ମୃତା ସନ୍ଧ୍ୟାଙ୍କ ଭାଇ ଅଜିତ ଟୋପ୍ନୋ କହିଛନ୍ତି, ପୋଲିସ ପାଟ୍ରୋଲିଂ କରୁଥିବାବେଳେ ଏକ ପିକ୍‌ଅପ୍‌ ଭ୍ୟାନ୍‌ର ସନ୍ଦେହଜନକ ଗତିବିଧି ନେଇ ତାଙ୍କ ଭଉଣୀଙ୍କ ନିକଟକୁ ଫୋନ୍‌ କଲ୍‌ ଆସିଥିଲା। ଉକ୍ତ ଭ୍ୟାନ୍‌ଟି ପୋଲିସକୁ ଦେଖି ଭଉଣୀଙ୍କ ଉପରେ ମାଡ଼ିଯାଇଥିଲା। ଏହା ଏକ ହତ୍ୟା।


ସେହିପରି ଗୁଜରାଟର ଆନନ୍ଦ ଜିଲ୍ଲା ବୋରସାଦ ସହରରୁ ଦଭାସି ଯାଉଥିବା ଏକ ଟ୍ରକ୍‌କୁ ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ କନଷ୍ଟେବଳ କିରଣ ରାଜ ଭସାଦ୍‌-ବଗୋଡରା ରାଜପଥରେ ଅଟକାଇଥିଲେ। ଟ୍ରକ୍‌ଟି ଦ୍ରୁତଗତିରେ ତାଙ୍କ ଉପରେ ମାଡ଼ିଯାଇଥିଲା। କିରଣଙ୍କୁ ଗୁରୁତର ଅବସ୍ଥାରେ କରମସାଦ୍‌ସ୍ଥିତ ଶ୍ରୀକୃଷ୍ଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବୁଧବାର ପୂର୍ବାହ୍ନ ୧୦ଟା ୩୦ରେ ତାଙ୍କ ମୃତ୍ୟୁ ଘଟିଛି। ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଥବା ଆନନ୍ଦ ଏସ୍‌ପି ଅଜିତ ରାଜିଆନ୍‌ କହିଛନ୍ତି। ଏଥିରେ ଆଉ ଜଣେ ହୋମଗାର୍ଡ ଆହତ ହୋଇଛନ୍ତି।


ହରିୟାଣାର ନୁହ ଜିଲ୍ଲା ଆରାବଳୀ ପର୍ବତମାଳା ପାଦଦେଶରେ ବେଆଇନ ପଥର ଖନନ ହେଉଥିବା ନେଇ ସୂଚନା ପାଇ ମଙ୍ଗଳବାର ଡିଏସ୍‌ପି ସୁରେନ୍ଦ୍ର ସିଂ ବିଷ୍ଣୋଇ ସେଠାକୁ ଯାଇଥିଲେ। ସୁରେନ୍ଦ୍ର ପଥର ବୋଝେଇ ଏକ ଡମ୍ପରକୁ ରୋକିଥିଲେ। କିନ୍ତୁ ଉକ୍ତ ନମ୍ବର ବିହୀନ ଡମ୍ପର ସେଠାରେ ପଥର ଅନ୍‌ଲୋଡ୍‌ କରି ଡିଏସ୍‌ପିଙ୍କ ଉପରେ ମାଡ଼ିଯାଇଥିଲା। ପୋଲିସ ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଉକ୍ତ ଟ୍ରକ୍‌କୁ ଜବତ କରିଛି। ଏଥିରେ ଆଉ କେଉଁମାନଙ୍କ ସମ୍ପୃକ୍ତି ଅଛି ତାହା ଜାଣିବା ପାଇଁ ପୋଲିସ ତନାଘନା କରୁଥିବାବେଳେ ସମାନ ଶୈଳୀରେ ଆହୁରି ଦୁଇଟି ହତ୍ୟାକାଣ୍ଡ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।