Maternity Leave: ଭୁବନେଶ୍ୱର: ସନ୍ତାନ ପାଇଁ ଅନ୍ୟକୁ ଗର୍ଭ ଉଧାର ଦେଉଥିବା ସରକାରୀ ଚାକିରିଆ ମହିଳାଙ୍କୁ ଏଣିକି ୧୮୦ ଦିନର ମାତୃତ୍ୱ ଲାଭ ଛୁଟି ମିଳିବ। ସେହିପରି ଯେଉଁ ପିତାଙ୍କ ଭ୍ରୁଣକୁ ସେ ଧାରଣ କରିଥିବେ ଏବଂ ସେ ଯଦି ସରକାରୀ ଚାକିରିଆ ହୋଇଥିବା ତେବେ ସରକାରୀ ନିୟମ ଅନୁସାରେ ତାଙ୍କୁ ମଧ୍ୟ ୧୫ ଦିନର ପିତୃତ୍ୱ ଲାଭ ଛୁଟି ମିଳିବ। ଏନେଇ ଅର୍ଥ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ ସ୍ପଷ୍ଟ କରାଯାଇଛି। ଏହାସହ  ଯେଉଁ ମା’ଙ୍କ ପାଇଁ ସେ ନିଜ ଗର୍ଭ ଉଧାର ଦିଅନ୍ତି ଅର୍ଥାତ୍‍ ଅଧିଷ୍ଠାତା ମା’ ବା କମିଶନିଂ ମଦରଙ୍କୁ ମଧ୍ୟ ୧୮୦ ଦିନର ମାତୃତ୍ୱ ଲାଭ ଛୁଟି ପ୍ରଦାନ କରିବାକୁ ଅର୍ଥ ବିଭାଗ ଏହି ଆଦେଶରେ ସ୍ପଷ୍ଟ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଏଥିରେ କୁହାଯାଇଛି ଯେ, ଉଧାର ମାତୃତ୍ୱ ଏବଂ ପିତୃତ୍ୱ ପ୍ରାପ୍ତ ରାଜ୍ୟୃ ସରକାରୀ କର୍ମଚାରୀଙ୍କୁ ମାତୃତ୍ୱ ଓ ପିତୃତ୍ୱ ଛୁଟି ପ୍ରଦାନ ପ୍ରସ୍ତାବ କିଛି ଦିନ ହେଲା ରାଜ୍ୟ ସରକାରଙ୍କ ବିଚାରାଧୀନ ଥିଲା। କେନ୍ଦ୍ର ସରକାର ଇତିମଧ୍ୟରେ ଏହିଭଳି କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ଛୁଟି ପ୍ରଦାନ ବ୍ୟବସ୍ଥା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉଧାର ମାତୃତ୍ୱ ଦ୍‍ୱାରା ମାତୃତ୍ୱ ଏବଂ ପିତୃତ୍ୱ ଲାଭ କରୁଥିବା ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମାତୃତ୍ୱ ଓ ପିତୃତ୍ୱ  ଛୁଟି ଲାଭ ପ୍ରଦାନ କରିଛନ୍ତି। 
ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ଜଣେ ସରକାରୀ ମହିଳା କର୍ମଚାରୀ, ଯାହାଙ୍କର ଦୁଇରୁ କମ୍‍ ସନ୍ତାନ ଥିବା ଏବଂ ସେ ସରୋକେଟ ମା’ ବା ନିଜ ଗର୍ଭ ଉଧାର ଦିଅନ୍ତି ସେ ୧୮୦ ଦିନର ମାତୃତ୍ୱଲାଭ ଛୁଟି ପାଇଁ ଯୋଗ୍ୟ ହେବେ। ତାଙ୍କୁ ସରୋଗାସୀ ନିୟମାବଳୀର ସର୍ତ୍ତଗୁଡ଼ିକୁ ପୂରଣ କରିବାକୁ ହେବ। 


ସେହିପରି ଜଣେ ରାଜ୍ୟ ସରକାରଙ୍କ କର୍ମଚାରୀ ଯାହାଙ୍କର ଦୁଇରୁ କମ୍‍ ସନ୍ତାନ ଜୀବୀତ ଥିବେ ଏବଂ ସେ ଅଧିଷ୍ଠାତା ମାତା ହେବା ପାଇଁ ଆଇନ ଅନୁସାରେ ଯୋଗ୍ୟ ହୋଇଛନ୍ତି ତାଙ୍କୁ ମଧ୍ୟ ମାତୃତ୍ୱ ଲାଭ ଉଦ୍ଦେଶ୍ୟରେ ଛୁଟି ପ୍ରଦାନ କରିବାକୁ ଏହି ନିୟମରେ ଉଲ୍ଲେଖ କରାଯାଇଛି। 


କେବଳ ସେତିକି ନୁହେଁ, ଏହି ଛୁଆଙ୍କ ବାପାଙ୍କ ମଧ୍ୟ ସନ୍ତାନ ଜନ୍ମର ୬ ମାସ ଭିତରେ ଯେକୌଣସି ୧୫ ଦିନ ଛୁଟି ପାଇଁ ପିତୃତ୍ୱ ଲାଭ ଛୁଟି ମିଳିବ। ଅର୍ଥାତ୍‍ ତିନି ଜଣ ଯଦି ସରକାରୀ କର୍ମଚାରୀ ହୋଇଥାଆନ୍ତି ତେବେ ତିନିଜଣଙ୍କୁ ଏହି ମାତୃତ୍ୱ ଓ ପିତୃତ୍ୱ ଲାଭ ଛୁଟିର ସୁଯୋଗ ମିଳିବ। ଏଥିଲାଗି ଆବଶ୍ୟକ ଡାକ୍ତରୀ ଦସ୍ତାବିଜ ଉପସ୍ଥାପନ କରିବାକୁ ହେବ ବୋଲି ଅୈର୍ଥ ବିଭାଗ ବିଜ୍ଞପ୍ତିରେ ଦର୍ଶାଇଛନ୍ତି।