ନୂଆ ରୂପ ସହ ୫-ଟି କାର୍ଯ୍ୟକ୍ରମ ଅଧିନରେ ବିଶ୍ବ ସ୍ତରୀୟ ପ୍ରାଣୀ ଉଦ୍ୟାନ ହେବ ନନ୍ଦନକାନନ
Advertisement
Article Detail0/zeeodisha/odisha1751493

ନୂଆ ରୂପ ସହ ୫-ଟି କାର୍ଯ୍ୟକ୍ରମ ଅଧିନରେ ବିଶ୍ବ ସ୍ତରୀୟ ପ୍ରାଣୀ ଉଦ୍ୟାନ ହେବ ନନ୍ଦନକାନନ

Nandankanan: ଗତକାଲି ଅର୍ଥାତ୍ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ବନ ବିଭାଗ ପକ୍ଷରୁ ନନ୍ଦନକାନନର ରୂପାନ୍ତର ପାଇଁ ଏକ ଉପସ୍ଥାପନା କରାଯାଇଥିଲା । ଯେଉଁଥିରେ ନନ୍ଦନକାନନ କାୟାରେ ପରିବର୍ତ୍ତନ ପାଇଁ ଏକ ବିସ୍ତୃ଼ତ ଓ ଭବିଷ୍ୟମୁଖୀ ପ୍ରସ୍ତାବ ରହିଛି । 

ସୌ(ସୋସିଆଲ ମିଡିଆ)

Nandankanan: ରୂପାନ୍ତରୀକରଣ ହେବ ରାଜଧାନୀ ସ୍ଥିତ ପ୍ରାଣୀ ଉଦ୍ୟାନ ନନ୍ଦନକାନନ (Nandankanan) । ୫-ଟି କାର୍ଯ୍ୟକ୍ରମ (5t odisha) ଅଧିନରେ ଏହାକୁ ବିଶ୍ବ ସ୍ତରୀୟ ପ୍ରାଣୀ ଉଦ୍ୟାନ ଭାବେ ରୂପାନ୍ତର କରାଯିବା ନେଇ ରାଜ୍ୟ ସରକାର (Government of odisha) ଯୋଜନା ପ୍ରସ୍ତୁତ କରୁଛନ୍ତି । ନନ୍ଦନକାନନ ନିବଟବର୍ତ୍ତୀ ଚୂଡ଼ଙ୍ଗ ଜଙ୍ଗଲକୁ ମଧ୍ଯ ଏଥିରେ ସାମିଲ କରାଯିବ । ଗତକାଲି ଅର୍ଥାତ୍ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ (CM Naveen Patnaik) ନିକଟରେ ବନ ବିଭାଗ (Forest Department Odisha) ପକ୍ଷରୁ ନନ୍ଦନକାନନର ରୂପାନ୍ତର ପାଇଁ ଏକ ଉପସ୍ଥାପନା କରାଯାଇଥିଲା । ଯେଉଁଥିରେ ନନ୍ଦନକାନନ କାୟାରେ ପରିବର୍ତ୍ତନ ପାଇଁ ଏକ ବିସ୍ତୃ଼ତ ଓ ଭବିଷ୍ୟମୁଖୀ ପ୍ରସ୍ତାବ ରହିଛି । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କରିବା ସହ ନନ୍ଦନକାନନରେ ପ୍ଲାଷ୍ଟିକର (Plastic) ବ୍ୟବହାର ସଂପୂର୍ଣ୍ଣ ନିଷେଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ନିର୍ଦ୍ଦାରିତ ସମୟ ପୂର୍ବରୁ କାମ ଶେଷ କରିବା ଲାଗି ପରାମର୍ଶ ଦିଆଯାଇଛି ।

