Morocco Earthquake Latest Update: ଆଫ୍ରିକୀୟ ଦେଶ ମରୋକ୍କୋରେ ଅନୁଭୂତ ହୋଇଥିବା ଭୂକମ୍ପ ଧ୍ୱଂସର ତାଣ୍ଡବ ଲୀଳା ରଚିଛି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ମରୋକ୍କୋ ସରକାର ନିଶ୍ଚିତ କରିଛନ୍ତି। ଶହ ଶହ ଲୋକ ଏବେ ଧ୍ୱଂସ ସ୍ତୁପ ତଳେ ପୋତି ହୋଇଯିବାର ଭୟ ରହିଛି। ଏହି ବିନାଶକାରୀ ଭୂକମ୍ପରେ ହଜାର ହଜାର ଲୋକ ଆହତ ହୋଇଛନ୍ତି। ଯେଉଁଠାରେ ଭୂକମ୍ପ ଅନୁଭୂତ ହୋଇଥିଲା ​​ସେହି ଅଞ୍ଚଳର ଏକ ବଡ଼ ଅଂଶରେ ନିର୍ମିତ ପ୍ରତ୍ୟେକ କୋଠା ଘରଲ ତାସ ମୁଠା ଭୁଷୁଡି ପଡିଥିଲା। ସମଗ୍ର ଦେଶ ଶୋକ ଲହରୀରେ ବୁଡ଼ି ରହିଛି। ଲୋକେ ନିଜ ପ୍ରିୟଜନଙ୍କୁ ଖୋଜିବାରେ ଲାଗିଛନ୍ତି। ମୃତ୍ୟୁର ତାଣ୍ଡବ ମଧ୍ୟରେ ଜୀବନ ଖୋଜା ଚାଲିଥିବାବେଳେ ଏମରଜେନ୍ସି ଟିମ୍ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି।


COMMERCIAL BREAK
SCROLL TO CONTINUE READING

୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା
ପ୍ରାୟ ୬୦ ବର୍ଷ ପରେ ମରୋକ୍କୋରେ ଅନୁଭୂତ ହୋଇଥିବା ସବୁଠାରୁ ଶକ୍ତିଶାଳୀ ଭୂକମ୍ପ (Morocco Earthquake 2023) ସମଗ୍ର ଦେଶକୁ ଥରାଇ ଦେଇଛି। ଭୂମିକମ୍ପ କାରଣରୁ ବହୁ ସଂଖ୍ୟକ ଅଟ୍ଟାଳିକା ନଷ୍ଟ ହୋଇଯାଇଥିଲା। ଧ୍ୱଂସ୍ତ ସ୍ତୁପ ତଳେ ଫସି ରହିଥିବା ଲୋକଙ୍କୁ ଖୋଜିବା ପାଇଁ ସେନା ନିୟୋଜିତ (Moroccan Armed Force Rescue Operation) କରାଯାଇଛି। ସ୍ଥାନୀୟ ପ୍ରଶାସନ ବୁଲେଟିନ୍ ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ମରୋକ୍କୋ ଠାରେ ଅନୁଭୂତ ହୋଇଥିବା ବଡ଼ ଧରଣର ଭୂକମ୍ପ ପରେ ଏ ପର୍ଯ୍ୟନ୍ତ ପ୍ରାୟ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୬.୮ ତୀବ୍ରତା ବିଶିଷ୍ଟ ଭୂମିକମ୍ପରେ ହଜାର ହଜାର ଲୋକ କ୍ଷତିଗ୍ରସ୍ତ ହେବା ସହ ବେଘର ହୋଇଯାଇଛନ୍ତି। ସମଗ୍ର ଦେଶରେ ଅନୁଭୂତ ହୋଇଥିବା ଭୂକମ୍ପ କାରଣରୁ ହୋଇଥିବା ବିନାଶ ହେତୁ ମରୋକ୍କୋ ସରକାର ଦେଶରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।


