10 crores Animal Killed: ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ୱ ପଶୁ କଲ୍ୟାଣ ଦିବସ। ଏହି ଦିନର ଉଦ୍ଦେଶ୍ୟ ହେଉଛି ବିଶ୍ୱରେ ପଶୁ ସୁରକ୍ଷା ବିଷୟରେ ଆଲୋଚନା କରିବା, ଯଦି କୌଣସି ପ୍ରଜାତି ବିପଦରେ ଅଛନ୍ତି ତେବେ ଏହାକୁ ରକ୍ଷା କରିବାକୁ ହେବ। ଯଦି କୌଣସି ପ୍ରାଣୀକୁ ହତ୍ୟା କରିଦିଆଯାଉଛି ତ ପୁଣି କେତେବେଳେ ନିର୍ଯାତନା ଦିଆଯାଉଛି, ତେବେ ସେଭଳି ସ୍ଥିତିରୁ ଉକ୍ତ ପଶୁଙ୍କୁ ସୁରକ୍ଷା ଦେବାକୁ ହେବ। ତେବେ ଏହି ପଶୁ ହତ୍ୟାକୁ ନେଇ ଏକ ଚାଞ୍ଚଲ୍ୟ କର ତଥ୍ୟ ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ବେଶ ଚକିତ କରି ପକାଇବ। 


COMMERCIAL BREAK
SCROLL TO CONTINUE READING

ମଣିଷମାନଙ୍କ ପାଇଁ ନିର୍ମିତ ଔଷଧ ଗବେଷଣା ନାମରେ ପ୍ରତିବର୍ଷ ଲକ୍ଷ ଲକ୍ଷ ପଶୁଙ୍କୁ ହତ୍ୟା କିମ୍ବା ପୋଡି ଦିଆଯାଉଛି। କୌତୁହଳର ବିଷୟ ଏହି କି ଯେ ପରୀକ୍ଷଣରେ ପଶୁମାନଙ୍କୁ ହତ୍ୟା କରିବା ପାଇଁ ଏହି କ୍ଷେତ୍ରରେ ପଶୁ କଲ୍ୟାଣ ଆଇନକୁ ସରଳ କରାଯାଇଛି। ଅର୍ଥାତ୍ ଯଦି ଗବେଷଣା ନାମରେ ପଶୁମାନଙ୍କୁ ହତ୍ୟା କରାଯାଏ, ତେବେ କୌଣସି ପଦକ୍ଷେପ ନିଆଯାଇପାରିବ ନାହିଁ। ଆସନ୍ତୁ କଣ ଏହି ସବୁ ନିୟମ ରହିଛି ସରଳରେ ବୁଝିବା। 


ମିଳିଥିବା ଏକ ସୂଚନା ମୁତାବକ ଆମେରିକୀୟ ଲାବୋରେଟୋରୀରେ ଗବେଷଣା ନାମରେ ପ୍ରତିବର୍ଷ ୧୦ କୋଟିରୁ ଅଧିକ ପଶୁଙ୍କୁ ହତ୍ୟା ତଥା ଜଳାଇ ଦିଆଯାଏ। ଏପରିକି ସେମାନଙ୍କ ଅଙ୍ଗପ୍ରତ୍ୟେଙ୍ଗ କାଟି ଦିଆଯାଏ ଅଥବା ସେମାନଙ୍କୁ ବିଷ ଦେଇ ହତ୍ୟା କରିଦିଆଯାଏ। ସେହିପରି ଗବେଷଣା ସମୟରେ ଓଷଧ ଗୁଡ଼ି ପଶୁମାନଙ୍କ ଉପରେ ଅନୁଧ୍ୟାନ କରାଯାଇଥାଏ ଯାହା ୯୨ ପ୍ରତିଶତ ସଫଳ ହୋଇଥାଏ। କିନ୍ତୁ ମଣିଷ ଉପରେ ଏହା ବିଫଳ ହୋଇଥାଏ। ମୂଷା, ପକ୍ଷୀ, ସରୀସୃପ ଏବଂ ଜୀବଜନ୍ତୁ ବ୍ୟବହାର କରୁଥିବା ଲାବୋରେଟୋରୀଗୁଡିକ ପ୍ରାଣୀ କଲ୍ୟାଣ ଆଇନ (AWA) ଅନୁଯାୟୀ ସର୍ବନିମ୍ନ ସଂରକ୍ଷଣରୁ ବଞ୍ଚିତ ହେଉଥିବା ଜଣାପଡ଼ିଛି। 


