Weather Update: ତାତିରୁ (Heatwave) ରାଜ୍ୟବାସୀଙ୍କୁ ମିଳିଛି ସାମାନ୍ୟ ତ୍ରାହି। କମିଛି ଖରା ଓ ଗୁଳିଗୁଳି। ପାଗରେ ମଧ୍ୟ ପରିବର୍ତ୍ତନ ଘଟିଛି। କାହିଁକିନା ଗତ ମଙ୍ଗଳବାର ଠାରୁ ରାଜ୍ୟର କିଛି ସ୍ଥାନରେ ପ୍ରାକ୍ ମୌମୁମୀ(Monsoon) ଜନିତ ବର୍ଷା ହୋଇଛି । ଏପରିକି କାଲି(ବୁଧବାର) ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ବଢିଛି। ମୌସୁମୀ (Monsoon) ଓଡ଼ିଶା ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି । ଦିନେ ଦୁଇ ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ(Monsoon) ଓଡ଼ିଶା ଉପକୂଳ ଛୁଇଁବ ବୋଲି (IMD)ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ଦୁଇ ଦିନରେ ବର୍ଷାର ପରିମାଣ ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ବିଶେଷକରି, ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି ଜିଲ୍ଲାରେ ବର୍ଷାର ମାତ୍ରା ଅଧିକ ରହିବ । 


COMMERCIAL BREAK
SCROLL TO CONTINUE READING

ଏହାବି ପଢନ୍ତୁ : Morning Tips: ସକାଳୁ ଶେଯ ଛାଡିବା ପରେ ବାସ୍ କରନ୍ତୁ ଏହି ୫ଟି କାମ, ବଦଳିଯିବ ଆପଣଙ୍କ ଭାଗ୍ୟ!


ଏହାବି ପଢନ୍ତୁ : Horoscope Today 22 June 2023: ଆଜି ଏସବୁ ରାଶି ଉପରେ ହେବ ଧନର ବର୍ଷା! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?


୨୧ ଜୁନରେ ଦକ୍ଷିଣ  ଏବଂ ଉପକୂଳ ଓଡ଼ିଶାରେ ବର୍ଷାର ବିସ୍ତୃତି ବଢିଥିବା ବେଳେ ଆଜି ୨୨ରୁ ଉପକୂଳର ଅଧିକାଂଶ ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।  ତେଣୁ ଆଜି କିମ୍ବା ଆସନ୍ତାକାଲି ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିପାରେ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ (Monsoon) ପ୍ରଥମେ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ସ୍ପର୍ଶ କରିପାରେ । ତେବେ,  ରାଜ୍ୟରେ ଗରମ କମିଥିବା ବେଳେ ପଶ୍ଚିମ ଓଡ଼ିଶାରେ ବି ପାରଦ ୪୦ ଡିଗ୍ରୀ ଉପରେ ରହିବ । ଚଳିତ ବର୍ଷ ଜୁନରେ ନିଅଣ୍ଟିଆ ବର୍ଷା ହିଟୱେଭ ଆକଳନ ହୋଇଥିଲା । ତେଣୁ ବର୍ଷା ପରିମାଣ କମ ଅଛି ଜୁନରେ । ଯେହେତୁ କେରଳକୁ ବିଳମ୍ବରେ ଛୁଇଁଲା ମୌସୁମୀ, ତେଣୁ ଓଡ଼ିଶାରେ ବି ବିଳମ୍ବ ହୋଇଛି । ତେଣୁ ବର୍ଷାର ପ୍ରଭାବ କମିବ । ଜୁନରେ ୨୦୦ମିଳିମିଟର ବର୍ଷା ରେକର୍ଡ ହେବା କଥା । ହେଲେ ଜୁନ ୧୯ ସୁଦ୍ଧା ୮୦ % କମ୍ ବର୍ଷା ରହିଛି । ଆଗକୁ ବର୍ଷା ହେଲେ, ଏହାର ପରିମାଣ ଯଥେଷ୍ଟ ବଢିବାର ଅନୁମାନ କରାଯାଉଛି ।


 



ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖିବୁ ଯେ, ଚଳିତ ଥର ଖରା ଦିର୍ଘ ୪୦ ବର୍ଷର ରେକର୍ଡ ଭାଙ୍ଗିଥିଲା ।  ଖରାର ପ୍ରକୋପରୁ ରକ୍ଷା ପାଇବା ପାଇଁ ଲୋକେ ଜରୁରୀ କାମ ନଥିଲେ ଘରୁ ବାହାରୁ ନାହାଁନ୍ତି । ସକାଳ ୮ଟା ପରଠୁ ରାସ୍ତା ଖାଁ ଖାଁ ଲାଗୁଛି। ଘରୁ ପଦାକୁ ଯିବା ସମୟରେ ଲୋକେ ମୁଣ୍ତରେ ଗାମୁଛା, କଳା ଚଷମା, ଟୋପି ଆଦି ବ୍ୟବହାର କରୁଛନ୍ତି। ଥଣ୍ତା ପାଣି ଓ ସରବତ ପିଇବା ପାଇଁ ଲୋକେ ଲସି ଦୋକାନରେ ଭିଡ ଜମାଉଛନ୍ତି। ଆଉ କେତେକ ଲୋକେ ଗଛ ମୂଳେ ଆଶ୍ରୟ ନେଉଛନ୍ତି । ଅନ୍ୟପଟେ ବାରମ୍ବାର ବିଦ୍ୟୁତ୍ କାଟ ଯୋଗୁଁ ଲୋକେ ଗରମରେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ।