Proposed Waqf Amendment: ନୂଆଦିଲ୍ଲୀ: ଓ୍ୱାକଫ୍‍ ବୋର୍ଡ ପରିଚାଳନାରେ ପରିବର୍ତ୍ତନ ହେବ। ଏହାର ସମ୍ପତ୍ତିକୁ ଜନସ୍ୱାର୍ଥ ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ଆଇନରେ ସଂଶୋଧନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଏଥିନେଇ ଆଜି ଲୋକସଭାରେ ସରକାର ଆଣିପାରନ୍ତି ଓ୍ୱାକଫ୍‍ ସଂଶୋଧନ ବିଧେୟକ ୨୦୨୪, ଯାହା ମାଧ୍ୟମରେ ଓ୍ୱାକଫ୍‍ ଆଇନ ୧୯୯୫ର ସଂଶୋଧନ ହେବ। ତେବେ କ’ଣ ହୋଇପାରେ ସରକାରଙ୍କ ପ୍ରସ୍ତାବ ଆସନ୍ତୁ ନଜର ପକାଇବା ୫ ପ୍ରମୁଖବିନ୍ଦୁ: 


COMMERCIAL BREAK
SCROLL TO CONTINUE READING

1. ସରକାର ଓ୍ୱାକଫ ବୋର୍ଡର ଗଠନରେ ପରିବର୍ତ୍ତନ ନେଇ ବିଧାୟକରେ ବ୍ୟବସ୍ଥା କରିପାରନ୍ତି। ମିଳିଥିବା ସୂଚନା ଅନୁସାରେ ପ୍ରସ୍ତାବିତ ବୋର୍ଡରେ  ଅଣ ମୁସଲିମ୍‍ ବି ସଦସ୍ୟ ହେବାର ବ୍ୟବସ୍ଥା ରହିଛି। ଅତିକମରେ ଦୁଇଜଣ ଅଣ ମୁସଲିମ୍‍ଙ୍କୁ ବୋର୍ଡ ସଦସ୍ୟ ଭାବେ ଗ୍ରହଣ କରାଯାଇପାରେ। 


2. ଅପରପକ୍ଷେ ମୂଳ ଆଇନରେ ଯେଉଁ ତିନିଜଣ ମୁସ୍‍ଲିମ ସାଂସଦଙ୍କୁ ସଦସ୍ୟଭାବେ ମେନାନୀତ କରିବାର ବ୍ୟବସ୍ଥ ଥିଲା ସେଥିରେ ପରିବର୍ତ୍ତନ କରାଯାଇଛି। ସଂଶୋଧନ ବିଧେୟକରେ ଏମାନେ ମୁସଲିମ ହେବା ଅତ୍ୟାବଶ୍ୟକ ନୁହେଁ। 


3. ଏହି ବିଲ ପାରିତ ହେଲେ ଓ୍ୱାକଫ ବୋର୍ଡର ମୁଖ୍ୟ କାର୍ଯ୍ୟ ନିର୍ବାହୀ ମଧ୍ୟ ଅଣ ମୁସଲିମ୍‍ ହୋଇପାରନ୍ତି। 


4. ଓ୍ୱାକଫ୍‍ ସମ୍ପତ୍ତି ମାମଲାରେ ଓ୍ୱାକଫ ଟ୍ରିବ୍ୟୁନାଲ୍‍ର ଶୀର୍ଷତ୍ୱ ନଷ୍ଟ ହୋଇପାରେ। ସମସ୍ତ ସମ୍ପତ୍ତି ମାମଲାରେ ଜିଲ୍ଲାପାଳଙ୍କ ନିଷ୍ପତ୍ତି ସର୍ବଶେଷ ଭାବେ ଗ୍ରହଣ କରାଯିବ। ୧୯୯୫ ଆଇନର ଧାରା ୬ ଅନୁସାରେ ଟ୍ରିବ୍ୟୁନାଲ୍‍ ନିଷ୍ପତ୍ତିନୁ ସର୍ବଶେଷ ବୋଲି ଗ୍ରହଣ କରାଯାଉଥିଲା। 


5. ବିଲରେ ଓ୍ୱାକଫ ଅଡିଟ୍‍ ବ୍ୟବସ୍ଥା ରହିଛି। ସରକାର ଚାହିଁଲେ ସିଏଜିଙ୍କ ଦ୍ୱାରା ଏହି ସଂସ୍ଥାର ଅଡିଟ୍‍ କରିପାରନ୍ତି।