Viral Photo, ନୂଆଦିଲ୍ଲୀ: ବ୍ରିଟେନର ପ୍ରଧାନମନ୍ତ୍ରୀ ପଦର ଶପଥ ନେଇ ଋଷି ସୁନକ ଏକ ଇତିହାସ ସୃଷ୍ଟି କରିଛନ୍ତି। ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ଯାହାକୁ ବ୍ରିଟେନ ପକ୍ଷରୁ ଭାରତକୁ ଦୀପାବଳି ଭେଟି ବୋଲି କୁହାଯାଉଛି। ତେବେ ଏହି ସମୟରେ ବିରାଟ କୋହଲିଙ୍କ ଏକ ପୁରୁଣା ଫଟୋ ଭାଇରାଲ ହେବାରେ ଲାଗିଛି। କିଛି ଲୋକ ଦାବି କରିଛନ୍ତି ଯେ, ବିରାଟ କୋହଲିଙ୍କୁ ଋଷି ସୁନକ ପୁରସ୍କୃତ କରୁଛନ୍ତି। ତେବେ ପ୍ରକୃତରେ ସୋସିଆଲ ମିଡିଆ ୟୁଜର୍ସ କୌତୁହଳ ପାଇଁ ଏହି କଥା କହିଛନ୍ତି। କାରଣ ବିରାଟଙ୍କୁ ଆଶିଷ ନେହେରା ପୁରସ୍କାର ଦେଉଛନ୍ତି, ଆଉ ସେ ଦେଖିବାକୁ ଅବିକଳ ୪୨ ବର୍ଷିୟ ଋଷି ସୁନକ ଭଳି ଦେଖାଯାଉଛନ୍ତି।


COMMERCIAL BREAK
SCROLL TO CONTINUE READING

ଋଷି ସୁନକ, ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଅନଲାଇନରେ ତାଙ୍କର ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ୟୁଜର୍ସ ଋଷି ସୁନକଙ୍କୁ ଭାରତୀୟ କୀମ୍ବଦନ୍ତି କ୍ରିକେଟର ଆଶିଷ ନେହେରାଙ୍କ ସହ ଯୋଡୁଛନ୍ତି। କିଛି ୟୁଜର୍ସ ବଲିଉଡ ଅଭିନେତା ଜିମ୍ ସର୍ବ ଭଳି ଋଷି ଦେଖାଯାଉଥିବା କହୁଛନ୍ତି। ଏଥିରେ ଦ୍ୱିମତ ନାହିଁ କି, ଋଷି ଦେଖିବାକୁ କିଛି ମାତ୍ରାରେ ନେହେରା ଓ ସର୍ଭ ଭଳି ଦେଖାଯାଉଛନ୍ତି। ଆଉ ଏହାର ମଜା ଉଠାଇବାକୁ ୟୁଜର୍ସମାନେ ସେମାନଙ୍କ ଫଟୋ ସେୟାର କରି ନାନା କୌତୁକଳିଆ କମେଣ୍ଟ ଲେଖୁଛନ୍ତି। କିଛି ଲୋକ କହିଛନ୍ତି ଯେ, ଆଶିଷ ନେହେରା ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି।


Also Read: UK Prime Minister: ବ୍ରିଟେନ ରାଜାଙ୍କଠୁ ଧନୀ ଋଷି ସୁନାକ, ଜାଣନ୍ତୁ ସେ କେତେ ସମ୍ପତ୍ତିର ମାଲିକ


ଜଣେ ଫେସବୁକ୍ ୟୁଜର ଏକ ପୁରୁଣା ଫଟୋ ସେୟାର କରି କ୍ୟାପସନରେ ବିରାଟ କୋହଲିଙ୍କ ସହ ଋଷି ସୁନକ ଅଛନ୍ତି ବୋଲି କହିଥିଲେ। ଫଟୋରେ ବିରାଟ କୋହଲିଙ୍କୁ ଋଷି ସୁନକ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତି ପୁରସ୍କାର ଦେଉଛନ୍ତି। ତେବେ ଫ୍ୟାକ୍ଟ ଚେକ ବେଳେ ଏହି ଦାବି ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା। ପ୍ରକୃତରେ ଫଟୋରେ ବିରାଟ କୋହଲି ଅଛନ୍ତି ସତ କିନ୍ତୁ ତାଙ୍କୁ ପୁରସ୍କାର ଦେଉଥିବା ବ୍ୟକ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ନୁହନ୍ତି। ଗୁଗଲ ରିଭର୍ସ ଇମେଜ ସର୍ଚ୍ଚରୁ ଜଣାପଡିଲା ଯେ, ଏହି ଫଟୋକୁ ଅନେକ ଗଣମାଧ୍ୟମ ପୂର୍ବରୁ ଛାପିଛନ୍ତି। ଗଣମାଧ୍ୟମର ରିପୋର୍ଟସ୍ ଅନୁସାରେ ୨୦୦୩ ମସିହାରେ କୁନି ବିରାଟ କୋହଲିଙ୍କୁ ଆଶିଷ ନେହେରା ପୁରସ୍କାର ଦେଇଥିଲେ। ଆଉ ସେହି ଫଟୋରେ ନେହରା ଦେଖିବାକୁ ଅବିକଳ ଋଷି ସୁନକଙ୍କ ଭଳି ଦେଖା ଯାଉଛନ୍ତି।



୨୦୧୬ର ଏକ ସାକ୍ଷାତକାରରେ ଆଶିଷ ନେହେରା କହିଥିଲେ ଯେ, ୨୦୦୩ ବିଶ୍ୱକପ ପରେ ଏହି ଫଟୋ ନିଆଯାଇଥିଲା। ଯେତେବେଳେ ବିରାଟ କୋହଲିଙ୍କ କୋଚ ରାଜ କୁମାର ଶର୍ମା ତାଙ୍କୁ ଏକାଡେମିର ଏକ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରିଥିଲେ। ଆଉ ସେଠାରେ ସେ ବିରାଟଙ୍କୁ ପୁରସ୍କୃତ କରିଥିଲେ। ତେବେ ଯାହାବି ହେଉ ଏଥିରୁ ସ୍ପଷ୍ଟ ହେଇଗଲା ଯେ, ବିରାଟଙ୍କୁ ପୁରସ୍କୃତ କରୁଥିବା ବ୍ୟକ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ନୁହନ୍ତି କି ସେ କେବେ ମଧ୍ୟ ଭାରତୀୟ କ୍ରିକେଟରଙ୍କୁ ପୁରସ୍କୃତ କରିନାହାନ୍ତି। କୁହାଯାଏ ଯେ ବିଶ୍ୱରରେ ଗୋଟିଏ ଚେହେରାର ଏକାଧିକ ଲୋକ ରୁହନ୍ତି। ଆଉ ଏହା ପ୍ରମାଣିତ ମଧ୍ୟ ହୋଇଛି। କାରଣ ସମ୍ପୂର୍ଣ୍ଣ ନ ହେଲେ ମଧ୍ୟ କିଛି ଲୋକଙ୍କ ଚେହେରା ଦେଖିବାକୁ ସମାନ।