Nepal Politics: ସଂସଦରେ ନିଜର ପୋଷାକ ଖୋଲିଦେଲେ ସାଂସଦ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
House of Representatives Nepal: ନେପାଳ ସଂସଦ ଇତିହାସରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ସଂସଦରେ କହିବା ପାଇଁ ଅନୁମତି ନ ମିଳିବା ପରେ ଦେଶର ସ୍ୱାଧୀନ ସାଂସଦ ନିଜେ ପିନ୍ଧିଥିବା ପୋଷାକ କାଢି ଦେଇ ବିରୋଧ ପ୍ରଦର୍ଶନ କରିଥିଲେ।
Nepal Parliamentarian Remove Clothes in Parliament: ନିକଟରେ ନେପାଳ ସଂସଦରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା। ଗତ ସୋମବାର ସଂସଦରେ କହିବା ପାଇଁ ଅନୁମତି ନ ମିଳିବା ପରେ ଦେଶର ସ୍ୱାଧୀନ ସାଂସଦ ଅମରେଶ କୁମାର ସିଂହ ନିଜେ ପିନ୍ଧିଥିବା ପୋଷାକ କାଢି ଦେଇ ବିରୋଧ ପ୍ରଦର୍ଶନ କରିଥିଲେ। ନେପାଳ ସଂସଦ ଇତିହାସରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି।
ନେପାଳୀ କଂଗ୍ରେସ (Nepali Congress) ଦଳର ପୂର୍ବତନ ନେତା ଅମରେଶ କୁମାର ସିଂହ (Amresh Kumar Singh) ଗତ ବର୍ଷ ଅନୁଷ୍ଠିତ ହୋଇଥିବା ନେପାଳ ସଂସଦ ନିର୍ବାଚନରେ (2022 Nepalese General Election) ଦେଶର ସରଲାହି ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କାରଣ ନେପାଳୀ କଂଗ୍ରେସ ପକ୍ଷରୁ ତାଙ୍କୁ ନିର୍ବାଚନ ଲଢିବା ପାଇଁ ଦଳୀୟ ଟିକେଟ ପ୍ରଦାନ କରାଯାଇ ନଥିଲା।
ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ (Jawaharlal Nehru University Delhi) ପିଏଚଡି କରୁଥିବା ସାଂସଦ ଅମରେଶ କୁମାର ସିଂହ ସେତେବେଳେ ତାଙ୍କର ପୋଷାକ ଖୋଲି ଦେଇଥିଲେ, ଯେତେବେଳେ ନେପାଳ ପ୍ରତିନିଧି ସଭା (House of Representatives Nepal) ବାଚସ୍ପତି ଦେବରାଜ ଘିମେରେ (Devraj Ghimire) ତାଙ୍କୁ କହିବାକୁ ଅନୁମତି ଦେଇନଥିଲେ।
ଚେତାବନୀ ଦେଲେ ପ୍ରତିନିଧି ସଭା ବାଚସ୍ପତି
ପରବର୍ତ୍ତୀ ବୈଠକରେ ଯଦି ଅମରେଶ କୁମାର ସିଂହ ଭଦ୍ର ବ୍ୟବହାର କରନ୍ତି ନାହିଁ ତାହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଚସ୍ପତି ଦେବରାଜ ଘିମେରେ ଦେଶର ସ୍ୱାଧୀନ ସାଂସଦଙ୍କ (Nepal Independent Parliamentarian) ଉଦ୍ଦେଶ୍ୟରେ ଚେତାବନୀ ଦେଇଛନ୍ତି।
ଶହୀଦ ହେବା ପାଇଁ ପ୍ରସ୍ତୁତ: ଅମରେଶ କୁମାର ସିଂହ
ସଂସଦରେ ନିଜେ ପିନ୍ଧିଥିବା ପୋଷାକ ଖୋଲିବା ପୂର୍ବରୁ ଅମରେଶ କୁମାର ସିଂହ କହିଛନ୍ତି ଯେ ମୁଁ ଦୁର୍ନୀତି ବିରୋଧରେ କହିବା ପାଇଁ ଶହୀଦ ହେବାକୁ ପ୍ରସ୍ତୁତ। ବାଚସ୍ପତି ଦେବରାଜ ଘିମେରେ ତାଙ୍କୁ ଦେଶର ସଂସଦର ସମ୍ମାନର ଯତ୍ନ ନେବାକୁ କହିଥିଲେ। ହେଲେ ସ୍ୱାଧୀନ ସାଂସଦ ଜଣଙ୍କ ବାଚସ୍ପତିଙ୍କ କୌଣସି ଅନୁରୋଧ ଶୁଣିବାକୁ ମନା କରି ତାଙ୍କ ପୋଷାକ ଖୋଲିବା ଆରମ୍ଭ କରି ଦେଇଥିଲେ। ଏହା ଉପରେ ପ୍ରତିକ୍ରିୟା ରଖି ଦେଶର କିଛି ସାଂସଦ ଅମରେଶ କୁମାର ସିଂହଙ୍କ ଡାକ୍ତରୀ ପରୀକ୍ଷା ପାଇଁ ଦାବି କରିଛନ୍ତି।
ଏହା ପୂର୍ବରୁ ଶୁକ୍ରବାର ଦିନ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ଦେଶରେ କ୍ଷମତାସୀନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ନେତୃତ୍ୱାଧିନ ସରକାରଙ୍କ ସମର୍ଥନ ପ୍ରତ୍ୟାହାର କରି ବିରୋଧୀ ଦଳରେ ରହିବାକୁ ନିଷ୍ପତ୍ତି ନେଇଛି। ହେଲେ ସମର୍ଥନ ପ୍ରତ୍ୟାହାର ନିଷ୍ପତ୍ତି ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନେତୃତ୍ୱାଧୀନ ସରକାର ଉପରେ ପ୍ରଭାବ ପକାଇବ ନାହିଁ। ହେଲେ ଏହାର ପ୍ରଭାବରେ ଭବିଷ୍ୟତରେ ଦେଶରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇପାରେ। ଗତ ବର୍ଷ ନଭେମ୍ବରରେ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନ ପରେ ଆରଏସପି ୨୫ ଡିସେମ୍ବର ପରେ ପୁଷ୍ପା କମଲ ଦହଲଙ୍କ ନେତୃତ୍ୱାଧୀନ ସରକାରରେ ଯୋଗ ଦେଇଥିଲେ। ଯଦିଓ ଦଳ ଫେବୃଆରୀ ୫ ତାରିଖରେ ଏହାର ମନ୍ତ୍ରୀଙ୍କୁ ଡାକି ଦେଇଥିଲେ। ହେଲେ ସେମାନେ ସରକାରଙ୍କୁ ସମର୍ଥନ କରୁଥିଲେ।