National Milk Day 2022: ଆସନ୍ତାକାଲି ଅର୍ଥାତ ନଭେମ୍ବର ୨୬ ତାରିଖରେ ଦେଶରେ ଜାତୀୟ ଦୁଗ୍ଧ ଦିବସ ପାଳନ କରାଯିବ। ପ୍ରତ୍ୟେକ ବର୍ଷ ଡ. ଭର୍ଗିସ କୁରେନଙ୍କ ଜନ୍ମଦିନ ଅବସରରେ ଏହି ଦିବସ ପାଳନ କରାଯାଉଛି। ଭର୍ଗିସ କୁରେନ ହି ଦେଶର ଶ୍ୱତ ବିପ୍ଳବ ଆଣିଥିଲେ। 'Operation Flood'ରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଶ୍ୱତ ବିପ୍ଳବ ଆସିବା ଦ୍ୱାରା ଦେଶରେ ଦୁଗ୍ଧ ଉତ୍ପାଦନରେ ବୃଦ୍ଧି ହେଲା ଓ ଭାରତରେ ଏହା ସବୁଠାରୁ ବଡ ଆତ୍ମନିର୍ଭରଶୀଳ ଉଦ୍ୟେଗ ଭାବେ ପରିଗଣିତ ହେଲା। ୨୦୧୪ ମସିହା ଠାରୁ ଭାରତରେ ଜାତୀୟ ଦୁଗ୍ଧ ଦିବସ ପାଳନ କରାଯାଉଛି। ପ୍ରଥମେ Indian Dairy Association (IDA) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା।


COMMERCIAL BREAK
SCROLL TO CONTINUE READING

Economic Survey of India 2021-2022 ଅନୁସାରେ ଭାରତ ହେଉଛି ବିଶ୍ୱର ସର୍ବବୃହତ୍ତ ଦୁଗ୍ଧ ଉତ୍ପାଦନକାରୀ ଦେଶ। ବିଶ୍ୱ ଦୁଗ୍ଧ ବଜାରରେ ଭାରତର ଅବଦାନ ୨୩ ପ୍ରତିଶତ ରହିଛି। ଏହା ବ୍ୟତୀତ ଦେଶର ଅର୍ଥନୀତିରେ ଏହି ଉଦ୍ୟୋଗର ଭାଗିଦାରୀ ୫ ପ୍ରତିଶତ ରହିଛି। ଦୁଗ୍ଧ ଉଦ୍ୟୋଗ ଦେଶର ୮ କୋଟି କୃଷକଙ୍କୁ ନିଯୁକ୍ତି ସୁଯୋଗ ଦେଇଛି। ପ୍ରତିବର୍ଷ ଦେଶରେ ଦୁଗ୍ଧ ଉତ୍ପାଦନ ହାର ୬.୨ ପ୍ରତିଶକ ବୃଦ୍ଧି ପାଉଛି ଏବଂ ଏହା କେବଳ Verghese Kurienଙ୍କ ପାଇଁ ସମ୍ଭବ ହୋଇ ପାରିଛି। ଡ. ଭର୍ଗିସ କୁରେନଙ୍କ ଉଦ୍ଦେଶ୍ୟ ଥିଲା ଯେ ଦୁଗ୍ଧ ଉତ୍ପାଦନରେ ଭାରତ କିଭଳି ଆତ୍ମନିର୍ଭରଶୀଳ ହେବ ଓ ଆସନ୍ତା ୩୦ ବର୍ଷ ମଧ୍ୟ ଚାରି ଗୁଣା ଅଧିକ ଉତ୍ପାଦନ କରିବା।


Also Read: Baba Vanga Predictions: ଯଦି ସତ ହୁଏ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ, ତେବେ ଗୋଟିଏ ମାସରେ ଘଟିବ ଏମିତି କିଛି 


ଡ. ଭର୍ଗିସ କୁରେନ ପ୍ରଥମ ବ୍ୟକ୍ତି ଯିଏ, ଗାଈ କ୍ଷୀର ବଦଳରେ ମଇଁଷି କ୍ଷୀରରେ ଦୁଗ୍ଧ ଗୁଣ୍ଡ ବା ମିଲ୍କ ପାଉଡର ତିଆରି କରିଥିଲେ। କେନ୍ଦ୍ର ସରକାରଙ୍କ ପଶୁ ସମ୍ପଦ ଓ ଦୁର୍ଧ ଉତ୍ପାଦନ ବିଭାଗର ସୂଚନାନୁସାରେ, ଗତ ୨୦୨୧-୨୨ରେ ଭାରତ ୨.୯ ଲକ୍ଷ ମେଟ୍ରିକ ଟନ ଦୁଗ୍ଧ ଓ ଦୁଗ୍ଧ ଜାତୀୟ ଦ୍ରବ୍ୟ ଉତ୍ପାଦନ କରିଥିଲା। ଏହି ଦୁଗ୍ଧ ଓ ଦୁଗ୍ଧ ଜାତୀୟ ଦ୍ରବ୍ୟକୁ ରପ୍ତାନୀ କରି ୩୯୧.୬ ମିନିୟନ ଆମେରିକୀୟ ଡଲାର ଅର୍ଜନ କରିଥିଲା। ଏହା ବିଗତ ବର୍ଷ ତୁଳନାରେ ୯୪.୫ ପ୍ରତିଶତ ବୃଦ୍ଧି ହୋଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି। 


