Monsoon in India 2023: ଚଳିତ ବର୍ଷର ମୌସୁମୀ ଆଗମନ ସମ୍ପର୍କରେ ଏକ ବଡ଼ ଖବର ଦେଇଛି ଭାରତୀୟ ପାଣିପାଗ ବିଭାଗ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ବିଗତ ୬୨ ବର୍ଷ ମଧ୍ୟରେ ଦେଶର ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ମୌସୁମୀ କେବଳ ଦେଶର ଉତ୍ତର ଭାଗରେ ପ୍ରଥମ ଥର ପାଇଁ ପହଞ୍ଚି ନାହିଁ। ବରଂ ଦେଶର ୮୦ ପ୍ରତିଶତ ଅଞ୍ଚଳରେ ମୌସୁମୀ ବର୍ଷା ହୋଇସାରିଛି। 


COMMERCIAL BREAK
SCROLL TO CONTINUE READING

ଏଥର ମୌସୁମୀ ଆଗମନ (Monsoon in India 2023) କାରଣରୁ ଦେଶର କୃଷକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଦେଶର ପ୍ରାୟ ୮୦ ପ୍ରତିଶତ ଅଞ୍ଚଳରେ ବର୍ଷା ହୋଇସାରିଥିବାରୁ ସେମାନେ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ ନିଜ ଜମିରେ କୃଷିକାର୍ଯ୍ୟ କରିବା ଆରମ୍ଭ କରି ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗର (India Meteorological Department) ବରିଷ୍ଠ ବୈଜ୍ଞାନିକ ଡକ୍ଟର ନରେଶ କୁମାର କହିଛନ୍ତି ଯେ ଚଳିତ ବର୍ଷର ମୌସୁମୀ (Monsoon 2023) ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ୮୦ ପ୍ରତିଶତ ଅଞ୍ଚଳରେ ପହଞ୍ଚି ସାରିଛି। ବଙ୍ଗୋପ ସାଗର (Bay of Bengal) ଠାରେ ନିମ୍ନ ଚାପ ରହିଥିବାରୁ ଦେଶର ଅନେକ ଅଞ୍ଚଳରେ ମୌସୁମୀ ସକ୍ରିୟ ବେଗରେ ପହଞ୍ଚି ସାରିଥିବା କହିଛନ୍ତି ଡକ୍ଟର ନରେଶ କୁମାର। 


Also Read: Monsoon Update 2023: କେରଳ ଛୁଇଁଲା ମୌସୁମୀ, କ'ଣ ରହିଛି ସଦ୍ୟତମ ସ୍ଥିତି? ଜାଣନ୍ତୁ


୬୨ ବର୍ଷ ପରେ ଦେଶରେ ଏହା ଘଟିଥିଲା ​​ଯେତେବେଳେ...


ଭାରତୀୟ ପାଣିପାଗ ବିଭାଗ ବୈଜ୍ଞାନିକ କହିଛନ୍ତି ଯେ ପ୍ରାୟ ୬୨ ବର୍ଷ ପରେ ଦେଶରେ ଏହା ପ୍ରଥମ ଥର ପାଇଁ ହୋଇଛି, ଯେତେବେଳେ ମୌସୁମୀ ଏକ ସମୟରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ଠାରେ ପହଞ୍ଚି ସାରିଛି। ଏନେଇ ପାଣିପାଗ ବିଜ୍ଞାନୀଙ୍କ କହିବା କଥା ଯେ ସମ୍ଭବତଃ ଏପରି ହୋଇନଥାଏ। ଯେତେବେଳେ ଦେଶର ପଶ୍ଚିମ-ଉତ୍ତର ଭାଗରେ ମୌସୁମୀ ସମାନ ସମୟରେ ପହଞ୍ଚିବ। ବୋଧହୁଏ ପରିବେଶରେ ହେଉଥିବା ପରିବର୍ତ୍ତନ କାରଣରୁ ଦେଶରେ ଏପରି ହୋଇଥାଇ ପାରେ।  ଯେତେବେଳେ ମୌସୁମୀ ଦେଶର ପଶ୍ଚିମ-ଉତ୍ତର ଭାଗରେ ମୌସୁମୀ ଗୋଟିଏ ସମୟରେ ପହଞ୍ଚିଛି। ହେଲେ ଏହା ପଛରେ କେଉଁ କାରଣ ରହିଛି ସେ ସମ୍ପର୍କରେ ଜାଣିବାକୁ ହେଲେ ବିଗତ କିଛି ବର୍ଷର ମୌସୁମୀ ଆଗମନ ସମ୍ପର୍କିତ ତଥ୍ୟକୁ ବିଶ୍ଲେଷଣ କରିବାକୁ ହେବ।


