El Nino Effect: ଏଲ ନିନୋ କ'ଣ? କିପରି ଏହା ମୌସୁମୀ ବର୍ଷାକୁ କରିଥାଏ ପ୍ରଭାବିତ?
Advertisement
Article Detail0/zeeodisha/odisha1734944

El Nino Effect: ଏଲ ନିନୋ କ'ଣ? କିପରି ଏହା ମୌସୁମୀ ବର୍ଷାକୁ କରିଥାଏ ପ୍ରଭାବିତ?

El Nino Effect on India: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ଅନେକାଂଶରେ ନିୟନ୍ତ୍ରିତ କରିଥାଏ ଏଲ ନିନୋ। ଯାହା ଫଳରେ ଦେଶରେ ସ୍ୱାଭାବିକ ମାତ୍ରା ଠାରୁ କମ ବୃଷ୍ଟିପାତ ହୋଇଥାଏ।

El Nino Effect: ଏଲ ନିନୋ କ'ଣ? କିପରି ଏହା ମୌସୁମୀ ବର୍ଷାକୁ କରିଥାଏ ପ୍ରଭାବିତ?

El Nino Effect on Monsoon Rain: ଚଳିତ ବର୍ଷ କେରଳ ଛୁଇଁବା ସହ ଦେଶରେ ପହଞ୍ଚି ସାରିଛି ମୌସୁମୀ ବାୟୁ। କେରଳ ଛୁଇଁବା ପରେ ଏବେ ଦେଶର ବିଭିନ୍ନ ଭାଗକୁ ଅଗ୍ରସର ହେଉଛି ମୌସୁମୀ। ଏଥର ମୌସୁମୀ ଆଗମନ ପ୍ରାୟ ଏକ ସପ୍ତାହ ବିଳମ୍ବ ହୋଇଥିବା ଜଣାପଡ଼ିଛି। ଚଳିତ ବର୍ଷ ଜୁନ ୪ ତାରିଖରେ ମୌସୁମୀ କେରଳ ପହଞ୍ଚିବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ମାତ୍ର ମୌସୁମୀ ଗତ ୮ ତାରିଖରେ ଦେଶରେ ପହଞ୍ଚିଥିଲା। 

ଦେଶରେ ବୃଷ୍ଟିପାତ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅନେକାଂଶରେ ଏଲ ନିନୋ ଦ୍ୱାରା ପ୍ରଭାବିତ ହୋଇଥାଏ। ଯାହାର ଫଳସ୍ୱରୂପ ଦେଶରେ ସ୍ୱାଭାବିକ ମାତ୍ରା ଠାରୁ କମ ପରିମାଣର ବର୍ଷା ହୋଇଥାଏ। ଏଲ୍ ନିନୋ ପ୍ରଶାନ୍ତ ମହାସାଗର ଠାରେ ସୃଷ୍ଟି ହୋଇଥାଏ। ଯାହାର ପୁଣି ଥରେ ୭ ବର୍ଷ ପରେ ଅନୁଭୂତ ହୋଇଛି। ବର୍ତ୍ତମାନ ଏଲ୍ ନିନୋ ସମ୍ପର୍କରେ ଜାତୀୟ ମହାସାଗର ଏବଂ ବାୟୁମଣ୍ଡଳ ପ୍ରଶାସନ ପକ୍ଷରୁ ଆଗୁଆ ଚେତାବନୀ ଜାରି କରାଯାଇଛି। ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁଯାୟୀ ଗତ ୨୦୧୬ ବର୍ଷ ପରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ଏନେଇ କୁହାଯାଉଛି ଚଳିତ ଏହାର କୌଣସି ସମ୍ଭାବନା ନଥିଲା। ହେଲେ ଏଲ୍ ନିନୋ ପହଞ୍ଚି ଯାଇଥିବାରୁ ଏହାର ପ୍ରଭାବ ଭାରତ ଉପରେ କ'ଣ ପଡ଼ିବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। 

ଏଲ୍ ନିନୋ କ’ଣ? (What is El Nino)
ଏଲ୍ ନିନୋ ହେଉଛି ଏକ ସ୍ପାନିସ୍ ଭାଷାର ଶବ୍ଦ। ଯାହାକୁ ପାଣିପାଗ ବିଜ୍ଞାନରେ ଏକ ଜଳବାୟୁ ଢାଞ୍ଚା ଭାବରେ ବିବେଚନା କରାଯାଏ। ଏଲ୍ ନିନୋ ପ୍ରଶାନ୍ତ ମହାସାଗରରେ ପ୍ରତି ୨ ବର୍ଷରୁ ୭ ବର୍ଷ ବ୍ୟବଧାନରେ ଘଟିଥାଏ। ଯାହାର ପ୍ରଭାବ ପାଣିପାଗ ଉପରେ ବ୍ୟାପକ ଭାବରେ ପଡିଥାଏ। କେତେ ବର୍ଷା ହେବ କିମ୍ବା ମରୁଡ଼ି ପ୍ରଭାବ କେତେ ମାତ୍ରାରେ ଅନୁଭୂତ ହେବ ତାହା ଏଲ୍ ନିନୋ ସ୍ଥିତି ଦ୍ୱାରା ଜଣାପଡିଯାଏ। 

Also Read: Monsoon Update 2023: କେରଳ ଛୁଇଁଲା ମୌସୁମୀ, କ'ଣ ରହିଛି ସଦ୍ୟତମ ସ୍ଥିତି? ଜାଣନ୍ତୁ