ସୂଚନା ଥାଉ କି, ନୂତନ ଯୋଜନା ଅନୁଯାୟୀ ପର୍ଯ୍ୟଟକଙ୍କ ଲାଗି ଅତିରିକ୍ତ ସୁବିଧା, ଆଧୁନିକ ବଗିଚା, ଲ୍ୟାଣ୍ତସ୍କେପିଂ, ଟନେଲ ଆକ୍ବାରିୟମ୍ , ୱାଟର ବୋର୍ଡ଼ ଆଭିଆରି, ଇମର୍ସିଭ୍ ଏନକ୍ଲୋଜର ଓ ପିଲାଙ୍କ ଲାଗି ପ୍ରକୃତି ଶିକ୍ଷା ଲାଗି ଏକ ସ୍ବତନ୍ତ୍ର ହବ୍ କରିବା ନେଇ ବ୍ୟବସ୍ଥା ରହିଛି । ଦୁଇଟି ପର୍ଯ୍ୟାୟରେ ଏହି ରୂପାନ୍ତର କାର୍ଯ୍ୟ ହେବ । ପ୍ରଥମ ପର୍ଯ୍ୟାୟରେ ୨୦୨୩ରୁ ୨୦୨୫ ଓ ଦ୍ବିତୀୟ ପର୍ଯ୍ୟାୟରେ ୨୦୨୫ରୁ ୨୦୨୮ ମଧ୍ୟରେ କାର୍ଯ୍ୟକାରୀ ହେବ । ପ୍ରଥମ ପର୍ଯ୍ୟାୟରେ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡ଼େନ ବିକାଶ କରାଯିବ । ସେହିପରି ଦ୍ବିତୀୟ  ପର୍ଯ୍ୟାୟରେ ଚୂଡ଼ଙ୍ଗ ଜଙ୍ଗଲ ଅଞ୍ଚଳର ବିକାଶ କରାଯିବ । ଏହାସହ ଏଥିରେ ରାତ୍ରି ସଫାରି ଓ ସଫାରି କଂପ୍ଲେକ୍ସର ବିକାଶ କରାଯିବ । ସେପଟେ ପିଲାଙ୍କ ଶିକ୍ଷା ଲାଗି ପ୍ରକୃତି ଶିକ୍ଷା ଉପରେ ଏକ ସ୍ବତନ୍ତ୍ର ହବର ବିକାଶ କରିବାକୁ ଯୋଜନା ରହିଛି । ଏଥିରେ ଆକ୍ଚିଭିଟିଭିତ୍ତିକ ପ୍ରାଣୀ ଉଦ୍ୟାନ, ପ୍ରକୃତି ଶିକ୍ଷା ସହ କେତେକ ସ୍ବତନ୍ତ୍ର ସ୍କୁଲରେ ‘ନନ୍ଦନକାନନ କ୍ଲବ’, ‘ଜୁ ଆମ୍ବାସାଡ଼ର’ ପରି କାର୍ଯକ୍ରମ ରହିଛି । ଏହା ସହ ପିଲାଙ୍କ ଲାଗି ସ୍ବତନ୍ତ୍ର ଇଣ୍ଟର୍ଣ୍ଣସିପ୍ ଓ ଜୁ ଇଲ୍ୟୁଣ୍ଟିଅର କାର୍ଯ୍ୟକ୍ରମ ହେବ । 

Also Read- Rath Yatra 2023: ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ଦର୍ଶନ କରି ଭାବବିହ୍ବଳ ହେଲେ ଭକ୍ତ, ଜନ ସମୁଦ୍ର ପାଲଟିଲା ଶ୍ରୀ ଗୁଣ୍ତିଚା ମନ୍ଦିର

Also Read-Rath Yatra 2023: ଆଜି ହେରା ପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗିବେ ମାଆ ମହାଲକ୍ଷ୍ମୀ,ଜାଣନ୍ତୁ ଏହା ପଛର ମାହାତ୍ମ୍ୟ

ପ୍ରକାଶ ଥାଉ କି, ବର୍ତ୍ତମାନ ନନ୍ଦନକାନନ (Nandankanan) ପ୍ରାଣୀ ଉଦ୍ୟାନରେ ୪୮ଟି ପ୍ରଜାତିର ସ୍ତନ୍ୟପ୍ରାଣୀ, ୭୭ଟି ପ୍ରଜାତିର ପକ୍ଷୀ, ୩୦ଟି  ପ୍ରଜାତିର ସରୀସୃପ ଓ ୬ଟି ପ୍ରଜାତିର ଉଭୟଚର ପ୍ରାଣୀ ଅଛନ୍ତି ।  ତେବେ ନନ୍ଦନକାନନର ରୂପାନ୍ତର ସହ ଦେଶ ବିଦେଶରୁ ଅନେକ ପଶୁ ପକ୍ଷୀ ଆଣିବା ନେଇ ଯୋଜନା କରାଯାଉଛି । ଦେଶର ଉତ୍ତରପୂର୍ବ ଅଞ୍ଚଳରୁ ହୁଲକ ଗିବନ୍ , ଲାଞ୍ଜ ଥିବା ଘୁଷୁରୀ, ଗୋଟିଏ ଶିଙ୍ଗ ବିଶିଷ୍ଟ ଗଧ, ଏସିଆର ଲମ୍ବା ଲାଞ୍ଜ ବିଶିଷ୍ଟ ମାଙ୍କଡ଼, ଅଷ୍ଟ୍ରେଲିଆରୁ କସୋୱାରି, କ୍ଲାଉଡ଼େଡ଼୍ ଚିତାବାଘ, କଙ୍ଗାରୁ ଓ ୱାଲବି ଆଦି ଆଣିବାର ପ୍ରସ୍ତାବ ରହିଛି । ଗତ ମଇ ମାସ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସମୀକ୍ଷା ସମୟରେ ନନ୍ଦନକାନନର  ରୂପାନ୍ତର ନେଇ ଯୋଜନା ପ୍ରସ୍ତୁତ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ ।

Also Read-୩୦ ବର୍ଷ ପୂର୍ବରୁ ହ୍ୱାଇଟ ହାଉସ ଦେଖିଥିଲେ ମୋଦୀ: ଏବେ ହ୍ୱାଇଟ ହାଉସ ପିଏମ ମୋଦୀଙ୍କୁ ଦେଖୁଛି