Monsoon Session: ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଜିଲ୍ଲାରେ ବି ଗାଁ ଗାଁରେ ଲାଗି ପାରୁନାହିଁ ଇଣ୍ଟରନେଟ। ଶସ୍ତା ହେବାରୁ ଲୋକେ ସ୍ମାର୍ଟ ଫୋନ ସିନା କିଣୁଛନ୍ତି କିନ୍ତୁ ଏହାର ସଦୂପଯୋଗ କରିପାରୁନାହାନ୍ତି। ଏପରିକି ପଞ୍ଚାୟତରୁ ଗାଁକୁ ସଂଯୋଗ ହୋଇପାରୁନାହିଁ ବୋଲି କହିଛନ୍ତି ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ। ଏଣୁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି। ପ୍ରତିବଦଳରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏଥିଲାଗି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ବିଜେଡି ସରକାରକୁ ସେ ଦାୟୀ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ସଂଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି କି ରାଜ୍ୟରେ ଅଢେଇ କୋଟି ଲୋକଙ୍କ ପାଖରେ ଇଣ୍ଟରନେଟ ପହଞ୍ଚିଛି। ଏହା ରାଜ୍ୟର ଅଧା ଅଞ୍ଚଳରେ ଇଣ୍ଟରନେଟ ପ୍ରବେଶକୁ ସ୍ପଷ୍ଟ କରୁଛି। ୯୯ ପ୍ରତିଶତ ସହର ଏବଂ ୪୩ ପ୍ରତିଶତ ଗ୍ରାମାଞ୍ଚଳରେ ଇଣ୍ଟରନେଟ ପହଞ୍ଚିଥିବା ନେଇ ସେ କହିଛନ୍ତି। 


ଅପରପକ୍ଷରେ ରାଜ୍ୟ ସରକାର ଭାରତ ନେଟ କାର୍ଯ୍ୟକ୍ରମରେ ଲିନିୟର ବା ଗୋଟିଏ ତାରରୁ ଇଣ୍ଟରନେଟ ନେଇ ଗ୍ରାମାଞ୍ଚଳକୁ ବାଣ୍ଟୁଥିବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଇଣ୍ଟରନେଟ ରହୁନାହିଁ। ଏହି ଟେକ୍ନୋଲୋଜିରେ କୌଣସି ଗୋଟିଏ ସ୍ଥାନରେ ତାର କଟିଲେ ସେହି ତାର ଉପରେ ନିର୍ଭର କରୁଥିବା ସମସ୍ତ ଅଞ୍ଚଳରେ ଇଣ୍ଟରନେଟ କଟିଯାଏ। ଏଣୁ କେନ୍ଦ୍ର ସରକାର ଏବେ ବୃତ୍ତାକାର ସଂଯୋଗ ପାଇଁ ଭାରତ ନେଟ 2.0 କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିଲାଗି ସବୁ ଗାଁରେ ସଂଯୋଗ ରହିବ ଏବଂ ଏହା ନିରନ୍ତର ସେବା ମିଳିବ। ଏଥିଲାଗି 1.4 କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଗୃହରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି।