Success Story: ୩୫ କମ୍ପାନୀରୁ ରିଜେକ୍ଟ, ୧୦ ହଜାରରେ କ୍ୟାରିଅର ଆରମ୍ଭ କିନ୍ତୁ ବନିଗଲେ କୋଟିପତି
Advertisement
Article Detail0/zeeodisha/odisha1883493

Success Story: ୩୫ କମ୍ପାନୀରୁ ରିଜେକ୍ଟ, ୧୦ ହଜାରରେ କ୍ୟାରିଅର ଆରମ୍ଭ କିନ୍ତୁ ବନିଗଲେ କୋଟିପତି

Success Story: ସରକାରୀ ବିଦ୍ୟାଳୟରେ ପଢ଼ିଥିବା ଏହି ବ୍ୟକ୍ତି ତାଙ୍କ ସଫଳତାର କାହାଣୀ କହିଛନ୍ତି। କଲେଜ ଫି ଦେବାକୁ ମା'ଙ୍କ ଅଳଙ୍କାର ବନ୍ଧକ ରଖିବାକୁ ପଡିଥିଲା । ୧୦ ହଜାର ଟଙ୍କାରୁ ଆରମ୍ଭ କରିଥିଲେ ଚାକିରୀ । କିନ୍ତୁ ଆଜି ତାଙ୍କ ଭାଗ୍ୟ ସଂପୂର୍ଣ୍ଣ ରୂପେ ବଦଳି ଯାଇଛି ।

Success Story: ୩୫ କମ୍ପାନୀରୁ ରିଜେକ୍ଟ, ୧୦ ହଜାରରେ କ୍ୟାରିଅର ଆରମ୍ଭ କିନ୍ତୁ ବନିଗଲେ କୋଟିପତି

Success Story: କୁହାଯାଏ ଯେ ଯେଉଁମାନେ କଠିନ ପରିଶ୍ରମ (Hard Work)ରେ ବିଶ୍ୱାସ କରନ୍ତି ସେମାନେ ଭାଗ୍ୟ ଉପରେ ନିର୍ଭର କରନ୍ତି ନାହିଁ । ଏହି ବ୍ୟକ୍ତି ମଧ୍ୟ ଏହାକୁ ପ୍ରମାଣ କରିଛନ୍ତି । ତାଙ୍କୁ ତାଙ୍କ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା । ସେ ଉତ୍ତରପ୍ରଦେଶର ଏକ ଛୋଟ ସହରର । ସରକାରୀ ବିଦ୍ୟାଳୟରୁ ଅଧ୍ୟୟନ କରିଥିଲେ ।  ଇଂରାଜୀ କିପରି କହିବେ ଜାଣି ନଥିଲେ । ଘରେ ଟଙ୍କା ଅଭାବ ଦେଖାଦେଇଥିଲା। ଏହି ବ୍ୟକ୍ତି କହିଛନ୍ତି, ପିଲାଦିନେ, "ମୁଁ ଅଧ୍ୟୟନରେ ମଧ୍ୟ ଆଗ୍ରହୀ ନଥିଲି। ଯେତେବେଳେ ମୁଁ ମୋର କାମ ଆରମ୍ଭ କଲି, ମୁଁ ମାସକୁ ମାତ୍ର ୧୦,୦୦୦ ଟଙ୍କା ପାଉଥିଲି । କମ୍ପାନୀଗୁଡିକ ଦ୍ୱାରା ୩୫ ଥର ରିଜେକ୍ଟ ମଧ୍ୟ ହୋଇଥିଲି। କିନ୍ତୁ ସେ ଯାହା କରିଥିଲେ ତାହା ଆଜି ବିଶ୍ୱ ପାଇଁ ଏକ ବଡ଼ ଶିକ୍ଷା । 

