Weather Update: ଅସହ୍ୟ ତାତିରୁ ମିଳିଲା ଆଶ୍ବସ୍ତି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା (Southwest Monsoon Enters Odisha) ପରେ ଟାଣ ଖରା ଓ ଗୁଳିଗୁଳିରୁ ମୁକ୍ତି ପାଇଛନ୍ତି ରାଜ୍ୟବାସୀ । ଗୁରୁବାର ଦିନ ରାଜ୍ୟର ମାଲକାନଗିରି, କୋରାପୁଟ ଓ ଗଜପତି ଜିଲ୍ଲାର କେତେକ ଭାଗରେ ମୌସୁମୀ ପ୍ରବେଶ କରିଥିଲା, ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିଲା । ତେବେ ଆଜି ସାରା ରାଜ୍ୟକୁ ଛୁଇଁଛି ମୌସୁମୀ (Monsoon) । ଏହାର ପ୍ରଭାବରେ ସାରା ରାଜ୍ୟରେ ପାଗ ମେଘୁଆ ରହିଥିବା ବେଳେ ଅନେକ ସ୍ଥାନରେ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବମୋଟ୍ ୨୧.୩ ମି.ମି ବର୍ଷା ରେକର୍ଡ଼ କରାଯାଇଛି । ଏହା ସ୍ବାଭାବିକ ବର୍ଷା ୮.୯ ମି.ମି ତୁଳନାରେ ୧୩୯ ପ୍ରତିଶତ ଅଧିକ ରହିଛି । ସେପଟେ ଗତ ୨୪ ଘଣ୍ଟାରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୫୨.୮ ମି.ମି ବର୍ଷା ରେକର୍ଡ଼ କରାଯାଇଛି ।



COMMERCIAL BREAK
SCROLL TO CONTINUE READING

ସୂଚନା ଥାଉ କି, ଆସନ୍ତା ୨୬ରୁ ୨୭ ତାରିଖ ଯାଏଁ ରାଜ୍ୟରେ ବର୍ଷା ଜାରି ରହିବ । ତେବେ ଏହି ସମୟରେ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କଟକ ଓ ଯାଜପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ସେହିପରି ବାଲେଶ୍ବର, ବୌଦ୍ଧ, ନୟାଗଡ଼, ଅନୁଗୁଳ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁର, ଦେବଗଡ଼, ସମ୍ବଲପୁର ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା (Heavy rain) ହେବା ନେଇ ସମ୍ଭାବନା ରହିଛି । ତେବେ ଏହିସବୁ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ (Bhubaneswar Meteorological Department) ପକ୍ଷରୁ ୟେଲୋ ୱାର୍ଣ୍ଣିଂ(yellow alert) ଜାରି କରାଯାଇଛି । ବିଭାଗ କହିଛି, ଆଗାମୀ ୨୫ ତାରିଖରେ ଅନୁଗୁଳ, ଦେବଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଆଦି କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (Heavy rain fall) ହେବା ନେଇ ସମ୍ଭାବନା ରହିଥିବାରୁ ଏହି ସବୁ ଜିଲ୍ଲାକୁ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ( Orange alert ) ଜାରି କରାଯାଇଛି । ସେହିପରି ଯାଜପୁର, ମୟୂରଭଞ୍ଜ, ବଲାଙ୍ଗୀର, କଟକ, କନ୍ଧମାଳ, ନୟାଗଡ଼, ନୂଆପଡ଼ା, ଢେଙ୍କାନାଳ, ଆଦି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ (yellow alert) ଜାରି କରାଯାଇଛି । ୨୬ ତାରିଖରେ ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ତି , ବରଗଡ଼ ଆଜି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ଥିବାରୁ ଏହି ସମସ୍ତ ଜିଲ୍ଲାରେ ମଧ୍ଯ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।


Warning for Day-1 to Day-5: pic.twitter.com/YvXbWhIeua — Meteorological Centre, Bhubaneswar (@mcbbsr) June 23, 2023


Also Read-ନୂଆ ରୂପ ସହ ୫-ଟି କାର୍ଯ୍ୟକ୍ରମ ଅଧିନରେ ବିଶ୍ବ ସ୍ତରୀୟ ପ୍ରାଣୀ ଉଦ୍ୟାନ ହେବ ନନ୍ଦନକାନନ


Also Read-ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ଦର୍ଶନ କରି ଭାବବିହ୍ବଳ ହେଲେ ଭକ୍ତ, ଜନ ସମୁଦ୍ର ପାଲଟିଲା ଗୁଣ୍ତିଚା ମନ୍ଦିର


ପ୍ରକାଶ ଥାଉ କି, ଚଳିତ ଥର ଗ୍ରୀଷ୍ମ ପ୍ରବାହ (Heat Wave) ଦୀର୍ଘ ୪୦ ବର୍ଷର ରେକର୍ଡ ଭାଙ୍ଗିଥିଲା । ଅତି ଜରୁରୀ ନ ହେଲେ ଲୋକେ ଘରୁ ବାହାରିବାକୁ ଡ଼ରୁଥିଲେ । ସ୍ଥିତି ଏମିତି ହୋଇଥିଲା ଯେ ଦିନ ୧୦ଟା ବେଳକୁ ରାସ୍ତାଘାଟ ଶୂନଶାନ୍ ହୋଇଯାଉଥିଲା । ତେବେ ମୌସୁମୀ ପ୍ରଭାବରେ ରାଜ୍ୟରେ ପାଗ ବଦଳିଥିବା ବେଳେ ରାଜ୍ୟର ବହୁ ସ୍ଥାନରେ ମୌସୁମୀ ବର୍ଷା ଲାଗି ରହିଛି ।


Also Read-BSNL Recharge Plan: ଜିଓ ଏବଂ ଏୟାରଟେଲକୁ ଟକ୍କର, ମାତ୍ର ୨୨ ଟଙ୍କା ରିଚାର୍ଜରେ ଟେନସନ ଫ୍ରି !