 

କିପରି ସୃଷ୍ଟି ହୋଇଥାଏ ଏଲ୍ ନିନୋ? (How is El Nino formed)
ଯେତେବେଳେ ବିଷୁବ ରେଖା ଠାରେ ପଶ୍ଚିମ ଦିଗରେ ପବନ ପ୍ରବାହିତ ହୁଏ ଏବଂ ସେତେବେଳେ ଦକ୍ଷିଣ ଆମେରିକାରୁ ଏସିଆ ଆଡକୁ ଉଷ୍ମ ଜଳ ବହନ କରେ। ସେତେବେଳେ ଯାଇ ଏଲ୍ ନିଓ ଅବସ୍ଥା ଗଭୀର ହୋଇଥାଏ। ଏହି ପରିସ୍ଥିତିରେ ପଶ୍ଚିମ ଦିଗରୁ ପୂର୍ବ ଦିଗକୁ ପବନ ବହିଥାଏ। ଏହି ସମୟ ମଧ୍ୟରେ ଏହି ପବନ ଗରମ ଜଳକୁ ପ୍ରଶାନ୍ତ ମହାସାଗରକୁ ନେଇଯାଏ। ଏଭଳି ପରିସ୍ଥିତିରେ ସମୁଦ୍ର ପୃଷ୍ଠର ତାପମାତ୍ରା ହାରାହାରି ଅପେକ୍ଷା ଅଧିକ ଗରମ ହୋଇଯାଏ।

ଏଲ୍ ନିନୋ କିପରି ପ୍ରଭାବିତ କରେ? (How does El Nino affect)
ଏଲ୍ ନିନୋ ପ୍ରାକୃତିକ ବିସ୍ଫୋରଣ ସହିତ ଜଡିତ। ଯାହା ଅତ୍ୟଧିକ ବନ୍ୟା ଏବଂ ଅତ୍ୟଧିକ ମରୁଡ଼ି ଆଣିଥାଏ। ପାଣିପାଗ ବିଜ୍ଞାନୀଙ୍କ କହିବା କଥା ଯେ ଏହାର ସମ୍ଭାବନା ଉପରେ ନିର୍ଭର କରି ଏଲ୍ ନିନୋ ପୃଥିବୀର କେତେକ ସ୍ଥାନରେ ପ୍ରବଳ ବର୍ଷା ଆଉ କେତେକ ସ୍ଥାନରେ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି କରିଥାଏ। ଯାହାର ତୀବ୍ରତା ହେତୁ ପ୍ରାକୃତିକ ବିନାଶ ମଧ୍ୟ ଆସିପାରେ।

Also Read: Monsoon 2023 Update: ଶେଷ ହେଲା ମୌସୁମୀ ପାଇଁ ଅପେକ୍ଷା, ଆସନ୍ତା ୪୮ ଘଣ୍ଟାରେ ପହଞ୍ଚିବ କେରଳ!

 

ଭାରତ ପାଇଁ କେତେ ବିପଦ ଏଲ ନିନୋ? (How dangerous is El Nino for India)
ଯଦି ଭାରତ କଥା କୁହାଯାଏ, ତାହେଲେ ଏଲ୍ ନିନୋ ପ୍ରଭାବକୁ ନିଶ୍ଚିତ କରୁଥିବା ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଚଳିତ ବର୍ଷ ମାର୍ଚ୍ଚ ମାସରୁ ଜୁନ୍ ମଧ୍ୟରେ ଦେଖାଯାଇଛି। ଗତ ୨୦୦୦ ମସିହା ପରେ ଚଳିତ ବର୍ଷ ଏଲ୍ ନିନୋ ପଞ୍ଚମ ଥର ପାଇଁ ଆସିଛି। ଯଦିଓ ଚଳିତ ବର୍ଷ ଆରମ୍ଭରେ ଏଲ୍ ନିନୋ ଅଗଷ୍ଟ ପର୍ଯ୍ୟନ୍ତ ଆସିବ ବୋଲି ପୂର୍ବାନୁମାନ କରାଯାଇଥିଲା। ଯଦି ଏଲ ନିନୋ ଚଳିତ ମାସରେ ଆସେ, ତାହେଲେ ଏହାର ଗୁରୁତର ପ୍ରଭାବ ଅନୁଭୂତ ହୋଇପାରେ।

ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁଯାୟୀ, ଏଲ୍ ନିନୋ ଆଗାମୀ ଦିନରେ ଦେଶରେ ଖରାପ ପ୍ରଭାବ ପକାଇପାରେ। ଏହା ଦେଶର ଗ୍ରାମୀଣ ଅର୍ଥନୀତି ଉପରେ ପ୍ରଭାବ ପକାଇବ। ଅତ୍ୟଧିକ ଉତ୍ତାପ ଏବଂ ଅନାବଶ୍ୟକ ବର୍ଷା ହେତୁ କୃଷିକାର୍ଯ୍ୟ ବହୁମାତ୍ରାରେ ପ୍ରଭାବିତ ହେବା ସହ ଫସଲ ଉତ୍ପାଦନ ହ୍ରାସ ପାଇବ। ଯାହା ଫଳରେ କୃଷକ ସଙ୍କଟ ସାମ୍ନା କରିପାରନ୍ତି। ଏପରିକି ଖାଦ୍ୟ ସାମଗ୍ରୀର ମୂଲ୍ୟ ମଧ୍ୟ ବଢିପାରେ।