Mutual Fund SIP vs Stock SIP: ରୋଜଗାର କରିବା ସହିତ ଅନେକ ଲୋକ ନିଜର ଭବିଷ୍ୟତ ପାଇଁ ଅର୍ଥ ସଂଚୟ (Accumulation of money) କରିବାକୁ ଚାହାନ୍ତି । କିଛି ବ୍ୟକ୍ତି ଏଜେଣ୍ଟଙ୍କ ସହାୟତା ନେଇ ବିନିଯୋଗ ସମ୍ପର୍କିତ ତଥ୍ୟ ହାସଲ କରୁଥିବା ସମୟରେ ବର୍ତ୍ତମାନ ଅନେକ ବ୍ୟକ୍ତି ଅନଲାଇନରେ ବିନିଯୋଗ ସମ୍ପର୍କରେ ରିସର୍ଚ୍ଚ କରିଥାନ୍ତି । ନିଜର ପସନ୍ଦ ଓ ସୁରକ୍ଷା ଉପରେ ଧ୍ୟାନ ଦେଇ ଲୋକମାନେ ଟଙ୍କା ବିନିଯୋଗ କରୁଛନ୍ତି । ବିଷେଷ କରି ଯେଉଁମାନେ ଟଙ୍କା ସଞ୍ଚୟ ଏବଂ ବିନିଯୋଗ ଖବର ଉପରେ ନଜର ରଖନ୍ତି ସେମାନେ ନିଶ୍ଚିତ ଭାବରେ ପୂର୍ବରୁ SIP ବିଷୟରେ ଅବଗତ ଥିବେ । SIP ର ଅର୍ଥ ହେଉଛି ବ୍ୟବସ୍ଥିତ ବିନିଯୋଗ ଯୋଜନା (Investment plan)। ଏଥିରେ ଆପଣ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ କିଛି ପରିମାଣ ଟଙ୍କା ଜମା କରି ରଖନ୍ତି । ଏହି ଟଙ୍କା ସଂଗ୍ରହ ଜାରି ରଖିବା ସହିତ ଆପଣ ଆପଣଙ୍କ ଟଙ୍କା ଉପରେ ଭଲ ରିଟର୍ନ ପାଇବାକୁ ଲାଗନ୍ତି । ବର୍ଷକୁ ବର୍ଷ ଯୌଗିକ ଆକାରରେ ଆପଣଙ୍କ ଛୋଟ ବିନିଯୋଗ ବହୁତ ବଡ ହୋଇଯାଇଥାଏ । ଏହା ହେଉଛି SIP ର ମୌଳିକ ଗଠନ । ସାଧାରଣତଃ ଲୋକମାନେ କେବଳ ମ୍ୟୁଚୁଆଲ୍ ଫଣ୍ଡ୍ SIP ବିଷୟରେ ଖୁବ କମ ଆଲୋଚନା କରିଥାନ୍ତି । ଆଜି ଆମେ ଆପଣଙ୍କୁ ଷ୍ଟକ୍ SIP ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଯାଉଛୁ । ଏହି ଦୁଇ ପ୍ରକାରର SIP ମଧ୍ୟରେ ପାର୍ଥକ୍ୟ କ’ଣ ରହିଛି? କେଉଁ SIP ଅଧିକ ଲାଭଦାୟକ ? କେଉଁଥିରେ ବିନିଯୋଗ କରିବା ଦ୍ୱାରା ବିପଦ କମ୍? ଏହି ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଜି ଜାଣିବା


