Petrol-Diesel Prices Reduced: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର। ପେଟ୍ରୋଲ-ଡିଜେଲ ଦର ହ୍ରାସ କରିବାକୁ ଘୋଷଣା କରିଛନ୍ତି ମୋଦି ସରକାର। ପେଟ୍ରୋଲ-ଡିଜେଲ ମୂଲ୍ୟ ଲିଟର ପିଛା ୨ ଟଙ୍କା ହ୍ରାସ କରାଯାଇଛି। ଆସନ୍ତା ୨୦ ତାରିଖ ସକାଳ ୦୬:୦୦ ସମୟରୁ ନୂତନ ମୂଲ୍ୟ କାର୍ଯ୍ୟକାରୀ ହେବ। ପେଟ୍ରୋଲ-ଡିଜେଲ ମୂଲ୍ୟ ହ୍ରାସ ହୋଇଥିବା ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଟ୍ୱିଟ୍ କରି ଜଣାଇଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପେଟ୍ରୋଲ-ଡିଜେଲ ମୂଲ୍ୟ ୨ ଟଙ୍କା ହ୍ରାସ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରମାଣ କରିଛନ୍ତି କୋଟି କୋଟି ଭାରତୀୟ ପରିବାରର କଲ୍ୟାଣ ହେଉଛି ତାଙ୍କ ଲକ୍ଷ୍ୟ।


COMMERCIAL BREAK
SCROLL TO CONTINUE READING

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ମହାନ କବି ରାମଧାରୀ ସିଂହ ଦିନକରଙ୍କ କବିତା ମଧ୍ୟ ସେୟାର କରିଥିଲେ। ଏନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ବିଶ୍ୱ ସଂକଟ ସମୟ ଦେଇ ଗତି କରୁଥିଲା, ସେତେବେଳେ ବିକଶିତ ତଥା ବିକାଶଶୀଳ ଦେଶରେ ପେଟ୍ରୋଲ ମୂଲ୍ୟ ୫୦-୭୨ ପ୍ରତିଶତ ବୃଦ୍ଧି ପାଇଥିଲା। ଆମ ଆଖପାଖରେ ରହିଥିବା ଅନେକ ଦେଶରେ ପେଟ୍ରୋଲ ମିଳିବା ବନ୍ଦ ହୋଇ ଯାଇଥିଲା। ୧୯୭୩ ମସିହା ଠାରୁ ୫୦ ବର୍ଷରେ ସବୁଠାରୁ ବଡ଼ ତୈଳ ସଙ୍କଟ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ କାରଣରୁ ମୋଦି ପରିବାର ପ୍ରଭାବିତ ହୋଇନାହିଁ। ଦେଶରେ ପେଟ୍ରୋଲ ଦାମ ବୃଦ୍ଧି ବଦଳରେ ବିଗତ ଅଢେଇ ବର୍ଷରେ ୪.୬୫ ପ୍ରତିଶତ ହ୍ରାସ ପାଇଛି!



୩୯ ଦେଶରୁ ଆମଦାନୀ ହେଉଛି ଅଶୋଧିତ ତୈଳ: କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଆହୁରି କହିଛନ୍ତି ଯେ ଦେଶରେ ନିକନ୍ତର ଇନ୍ଧନ ଯୋଗାଣ ଜାରି ରହିଛି, ଏହାର ମୂଲ୍ୟ ଶସ୍ତା ରହିଛି ଏବଂ ଆମର ପଦକ୍ଷେପ ମଧ୍ୟ ସବୁଜ ଶକ୍ତି ଆଡ଼କୁ ଅଗ୍ରସର ହେଉଛି। ଯାହାର ଅର୍ଥ ହେଉଛି ଭାରତ ଶକ୍ତି ଉପଲବ୍ଧତା, ସୁଲଭତା ଏବଂ ସ୍ଥିରତା ବଜାୟ ରଖିଛି। ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ହୋଇନାହିଁ ବରଂ ହ୍ରାସ ପାଇଛି। ଯେଉଁଠୁ ସମ୍ଭବ ହୋଇଛି ସେଠାରୁ ଆମେ ଦେଶବାସୀଙ୍କ ତୈଳ ଆମଦାନୀ କରିଥିଲୁ। କେନ୍ଦ୍ରରେ ମୋଦି ସରକାର ଗଠିତ ହେବା ପୂର୍ବରୁ ୨୭ ଦେଶରୁ ଅଶୋଧିତ ତୈଳ ଆମଦାନୀ କରାଯାଉଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଆମେ ଦେଶବାସୀଙ୍କୁ ଶସ୍ତା ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଯୋଗାଇବା ପାଇଁ ଏହାର ପରିସରକୁ ବିସ୍ତାର କରିଥିଲୁ। ବର୍ତ୍ତମାନ ଶକ୍ତି ଆବଶ୍ୟକତା ପୂରଣ କରିବା ପାଇଁ ଆମେ ୩୯ ଦେଶରୁ ଅଶୋଧିତ ତୈଳ ଆମଦାନୀ କରୁଛୁ। 



ବିଦେଶ ତୁଳନାରେ ଦେଶରେ କମ ରହିଛି ପେଟ୍ରୋଲ ମୂଲ୍ୟ 
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଜଣାଇଛନ୍ତି ଯେ ୨୦୨୪ ମାର୍ଚ୍ଚ ୧୪ ତାରିଖ ବେଳକୁ ଦେଶରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ହାରାହାରି ୯୪ ଟଙ୍କା ରହିଛି। ଯେଉଁଠି ଇଟାଲୀରେ ୧୬୮.୦୧ ଟଙ୍କା ଅର୍ଥାତ୍ ୭୯% ଅଧିକ, ଫ୍ରାନ୍ସରେ ୧୬୬.୮୭ ଟଙ୍କା ୭୮% ଅଧିକ, ଜର୍ମାନୀରେ ୧୫୯.୫୭ ଟଙ୍କା ୭୦% ଅଧିକ, ସ୍ପେନରେ ୧୪୫.୧୩ ଟଙ୍କା ୫୪% ଅଧିକ ରହିଛି। ସେହିପରି ଡିଜେଲ ଲିଟର ପିଛା ମୂଲ୍ୟ ହାରାହାରି ୮୭ ଟଙ୍କା ରହିଛି। ଯେଉଁଠି ଇଟାଲୀରେ ୧୬୩.୨୧ ୮୮% ଅଧିକ, ଫ୍ରାନ୍ସରେ ୧୬୧.୫୭ ଟଙ୍କା ୮୬% ଅଧିକ, ଜର୍ମାନୀରେ ୧୫୫.୬୮ ଟଙ୍କା ୭୯% ଅଧିକ ଏବଂ ସ୍ପେନରେ ୧୩୮.୦୭ ଟଙ୍କା ୫୯% ଅଧିକ ରହିଛି!