ତାଙ୍କ ନାମ ମନୁ ଅଗ୍ରୱାଲ । ତାଙ୍କର କଠିନ ପରିଶ୍ରମ ଆଧାରରେ, ସେ ବହୁତ ଭଲ ପ୍ୟାକେଜରେ ଚାକିରି (Job in good package) ପାଇଲେ । ତାଙ୍କର ପ୍ୟାକେଜ୍ ୧.୯ କୋଟି ଟଙ୍କା ଥିଲା। କିନ୍ତୁ ଏହି ଯାତ୍ରା ଏତେ ସହଜ ନଥିଲା। ସେ ଏକ ମିଡିଆ ପ୍ଲାଟଫର୍ମରେ ତାଙ୍କ କାହାଣୀ ବର୍ଣ୍ଣନା କରିଛନ୍ତି ।  ସେ ବିଶ୍ୱାସ କରନ୍ତି ଯେ, ଜଣେ ବ୍ୟକ୍ତି ଚାକିରି ମାଧ୍ୟମରେ ମଧ୍ୟ ଧନୀ ହୋଇପାରିବ । ସେ ସଫଳ ହେବା ପାଇଁ ଯେଉଁ ମାନେ ଟ୍ରିକ୍ ର ବ୍ୟବହାର କରୁଥିଲେ ତାହା ହେଉଛି, କେବଳ ଆଗକୁ ବଢ଼ିବା । ଗୋଟିଏ ସ୍ଥାନରେ ସଫଳତା ପାଇବା ପରେ ସେଠାରେ ଅଟକି ରୁହନ୍ତୁ ନାହିଁ, ବରଂ ପାହାଚ ଉପରକୁ ମଧ୍ୟ ଚଢ଼ନ୍ତୁ । ନିଜ କାହାଣୀ ଆରମ୍ଭ କରି ମନୁ କହିଥିଲେ ଯେ ସେ ସ୍କୁଲ ସମୟରେ ପଢ଼ିବାରେ ମନ ଲାଗୁନଥିଲା । ଦଶମ ଶ୍ରେଣୀରେ ମାତ୍ର ୬୦ ପ୍ରତିଶତ ମାର୍କ ପାଇଥିଲେ । ଝାନ୍ସିର ଏକ କଲେଜରୁ ବିସିଏ (BCA) କରୁଥିଲେ, ଯେଉଁ ଫି ପାଇଁ ତାଙ୍କ ପିତା ତାଙ୍କ ମା'ଙ୍କ ଅଳଙ୍କାର ବନ୍ଧକ ଦେଇ ଦେଇଥିଲେ। ଏହି ଇଣ୍ଟର୍ନସିପରେ ତାଙ୍କର ସମୟ ସକାଳ ୯ ଟାରୁ ୬ ଟା ପର୍ଯ୍ୟନ୍ତ ଥିଲା । ମାତ୍ର  ଅଧିକ ବେତନ ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ରହିବାକୁ ସେ ରାତି ୧ ଟା ପର୍ଯ୍ୟନ୍ତ କାମ କରୁଥିଲେ। ତାଙ୍କର କଠିନ ପରିଶ୍ରମ କାରଣରୁ ସେ ମାଇକ୍ରୋସଫ୍ଟରୁ ଏକ ଫୁଲ୍ ଟାଇମ୍ ଅଫର୍ (Full time offer) ପାଇଲେ । ସାକ୍ଷାତକାରର ସମସ୍ତ ରାଉଣ୍ଡ ପାସ୍ କଲେ ।

ମନୁ ଆମେରିକାରେ ଦୁଇ ବର୍ଷ ରହିଲେ। ଏହି ସମୟ ମଧ୍ୟରେ ସେ ଇଂରାଜୀ କହିବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କିନ୍ତୁ ସେ ଏହା ଉପରେ କାମ କରିଥିଲେ ।  ଏଠାରେ ସେ ତିନୋଟି ପଦୋନ୍ନତି (Promotion) ପାଇଲେ । ତାଙ୍କର ବାର୍ଷିକ ପ୍ୟାକେଜ୍ ୧.୨ କୋଟି ଟଙ୍କା, ୧.୫ କୋଟି ଟଙ୍କା ଏବଂ ପରେ ୧.୯ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ମନୁ ପରେ ଗୁଗୁଲ (Google)ରେ ମଧ୍ୟ କାମ କଲେ। ଆଜି ତାଙ୍କର ସଫଳତାର କାହାଣୀ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ପ୍ରେରଣା ପାଲଟିଛି ।

Also Read- କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର: ସୋସିଆଲ ମିଡିଆରେ ମିଛ ଖବର

Also Read- Success Story: ଜିମ୍ ଟ୍ରେନର ବନିଲେ କୋଟିପତି, ଜାଣନ୍ତୁ ଏହି ସହଜ ଟିପ୍ସ