ସୂଚନଯୋଗ୍ୟ, ୧୯୨୧ ମସିହା ନଭେମ୍ବର ୨୬ ତାରିଖରେ କେରଳର କାଝିକୋଡିର ଏକ ବିତ୍ତଶାଳୀ ସିରିୟାନ ଖ୍ରୀଷ୍ଟିଆନ ପରିବାରରେ ଭର୍ଗିସ କୁରେନ ଜନ୍ମ ଗ୍ରହଣ କରିଥିଲେ। ୧୯୭୦ ମସିହାରେ ଆରମ୍ଭ ହୋଇଥିବା Operation Floodରେ ନେତୃତ୍ୱ ପାଇଁ ତାଙ୍କୁ ଶ୍ୱେତ ବିପ୍ଳବର ଜନକ ବୋଲି କୁହାଯାଏ। ଭାରତର ସର୍ବାଧିକ ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥା Amulର ପ୍ରତିଷ୍ଠାତା ଭାବେ କୁରେନ ଜଣାଶୁଣା। କୁରେନଙ୍କ ପାଇଁ ଆମେରିକାକୁ ପଛରେ ପକାଇ ୧୯୯୮ରେ ଭାରତ ବିଶ୍ୱର ସର୍ବାଧିକ ଦୁଗ୍ଧ ଉତ୍ପାଦନକାରୀ ଦେଶ ପାଲଟିଥିଲା। ଦୁଗ୍ଧ ଓ କୃଷି କ୍ଷେତ୍ରରେ ଅନେକ ବିକାଶମୂଳକ କାମ କରିଥିବାରୁ କୁରେନଙ୍କୁ  Krishi Ratna, Ramon Magsaysay Award ଓ World Food Prize ଭଳି ସମ୍ମାନରେ ସମ୍ମାନୀତ କରାଯାଇଛି। ଏହା ବ୍ୟତୀତ ସେ ଭାରତ ତିନୋଟି ସର୍ବଶ୍ରେଷ୍ଠ ନାଗରିକ ସମ୍ମା ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣରେ ଭୂଷିତ ହୋଇଛନ୍ତି।


Also Read: Makhana Use: ଏସବୁ ରୋଗରେ ପୀଡିତ ଥିବା ଲୋକ ଖାଆନ୍ତୁନି ମଖାନା, ନହେଲେ ଭୋଗିବେ ନର୍କ ଯନ୍ତ୍ରଣା


୧୦୭୦ ମସିହାରେ Operation Flood ଲଞ୍ଚ କରାଯାଇଥିଲା। ଏହି ଏପରେସନର ମୁଖ୍ୟ ଲକ୍ଷ୍ୟ ଥିଲା, ଦୁଗ୍ଧ ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା। ଏହା ବ୍ୟତୀତ National Milk Grid ମାଧ୍ୟମରେ ଦେଶର ୭୦୦ ନଗର ଓ ସହରକୁ ଯୋଡିବା ସହ ସେଥିରେ କୃଷକଙ୍କୁ ମଧ୍ୟ ସାମିଲ କରିବା। ବିଶେଷ କରି ଗ୍ରାମାଞ୍ଚଳର ଦୁଗ୍ଧ ଚାଷୀଙ୍କ ରୋଜଗାର ବଢାଇବା ଓ ସେମାନଙ୍କୁ ଉପଯୁକ୍ତ ସେବା ଯୋଗାଇବାକୁ ଭର୍ଗିସ କୁରେନ ଗୁରୁତ୍ୱ ଦେଇଥିଲା। ଆଜି ଏହା ସଫଳ ହୋଇଛି। ଭର୍ଗିସ କୁରେନଙ୍କ ଉଦ୍ୟମରେ ହିଁ ଭାରତ, ଏବେ ବିଶ୍ୱର ସର୍ବାଧିକ ଦୁଗ୍ଧ ଉତ୍ପାଦନକାରୀ ଦେଶଗୁଡିକ ମଧ୍ୟରେ ସ୍ଥାନ ପାଇଛି।