Clash in Hyde Park Society: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ନିକଟସ୍ଥ ନୋଏଡା ଠାରେ ରହିଥିବା ବିଭିନ୍ନ ସୋସାଇଟି ପରିସରରେ ଲଗାତାର ଗଣ୍ଡଗୋଳ ହେଉଥିବାର ଖବର ମିଳୁଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସଦ୍ୟ ନୋଏଡା  ସେକ୍ଟର-୭୮ ଠାରେ ଅବସ୍ଥିତ ହାଇଡ ପାର୍କ ସୋସାଇଟି ପରିସରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯେଉଁଠାରେ ଆପାର୍ଟମେଣ୍ଟ ମାଲିକ ସଂଘ ବିବାଦକୁ ନେଇ ମୁହାମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ। ଯାହା ପରେ ଭୀଷଣ ଗଣ୍ଡଗୋଳର ରୂପ ନେଇଥିଲା। ସୋସିଆଲ ମିଡିଆରେ ଏହି ଗଣ୍ଡଗୋଳର ଭିଡିଓ ଭାଇରାଲ ହେବାରେ ଲାଗିଛି।


COMMERCIAL BREAK
SCROLL TO CONTINUE READING

ନୋଏଡା ସେକ୍ଟର ୧୧୩ ଥାନା (Noida Sector 113 Police Station) ଅଧିନସ୍ଥ ହାଇଡ ପାର୍କ ସୋସାଇଟି (Hyde Park Society) ଠାରେ ଆପାର୍ଟମେଣ୍ଟ ମାଲିକ ସଂଘ (Apartment Owners Association) ସଭାପତି ପଦକୁ (AOA President Post) ନେଇ ଚାଲିଥିବା ବିବାଦ ହଠାତ୍ ହିଂସାତ୍ମକ ରୂପ ନେଇଥିଲା। ଯେଉଁ କାରଣରୁ ସୋସାଇଟି ପରିସରରେ ଗଣ୍ଡଗୋଳ ହୋଇଥିଲା। ଏନେଇ ଅଭିଯୋଗ ହୋଇଛି ଯେ ଗୋଟିଏ ପକ୍ଷ ସହ ମିଶି ସୋସାଇଟି ସିକ୍ୟୁରିଟି ଗାର୍ଡ ଅପର ପକ୍ଷକୁ ମାଡ଼ ମାରିଥିଲେ। ଏହି ଘଟଣାରେ ୨ ଜଣ ମହିଳା ଆହତ ହୋଇଛନ୍ତି।



ପରେ ଏହି ମାମଲା ସେକ୍ଟର ୧୧୩ ଥାନାରେ ପହଞ୍ଚିଥିଲା। ଆହତ ହୋଇଥିବା ମହିଳାଙ୍କ ଅଭିଯୋଗ କ୍ରମେ ପୋଲିସ ୨ ଜଣ ସୁରକ୍ଷାକର୍ମୀଙ୍କୁ ହେପାଜତକୁ ନେଇଛି। ପୋଲିସ ଏହି ଘଟଣାର ତଦନ୍ତ କରିବା ସହ ସେହି ସୁରକ୍ଷାକର୍ମୀଙ୍କ ବ୍ୟତୀତ ଅନ୍ୟ ଲୋକଙ୍କୁ ଜେରା କରୁଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସୋସାଇଟି ସୁରକ୍ଷା ଦାୟିତ୍ୱରେ ରହିଥିବା ମହିଳା ସୁରକ୍ଷାକର୍ମୀଙ୍କୁ ଅନ୍ୟ କିଛି ମହିଳା ଆକ୍ରମଣ କରୁଥିବାର ଦେଖିବାକୁ ମିଳୁଛି। ମହିଳା ସୁରକ୍ଷାକର୍ମୀଙ୍କ ଚୁଟି ଧରି ସେମାନଙ୍କୁ ମାଡ଼ ମାରୁଛନ୍ତି ସେହି ମହିଳା। ଏହା ସହିତ ଅନ୍ୟ କେତେକ ସୁରକ୍ଷାକର୍ମୀଙ୍କୁ ବାଡି ଧରିଥିବାର ଦେଖିବାକୁ ମିଳୁଛି। 


ଏନେଇ କୁହାଯାଉଛି ଯେ ବିନା କୌଣସି ନିର୍ବାଚନରେ ସେକ୍ଟର-୭୮ସ୍ଥିତ ହାଇଡ ପାର୍କ ସୋସାଇଟି (Noida Sector 78 Hyde Park Society) ଠାରେ ଆପାର୍ଟମେଣ୍ଟ ମାଲିକ ସଂଘ ଗଠନ କରାଯାଇଥିଲା। ଏହା ପରେ ପୁରୁଣା ସୁରକ୍ଷା ଏଜେନ୍ସି ହଟାଯାଇ ସୋସାଇଟି ପରିସରରେ ନୂଆ ସିକ୍ୟୁରିଟି ଗାର୍ଡ ମୁତୟନ କରାଯାଇଥିଲା।ଏହା ପରେ ଯେତେବେଳେ ଗୋଟିଏ ଗୋଷ୍ଠୀ ଏହାକୁ ବିରୋଧ କଲେ, ସେତେବେଳେ ସିକ୍ୟୁରିଟି ଗାର୍ଡ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ।