Mohammed shami extra marital affairs: ଅଡୁଆରେ ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବୋଲର ମହମ୍ମଦ ଶାମୀ (Mohammed shami) । ଖେଳାଳି ଏବେ ଆଇପିଏଲରେ ବ୍ୟସ୍ତ ଥିବାବେଳେ ସେପଟେ ମୁଣ୍ତ ଟେକିଛି ଘରୋଇ ବିବାଦ । ମହମ୍ମଦ ଶାମୀଙ୍କ ପତ୍ନୀ ହସିନ ଜାହାଁ (Hasin Jahan) ଏବେ ହାଇକୋର୍ଟରୁ ଯାଇ ସିଧାସଳଖ ସୁପ୍ରିମକୋର୍ଟ (Supreme Court) ପହଁଞ୍ଚିଛନ୍ତି । ୨୦୧୮ ମସିହାରେ ହସିନା ଜହାଁ ସ୍ବାମୀ ମହମ୍ମଦ ଶାମୀଙ୍କ ବିରୋଧରେ ବହୁ ଅଭିଯୋଗ ଆଣିଥିଲେ । ତେବେ ପୁଣି ଥରେ ହାସିନ ଜହାଁ ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି ଯେ, ଶାମୀ ଭାରତୀୟ ଦଳ ସହ ବିଦେଶ ଗସ୍ତ ସମୟରେ ଅନୈତିକ ସମ୍ପର୍କ (Extra marital affairs) ରଖୁଛନ୍ତି। ସେପେଟେ ପତ୍ନୀଙ୍କ ଅଭିଯୋଗକୁ ଖଣ୍ତନ କରିଛନ୍ତି ଖେଳାଳି । ସୂଚନା ଅନୁଯାୟୀ, ପୂର୍ବରୁ ହସିନ ଜାହାଁ (Hasin Jahan) ଶାମୀଙ୍କ ବିରୋଧରେ ଅନେକ ମାମଲା ରୁଜୁ କରିଛନ୍ତି। ୨୦୧୮ ମସିହାରେ ମହମ୍ମଦ ଶାମୀ (Mohammed shami) ଓ ତାଙ୍କ ବଡ଼ ଭାଇଙ୍କୁ କୋଲକାତା ମହିଳା ପୋଲିସ ପଚରାଉଚରା କରିଥିଲା।


COMMERCIAL BREAK
SCROLL TO CONTINUE READING

ଏହାପରେ ଅଲିପୁର କୋର୍ଟ ଦ୍ୱାରା ଶାମୀଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯାଇଥିଲା। କିନ୍ତୁ ୱାରେଣ୍ଟ ସ୍ଥଗିତ ଥିବାରୁ କୌଣସି ପଦକ୍ଷେପ ନିଆଯାଇନଥିଲା। ନିକଟରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ପିଟିସନରେ ଅଭିଯୋଗ ହୋଇଛି ଯେ କୋଲକାତା କୋର୍ଟ ଶାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ଥଗିତ ରଖିଛନ୍ତି। ଶାମୀ ଅପରାଧିକ ମାମଲା ପାଇଁ ଜରିମାନା ଅର୍ଥ ମଧ୍ୟ ଦେଇନାହାଁନ୍ତି। ଶାମୀଙ୍କ ସ୍ତ୍ରୀ  ନିକଟରେ ଅଭିଯୋଗ କରି କହିଛନ୍ତି ଯେ, ଶାମୀଙ୍କର ପରକୀୟା ପ୍ରୀତି (Mohammed shami extra marital affairs) ରହିଛି ଓ ଏହାସହ ସେ ଯୌତୁକ (Dowry) ନିର୍ଯାତନା ମଧ୍ଯ ଦେଉଛନ୍ତି । ଏହାସହ ସେ ଆଉ ମଧ୍ଯ କହିଛନ୍ତି ଯେ, କୌଣସି ତାରକାଙ୍କୁ ଆଇନର ସ୍ବତନ କୋହଳ ନମିଳୁ । ଆବେଦନ ଅନୁଯାୟୀ, 'ମହମ୍ମଦ ଶାମୀ ଅନୈତିକ କାର୍ଯ୍ୟ ଲାଗି ମେସେଜ କରିବା ପାଇଁ ଏକ ମୋବାଇଲ୍ ବ୍ୟବହାର କରୁଥିଲେ। ସେହି ଫୋନକୁ କୋଲକାତାର ଲାଲ ବଜାର ପୋଲିସ ଜବତ କରିଛି।


ଏନେଇ ଶାମୀ କହିଛନ୍ତି, 'ଯଦି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ୍ୟ ବୋଲି ପ୍ରମାଣିତ ହୁଏ, ତେବେ ସେ ହସିନ ଜହାଁଙ୍କୁ କ୍ଷମା ମାଗିବେ ।' ପ୍ରକାଶ ଥାଉ କି, ଚଳିତ ବର୍ଷ କୋଲକତା ହାଇକୋର୍ଟ ଶାମୀଙ୍କ ବିରୋଧରେ ରାୟ ଦେଇଥିଲେ । କୋର୍ଟ କହିଥିଲେ କି, ଶାମୀ  ପତ୍ନୀଙ୍କୁ ପ୍ରତିମାସ ଭରଣପୋଷଣ ବାବଦରେ ୧.୩୦ ଲକ୍ଷ ଟଙ୍କା ଦିଅନ୍ତୁ । ଯାହା ମଧ୍ଯରୋ ଶାମୀଙ୍କ ଝିଅ ପାଇଁ ମାସିକ ୮୦ ହଜାର ଓ ପୂର୍ବ ପତ୍ନୀଙ୍କୁ ମାସିକ ୮୦ ହଜାର ଟଙ୍କା ଦେବାକୁ କୋର୍ଟ ଆଦେଶ ଦେଇଥି୍ଲେ । କିନ୍ତୁ ହସିନ (Hasin Jahan) ଏତିକି ଅର୍ଥ ନେବାକୁ ରାଜି ହୋଇନଥିଲେ । ସେ ମାସିକ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ।


ଏହା ବି ପଢନ୍ତୁ-WTC ଫାଇନାଲ ପୂର୍ବରୁ ଭାରତ ପାଇଁ ଡବଲ ଝଟକା, ଆଇପିଏଲରୁ ବାଦ ପଡିବେ ଏହି ଦୁଇ ବଡ଼ ଖେଳାଳି!


ଏହା ବି ପଢନ୍ତୁ-Kohli vs Gambhir: 'ଅବ୍ ତୁ ମୁଝେ ଶିଖାଏଗା'; ପିଲାଙ୍କ ପରି ଲଢ଼ିଥିଲେ ବିରାଟ କୋହଲି ଓ ଗୌତମ ଗମ୍ଭୀର, ଜାଣନ୍ତୁ ପୂରା ଘଟଣା


ଏହା ବି ପଢନ୍ତୁ-IPL 2023: ପଡ଼ିଆରେ ଝଗଡା ପରେ ନବୀନ ଇନଷ୍ଟାରେ ଯାହା ଲେଖିଲେ, ଲଢେଇ ଆହୁରି ଲମ୍ବା ହେବ!


ଏହା ବି ପଢନ୍ତୁୃ-EPFO Higher Pension: ଅଧିକ ପେନସନ ନେଇ EPFO ଦେଲା ଖୁସି ଖବର