Morning tips: କୁହାଯାଏ ଦିନର ଆରମ୍ଭ ଭଲ ହେଲେ ସାରା ଦିନ ଭଲରେ ବିତିବା ସହ ସବୁ କାମରେ ସଫଳତା ମିଳିଥାଏ । ଯଦି ଆପଣ ମଧ୍ଯ ସଫଳତା ପାଇବାକୁ ଚାହୁଁଛନ୍ତି ତାହାଲେ ସକାଳୁ ଉଠି ଏହିସବୁ କାମ କରନ୍ତୁ । ହିନ୍ଦୁ ଧର୍ମ, ଜ୍ୟୋତିଷ ଶାସ୍ତ୍ରରେ ଓ ବାସୁ ଶାସ୍ତ୍ରରେ କିଛି କାମକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ । ସେହିପରି କିଛି ପ୍ରତୀକକୁ ପୂଜନୀୟ ଭାବେ ମଧ୍ଯ ଗ୍ରହଣ କରାଯାଇଛି । ଏହି ପୂଜା ବା ଏହା ସହ ଜଡ଼ିତ କିଛି ଉପକାର କରିବା ଦ୍ବାରା ସୌଭାଗ୍ୟ ବା ସହ ଜୀବନରେ ଆସୁଥିବା ପ୍ରତ୍ୟେକ ସମସ୍ୟା ଦୂର ହୋଇଥାଏ । ତେବେ ଚାଲନ୍ତୁ ଆଜି ସେ ସବୁ ଉପାୟ ବିଷୟରେ ଆଲୋଚନା କରିବା, ଯାହା କରିବା ଦ୍ବାରା ଜୀବନରେ ସଫଳତା ମିଳିବା ସହ ସମସ୍ତ କାର୍ଯ୍ୟ ସିଦ୍ଧ ହୋଇଥାଏ ।


COMMERCIAL BREAK
SCROLL TO CONTINUE READING

ହିନ୍ଦୁ ଧର୍ମରେ ଗାଈକୁ ଗୋମାତା ଭାବେ ମାନ୍ୟତା ଦିଆଯାଇଛି। ଗାଈ ପୂଜନୀୟ ମଧ୍ଯ। ଗାଈ ସହ ଜଡ଼ିତ ସମସ୍ତ ଜିନିଷ ଯଥା କ୍ଷୀର, ଗୋମୁତ୍ର, ଗୋବର ଇତ୍ୟାଦିକୁ ବେଶ ପବିତ୍ର ବୋଲି ବିବେଚନା କରାଯାଏ । ପୁରାଣ ଅନୁଯାୟୀ, ଗାଈରେ ୩୩ କୋଟି ଦେବୀ ଓ ଦେବତା ବାସ କରିଥାଆନ୍ତି। ଏପରି ପରିସ୍ଥିତିରେ, ପ୍ରତିଦିନ ସକାଳେ ଗାଈ ସହିତ ଜଡିତ କିଛି ଉପାୟ କରିବା ଦ୍ବାରା ଜୀବନରେ ଶୁଭ, ସୁଖ ଓ ସମୃଦ୍ଧତା ଆସିବା ସହ କାର୍ଯ୍ୟରେ ସଫଳତା ମିଳିଥାଏ ।


ପ୍ରତିଦିନ ସକାଳୁ ଗାଧେଇବା ପରେ ଗୋମାତାଙ୍କ ପୂଜା କରନ୍ତୁ ଏପରି କରିବା ଦ୍ବାରା ଦେବୀ ଦେବତାଙ୍କ ଆର୍ଶିବାଦ ଲାଭ ହୋଇଥାଏ । ଧନର ଦେବୀ ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି । ଘରର ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ । ଯେଉଁମାନେ ଗୋମାତାଙ୍କ ପୂଜା କରନ୍ତି ସେମାନଙ୍କ ଜୀବନେରେ କେବେ ଆର୍ଥିକ ସମସ୍ୟା ଦେଇନଥାଏ ।


ଗାଈକୁ ପ୍ରତ୍ୟେକ ଦିନ ଚାରା ଖାଇବାକୁ ଦିଅନ୍ତୁ । ଖାସ୍ କରି ଗାଈକୁ ବୁଧବାର ଦିନ ଚାରା ଖାଇବାକୁ ଦିଅନ୍ତୁ । ଏପରି କରିବା ଦ୍ବାରା ସମସ୍ତ ସଂଙ୍କଟ ଦୂର ହେବା ସହ ସମସ୍ୟାର ସମାଧାନ ହୋଇଥାଏ । ଖାଲି ଏତିକି ନୁହେଁ ଏହି ଉପାୟ କରିବା ଦ୍ବାରା ଜାତକରେ ବୁଧ ଗ୍ରହଙ୍କ ସ୍ଥିତି ମଜଭୁତ ହୋଇଥାଏ ।


ଗାଈର ପିଠିର ଉପର ଭାଗକୁ ଆଉଁସିବା ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । ଏହି ସ୍ଥାନ ସୂର୍ଯ୍ୟ-କେତୁଙ୍କ ସ୍ଥାନ ହୋଇଥିବାରୁ ଏପରି କରିବା ଦ୍ବାରା ସ୍ୱାସ୍ଥ୍ୟ ମଜବୁତ ହୋଇଥାଏ ।


ଯଦି ଆପଣଙ୍କ ଜାତକରେ ଗ୍ରହଙ୍କ ଦୁର୍ବଳ ଅଛି ବା ଆପଣ କୌଣସି କାମରେ ସଫଳତା ପାଇ ପାରୁନାହାଁନ୍ତି ତେବେ ଏକ କଳା ଗାଈକୁ ପୂଜା କରନ୍ତୁ । ଏହି ଉପାୟ କରିବା ଦ୍ବାରା ଗ୍ରହମାନଙ୍କ ଖରାପ ପ୍ରଭାବ ଦୂର ହେବା ସହ ଶତ୍ରୁମାନେ ପରାଜିତ ହୋଇଥାଆନ୍ତି।


Disclaimer: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।


Also Read: Janmashtami 2023: ଚଳିତ ବର୍ଷ ଜନ୍ମାଷ୍ଟମୀରେ ପାଳିତ ହେବ ଶ୍ରୀକୃଷ୍ଣଙ୍କ ଏତିକି ତମ ଜନ୍ମୋତ୍ସବ, ଜାଣନ୍ତୁ ପୂଜା ବିଧି ଓ ସମୟ


Also Read: ଜିଓକୁ ୭ ବର୍ଷ, ଗ୍ରାହକଙ୍କୁ କମ୍ପାନୀର ଉପହାର, ୩ଟି ଲୋକପ୍ରିୟ ପ୍ଲାନରେ ଅଧିକ ଡାଟା ଓ ସ୍ୱତନ୍ତ୍ର ଭାଉଚର୍


Also Read: Aarogya Maitri Cube Hospital: ମାତ୍ର ୮ ମିନିଟ ମଧ୍ୟରେ ପ୍ରସ୍ତୁତ ହୋଇଗଲା ଜରୁରୀକାଳୀନ ଡାକ୍ତରଖାନା, ଜାଣନ୍ତୁ ଏହାର ବିଶେଷତ୍ୱ