ପାଣିପାଗ ବିଭାଗ ବିଜ୍ଞାନୀ ଆହୁରି ମଧ୍ୟ କହିଛନ୍ତି ଯେ, ସାଧାରଣତଃ ମୌସୁମୀ ନିମ୍ନ ଚାପ ରହିଥିବା କ୍ଷେତ୍ରରେ ଅଧିକ ସକ୍ରିୟ ରହିଥାଏ। ନିମ୍ନ ଚାପ ପ୍ରଭାବରେ ଆସୁଥିବା ପ୍ରବଳ ପବନ ବର୍ଷା (Monsoon Rain in India) କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ମହାରାଷ୍ଟ୍ରରେ ମୌସୁମୀ ସମୟ ପୂର୍ବରୁ ଆସିବା ପଛରେ ରହିଥିବା କାରଣ ହେଉଛି ବଙ୍ଗୋପ ସାଗର ଠାରେ ସୃଷ୍ଟି ହୋଇଥିବା ନିମ୍ନ ଚାପ ଅଞ୍ଚଳ। ଏହି ନିମ୍ନ ଚାପ କାରଣରୁ ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି। କେବଳ ଏତିକି ନୁହେଁ, ଏହି ନିମ୍ନ ଚାପ ଅଞ୍ଚଳ ପ୍ରଭାବରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ  ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ବର୍ଷା ହୋଇଛି।


Also Read: Monsoon 2023 Update: ଶେଷ ହେଲା ମୌସୁମୀ ପାଇଁ ଅପେକ୍ଷା, ଆସନ୍ତା ୪୮ ଘଣ୍ଟାରେ ପହଞ୍ଚିବ କେରଳ!


କିପରି କରାଯାଏ ମୌସୁମୀ ସମ୍ପର୍କିତ ପୂର୍ବାନୁମାନ
କୌଣସି ଦେଶରେ ମୌସୁମୀର ଆଗମନ ପୂର୍ବାନୁମାନ ମାଧ୍ୟମରେ ଆଗରୁ କରାଯାଇଥାଏ। ଭାରତରେ ବର୍ଷା ଋତୁ ସାଧାରଣତ ଜୁନ୍ ପହିଲାରୁ ଆରମ୍ଭ ହୋଇଥାଏ। ହେଲେ ବେଳେବେଳେ ଏହା ବିଳମ୍ବ ହୋଇଯାଏ। ମୌସୁମୀ ସମ୍ପର୍କରେ ପୂର୍ବାନୁମାନ କରିବା ଏକ କଷ୍ଟକର କାର୍ଯ୍ୟ। ପ୍ରାୟ ୧୬ ମାନକକୁ ବିସ୍ତୃତ ଭାବରେ ଅଧ୍ୟୟନ କରିବା ପରେ ମୌସୁମୀ ସମ୍ପର୍କିତ ପୂର୍ବାନୁମାନ କରାଯାଏ। ମୌସୁମୀ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନର ସଠିକତା ୭୦-୮୦ ପ୍ରତିଶତ ମଧ୍ୟରେ ରହିଛି। ଆଜିର ଆଧୁନିକ ସମୟରେ ମଧ୍ୟ ମୌସୁମୀ ସମ୍ପର୍କିତ ପୂର୍ବାନୁମାନ ଏବଂ ପ୍ରକୃତ ଅବସ୍ଥା ମଧ୍ୟରେ ସାମାନ୍ୟ ପାର୍ଥକ୍ୟ ରହିଛି।


ଭାରତ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ମୌସୁମୀ?
ମୌସୁମୀ ଆଗମନ କେବଳ ଉତ୍ତାପରୁ ଆରାମ ଦେଇନଥାଏ ବରଂ ଭାରତୀୟ ଅର୍ଥନୀତି ଏବଂ କୃଷି କ୍ଷେତ୍ରକୁ ଏକ ସ୍ୱାଭାବିକ ଉପାୟରେ ଚଳାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ବର୍ଷା ଆସିବା ମାତ୍ରେ ଦେଶର କୃଷକ ଖରିଫ ଫସଲ ଯଥା ଚାଉଳ, ଡାଲି, ତେଲ ପରି ଫସଲ ଚାଷ କରିବା ଆରମ୍ଭ କରିଥାନ୍ତି। ବର୍ଷା ଖରିପ ଋତୁରେ ଚାଷ ହେଉଥିବା ପ୍ରମୁଖ ଫସଲର ଅମଳ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଉପଯୁକ୍ତ ମୌସୁମୀ କୃଷି ଉତ୍ପାଦନ ବୃଦ୍ଧି କରିଥାଏ। ବର୍ଷା ଋତୁ ଭୂମି, ପୋଖରୀ କିମ୍ବା ନଦୀକୁ ପାଣିରେ ଭରିଦିଏ। ଯାହା ଜଳସେଚନରେ ସାହାୟକ ହୋଇଥାଏ। ଜଳରୁ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଥାଏ। ଅର୍ଥନୀତି ଉପରେ ଏହାର ଭଲ ପ୍ରଭାବ ପଡିଥାଏ। ଏହା ସହିତ ଏକ ଖରାପ ମୌସୁମୀ ଭାରତୀୟ ଅର୍ଥନୀତି ଏବଂ ବିକାଶ ଉପରେ ଖରାପ ପ୍ରଭାବ ପକାଇପାରେ।