Naba Das Murder Case: ଏବେବି ରହସ୍ୟ ଘେରରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟା (Naba Das Murder Case) ମାମଲା। ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ବଡ଼ ଝଟକା ଲାଗିଛି । ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ ଲାଗି  କରାଯାଇଥିବା ଆବେଦନ କୋର୍ଟରେ ରଦ୍ଧ ହୋଇଛି ।  ଆଜି ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରାଜଜ (Court) ଏହି ମାମଲା ପୂର୍ବରୁ ସଂରକ୍ଷିତ ରାୟର ଶୁଣାଣୀ କରିଥିଲେ।  ତିନି ସପ୍ତାହ ପାଇଁ ବେଙ୍ଗାଲୁରୁ ନେଇ ସେଠାରେ ମାନସିକ ସ୍ଥିତି (Mental Health Examination)ଯାଞ୍ଚ କରିବାକୁ ତଦନ୍ତକାରୀ ସଂସ୍ଥା କୋର୍ଟରେ ଆବଦେନ କରିଥିଲେ। 


COMMERCIAL BREAK
SCROLL TO CONTINUE READING


ଗତ ୧ ତାରିଖରେ  କୋର୍ଟ ଏହି ଆବେଦନର ଶୁଣାଣୀ କରି ରାୟ ସଂରକ୍ଷିତ ରଖିଥିଲେ।  ଆଜି କୋର୍ଟ,ରାୟ ସମ୍ପର୍କରେ ରିମାଣ୍ତ ଓକିଲ ହରି ଶଙ୍କର ଅଗ୍ରଓ୍ବାଲ ଗଣମାଧ୍ୟମକୁ ସୂଚନା ଦେଇଥିଲେ।  ସୂଚନା ଅନୁସାରେ, ମନ୍ତ୍ରୀ ନବଦାସ, ହତ୍ୟାକାଣ୍ତର ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ବାସ୍ଥ୍ୟ ପରୀକ୍ଷା (Mental Health Examination) ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଝାରସୁଗୁଡା ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ଆବେଦନ କରଯାଇଥିଲା। ପୂର୍ବରୁ ଜେଏମଏଫସିଙ୍କ ଅଦାଲତରେ ଆବେଦନ କରାଯାଇଥିବା ବେଳେ ତାହା ଅଗ୍ରାହ୍ୟ ହୋଇଥିଲା


Also Read :  Vivah Muhurat 2023: ହୋଲି ପରେ ଆରମ୍ଭ ହେବ ବିବାହ ସିଜିନ୍, ଜାଣନ୍ତୁ କେବେଠାରୁ ପଡୁଛି ଶୁଭ ମୁହୂର୍ତ୍ତ ?


Also Read :   VSSUT student Death Case: 'ଭିସୁଟ୍‌ ଛାତ୍ରୀଙ୍କ ମୃତ୍ୟୁରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପୁଅର ହାତ ରହିଛି '


ସୂଚନା ଯୋଗ୍ୟ ଯେ, ଝାରସୁଗୁଡା ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିବା ବେଳେ ମନ୍ତ୍ରୀ ନବଦାସଙ୍କୁ ଚଳିତ ବର୍ଷ ଜାନୁଆରୀ ୨୯ରେ ଗୁଳିମାଡ କରିଥିଲା ଗୋପାଳ । ଘଟଣାସ୍ଥଳରେ ୫ ରାଉଣ୍ଡ ଗୁଳି ଚାଳନା ହୋଇଥିଲେ ବି ମନ୍ତ୍ରୀଙ୍କ ଦେହରେ ଗୋଟିଏ ରାଉଣ୍ଡ ଗୁଳି ବାଜିଥିଲା। ଆଉ ଏହି ଗୁଳି ସିଧା ଛାତିରେ ବାଜିଥିବା ବେଳେ ରକ୍ତଜୁଡୁ ବୁଡୁ ଅବସ୍ଥାରେ ମନ୍ତ୍ରୀଙ୍କୁ(Minister Naba Das) ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରକୁ ଏୟାର ଲିଫ୍ଟ କରାଯାଇ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା।  ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଗୋପାଳକୁ ଗିରଫ କରାଯାଇଥିଲା। ପରେ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର । 


ଝାରସୁଗୁଡ଼ା ଏସଡିଜେଏମ୍‌ କୋର୍ଟଙ୍କ ଅନୁମତି ପରେ ସ୍ଥାନୀୟ ସବ୍‌ଜେଲରୁ ଗୋପାଳକୁ ସ୍ଥାନାନ୍ତର କରାଯାଇଥିଲା। ଗୋପାଳକୁ ଏକ ସ୍ବତନ୍ତ୍ର ଟିମ୍‌ ନେଇ ଚୌଦ୍ବାର(chaudwar jail) ଜେଲକୁ ଆଣିଥିଲେ। ବର୍ତ୍ତମାନ ଚୌଦ୍ବାର ଜେଲର ସେଲ ନମ୍ବର ୩ରେ ରହୁଛି ଗୋପାଳ । କିନ୍ତୁ ହତ୍ୟାକାଣ୍ଡ ପଛର କାରଣ ଏବେ ବି ରହସ୍ୟ ହୋଇ ରହିଛି। ଗୁଳିକାଣ୍ଡ ଦିନଠୁ ଯେଉଁ ପ୍ରଶ୍ନ ଉଠିଥିଲା, ସେହି ପ୍ରଶ୍ନର ଉତ୍ତର ଆଜି ବି ମିଳି ନାହିଁ । ଅଭିଯୁକ୍ତ ଗୋପାଳ ଦାସ କାହିଁକି ମନ୍ତ୍ରୀଙ୍କୁ ଗୁଳି କଲେ, ଏହା ପଛର କାରଣ କଣ, ତାର ଖୁଲାସ କ୍ରାଇମବ୍ରାଞ୍ଚ ଏବେ ବି କରିନାହିଁ। ନବ ଦାସଙ୍କ ହତ୍ୟାକାଣ୍ଡର ରହସ୍ୟ ଖୋଜିବାକୁ ଅଭିଯୁକ୍ତ ଗୋପାଳଙ୍କୁ କ୍ରାଇମବ୍ରାଞ୍ଚ ବାରମ୍ବାର ରିମାଣ୍ଡରେ ନେଇ ତନାଘନା କରିଥିଲେ ମଧ୍ୟ ସେଭଳି କିଛି ସଫଳତା ଏଯାଏଁ ହାସଲ କରିପାରିନି।