ସର୍ଜିକାଲ ଫିଲ୍ଡ ହସ୍ପିଟାଲ ନିର୍ମାଣ ପାଇଁ ଆଦେଶ 
ମରୋକ୍କୋ ସୈନ୍ୟବାହିନୀ ପକ୍ଷରୁ ଜାରି ହୋଇଥିବା ବିବୃତ୍ତି ଅନୁଯାୟୀ, କିଙ୍ଗ ମହମ୍ମଦ ଷଷ୍ଠ (Morocco King Mohammed VI) ଦେଶର ସଶସ୍ତ୍ର ବାହିନୀକୁ ଧ୍ୱଂସ ସ୍ତୁପ ତଳେ ପୋତି ହୋଇଥିବା ଜୀବନ ରକ୍ଷା କରିବା ପାଇଁ ସର୍ଜିକାଲ ଫିଲ୍ଡ ହସ୍ପିଟାଲ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମରୋକ୍କୋ ହାଇ ଆଟଲାସ୍ ପର୍ବତରେ (Morocco High Atlas Mountains) ହୋଇଥିବା ଭୂକମ୍ପରେ ନିକଟସ୍ଥ ମରାକେଶ ସହରର ଐତିହାସିକ ଅଟ୍ଟାଳିକା (Marrakesh Ancient Structures Morocco) ନଷ୍ଟ ହୋଇଯାଇଥିଲା। ଏହି ବିପର୍ଯ୍ୟୟ ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳ (World Heritage Site of Morocco) ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।


କବରସ୍ଥାନରେ ପରିଣତ ହୋଇଗଲା ଭୂକମ୍ପ ପ୍ରଭାବିତ ଅଞ୍ଚଳ
ମରୋକ୍କୋରେ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପ କାରଣରୁ ଅଧିକାଂଶ ମୃତ୍ୟୁ ଦକ୍ଷିଣ ଭାଗରେ ଅବସ୍ଥିତ ଅଲ-ହୌଜ ଏବଂ ତୌରୌଦନ୍ତ ପ୍ରଦେଶରେ ହୋଇଥିଲା। ଭୂକମ୍ପ କେନ୍ଦ୍ର (Seismic Epicenter of Morocco) ନିକଟରେ ଥିବା ତାଫେଘାଟେ ସ୍ଥିତ ପାହାଡିଆ ଗ୍ରାମର ପ୍ରାୟ କୌଣସି ଅଟ୍ଟାଳିକା ଛିଡା ହୋଇ ରହିନାହିଁ।


ପ୍ରିୟଜନଙ୍କୁ ଖୋଜୁଛନ୍ତି ଲୋକେ 
ଡାକ୍ତର ଏବଂ ନର୍ସିଂ କର୍ମଚାରୀ ଦିନ ରାତି ମରାକେଶ ଡାକ୍ତରଖାନାରେ କାର୍ଯ୍ୟ କରୁଛନ୍ତି। ଅନେକ ଲୋକ ଏପର୍ଯ୍ୟନ୍ତ ନିଜ ଘରକୁ ଯାଇ ନାହାଁନ୍ତି। ଲୋକଙ୍କୁ ଆହତଙ୍କ ଜୀବନ ବଞ୍ଚାଇବା ପାଇଁ ରକ୍ତ ଦାନ କରିବାକୁ କୁହାଯାଇଛି। ମରୋକ୍କୋ ସରକାରୀ ନ୍ୟୁଜ୍ ଚ୍ୟାନେଲ ସମଗ୍ର ଘଟଣାକ୍ରମ ଖବର ପ୍ରସାରଣ କରିଛି। ଲୋକେ ଧ୍ୱଂସସ୍ତୁପ ତଳେ ନିଜ ସମ୍ପର୍କୀୟଙ୍କୁ ଖୋଜୁଛନ୍ତି। ଲୋକେ ନିଜ ଘରକୁ ଫେରିବାକୁ ଭୟ କରୁଛନ୍ତି। ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ପ୍ରସିଦ୍ଧ କୌତୌବିଆ ମସଜିଦ ଭୂକମ୍ପ (Kutubiyya Mosque Morocco) କାରଣରୁ ନଷ୍ଟ ହୋଇଯାଇଛି। ଏହାର ୬୯ ମିଟର ମୀନାର ମରାକେଶ ଛାତ (Marrakesh Roof Morocco) ଭାବରେ ଜଣାଶୁଣା। ପୁରୁଣା ସହରକୁ ଘେରି ରହିଥିବା ପ୍ରସିଦ୍ଧ ରେଡ୍ ୱାଲ୍ (Marrakesh Old City Red Wall) ମଧ୍ୟ ଭୂକମ୍ପ କାରଣରୁ କ୍ଷତିଗ୍ରସ୍ତ ହୋଇଛି।