COMMERCIAL BREAK
SCROLL TO CONTINUE READING

ମ୍ୟୁଚୁଆଲ୍ ଫଣ୍ଡ୍ SIP
ଅନେକ ବ୍ୟକ୍ତି ଟଙ୍କା ସଂଚୟ ପାଇଁ ନିୟମିତ ବ୍ୟବଧାନରେ ଏକ ମ୍ୟୁଚୁଆଲ୍ ଫଣ୍ଡରେ ଅର୍ଥ ଜମା କରନ୍ତି । ଏଠାରୁ ମଧ୍ୟ ଉକ୍ତ ଟଙ୍କା ଶେଷରେ ଷ୍ଟକ୍ ଭିତରକୁ ଯାଇଥାଏ । ଯଦି ଆପଣ ଚାହାଁନ୍ତି ତେବେ ଆପଣ ନିଜ ପସନ୍ଦ ଅନୁଯାୟୀ ଆପଣଙ୍କର ପୋର୍ଟଫୋଲିଓକୁ ବିବିଧ କରିପାରିବେ । ଏଥିସହ କେଉଁ ସେକ୍ଟରର ଷ୍ଟକ୍ ଅଧିକ ଅର୍ଥ ବିନିଯୋଗ କରିବ ତାହା ବାଛିପାରିବେ । ଆପଣ ଏକାଧିକ ଷ୍ଟକରେ ବିନିଯୋଗ କରିବା ଦ୍ୱାରା ଯଦି ଗୋଟିଏ ଷ୍ଟକ୍ ଦୁର୍ବଳ ହେଉଛି ତେବେ ଅନ୍ୟ ଷ୍ଟକ୍ ଏହା ପାଇଁ କ୍ଷତିପୂରଣ ଦେବ । ମ୍ୟୁଚୁଆଲ୍ ଫଣ୍ଡ୍ ବୃତ୍ତିଗତ ପାଣ୍ଠି ପରିଚାଳକମାନଙ୍କ ଦ୍ୱାରା ପରିଚାଳିତ । ତେଣୁ ଏଠାରେ ମଧ୍ୟ ଏକ ସୁରକ୍ଷା କଥା ରହିଛି ।


ଷ୍ଟକ୍ SIP 
ଷ୍ଟକ ଏସଆଇପିରେ ଆପଣଙ୍କୁ ନିୟମିତ ବ୍ୟବଧାନରେ ଯେକୌଣସି ଅଂଶରେ ଟଙ୍କା ବିନିଯୋଗ କରିବାକୁ ପଡିବ । ଯେତେବେଳେ ସେୟାର ମୂଲ୍ୟ କୌଣସି କାରଣରୁ କମିଯାଏ ଆପଣ ଏହାକୁ ଅଧିକ ପରିମାଣରେ କିଣନ୍ତି । ଯାହା ଦ୍ୱାରା ଆପଣ ହାରାହାରି ମୂଲ୍ୟର ଲାଭ ଉଠାଇ ପାରିବେ । କିନ୍ତୁ ଯଦି କୌଣସି କାରଣରୁ ମାର୍କେଟ କ୍ରାସ୍ ହୋଇଯାଏ ତେବେ ଷ୍ଟକ୍ SIP ଗୁଡ଼ିକ ଉପରେ ଅନେକ ମାତ୍ରାରେତ ପ୍ରଭାବ ପଡିଥାଏ ।


କେଉଁଟି ଭଲ?
ଯଦି ଆପଣ ବିପଦ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ମନେରଖନ୍ତୁ ଯେ, ଷ୍ଟକ୍ SIP ରେ ଅଧିକ ବିପଦ ରହିଛି । ମ୍ୟୁଚୁଆଲ୍ ଫଣ୍ଡ୍ SIP ରେ ବିପଦ ଥିଲେ ମଧ୍ୟ ଏହାର ଅଧିକ ପ୍ରଭାବିତ ହୁଏ ନାହିଁ । କିନ୍ତୁ ରିଟର୍ଣ୍ଣ ଦୃଷ୍ଟିରୁ ଷ୍ଟକ୍ SIP ଅଧିକ ଲାଭଦାୟକ । ଯଦି ବଜାର ଭଲ ଚାଲିଛି ତେବେ ଷ୍ଟକ୍ SIP ଆପଣଙ୍କୁ ମ୍ୟୁଚୁଆଲ୍ ଫଣ୍ଡ୍ SIP ଅପେକ୍ଷା ବହୁତ ଅଧିକ ରିଟର୍ଣ୍ଣ ଦେଇଥାଏ ।


Also Read- High Speed Train: ରେଳମନ୍ତ୍ରୀଙ୍କ ବଡ଼ ଘୋଷଣା, ଆସନ୍ତା ମାସରେ ଚାଲିବ ହାଇ ସ୍ପିଡ୍ ଟ୍ରେନ୍


Also Read- Success Story: ୩୫ କମ୍ପାନୀରୁ ରିଜେକ୍ଟ, ୧୦ ହଜାରରେ କ୍ୟାରିଅର ଆରମ୍ଭ କିନ୍ତୁ ବନିଗଲେ କୋଟିପତି