ଯୁକ୍ତରାଷ୍ଟ୍ରର ଲାବୋରେଟୋରୀରେ ବ୍ୟବହୃତ ୯୦ ପ୍ରତିଶତ ପ୍ରାଣୀ ପରୀକ୍ଷଣ ପଶୁଙ୍କ ପାଇଁ ସରକାରୀ ପରିସଂଖ୍ୟାନରେ ଗଣନା କରାଯାଏ ନାହିଁ । ୟୁରୋପର, ଇସ୍ରାଏଲ୍ ଏବଂ ଭାରତ, ବିଶ୍ୱର ସର୍ବ ବୃହତ ପ୍ରସାଧନ ବଜାର, ପ୍ରସାଧନ ସାମଗ୍ରୀ ପାଇଁ ପଶୁ ପରୀକ୍ଷା ଏବଂ ନୂତନ ପଶୁ ପରୀକ୍ଷିତ ସୌନ୍ଦର୍ଯ୍ୟ ଦ୍ରବ୍ୟ ବିକ୍ରୟ କିମ୍ବା ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇ ସାରିଛି।


ସେହିପରି ରିଜର୍ଭ ପଶୁମାନଙ୍କୁ AWA ଅଧୀନରେ ଅତ୍ୟାଚାର ଏବଂ ନିର୍ଯାତନା ଦିଆଯାଇପାରେ। ଏଥିରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ହ୍ୟୁମାନ ସୋସାଇଟି ଅନୁଯାୟୀ କୀଟନାଶକ ପଞ୍ଜିକରଣ ପାଇଁ ୫୦ରୁ ଅଧିକ ପରୀକ୍ଷଣ ଆବଶ୍ୟକ ରହିଛି। ଏଥିପାଇଁ ପ୍ରାୟ ୧୨ ହଜାର ପଶୁ ବ୍ୟବହାର କରାଯାଏ।


କେତେକ ପରୀକ୍ଷଣରେ ପଶୁକୁ ୨ ବର୍ଷ ପାଇଁ ପ୍ରତିଦିନ ଏକ ପଦାର୍ଥ ଦିଆଯାଏ। ଅନ୍ୟ କେତେକ ପରୀକ୍ଷଣରେ ଗର୍ଭବତୀ ପ୍ରାଣୀମାନଙ୍କୁ ହତ୍ୟା କରିବା ଏବଂ ସେମାନଙ୍କର ଭ୍ରୁଣ ପରୀକ୍ଷା କରିବା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ।  ବିକଳ୍ପ ପରୀକ୍ଷଣ ପାଇଁ 3R (Reduce, Refuse, Recycle) ବ୍ୟବହାର କରାଯାଇଥାଏ। ତେବେ ଏଭଳି ପରୀକ୍ଷା ପାଇଁ ପଶୁଙ୍କ ସଂଖ୍ୟା କମ କରାଯାଇଥାଏ ନା ପଶୁମାନଙ୍କୁ ଯନ୍ତ୍ରଣା ଦେବା ସଂଖ୍ୟା କମ ହୋଇଥାଏ। ସାଧାରଣତଃ ମୂଷା, ଠେକୁଆ ଏବଂ ଘୁଷୁରୀ ଉପରେ ପରୀକ୍ଷଣ କରାଯାଇଥାଏ। ବିଶେଷ କରି କସମେଟିକ ପଦାର୍ଥ ପ୍ରସ୍ତୁତ କରାଯିବା ପାଇଁ ଏହି ପରୀକ୍ଷଣ କରାଯାଇଥାଏ। ବିଶେଷ କରି ଚର୍ମ ଉପରେ ଏହି କସମେଟିକ କ୍ରିମ ଗୁଡ଼ିକ ଉପରେ ଲଗାଯାଇଥାଏ। ବିନା କୌଣସି ପେନ କିଲର ଦିଆ ନଯାଇ ଏହାକୁ ଲଗାଯାଇଥାଏ।


ଅଧିକ ପଢନ୍ତୁ: Nobel Prize: ପଦାର୍ଥ ବିଜ୍ଞାନ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର, ଏହି ବୈଜ୍ଞାନିକଙ୍କୁ କରାଯିବ ସମ୍ମାନିତ