BSKY Nabin Card: ବଢ଼ିବ ବିଏସକେୱାଇ-ନବୀନ କାର୍ଡ ଆବେଦନ ସମୟ; ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ସହ ଏସ୍ଏଚ୍ଜି ସଦସ୍ୟ ହେବେ ସାମିଲ
BSKY Naveen Card Apply: ରାଜ୍ୟ ସରକାର ଜାନୁଆରୀ ୧୬ ତାରିଖରେ ବିଏସକେୱାଇ ନବୀନ କାର୍ଡ ଅନଲାଇନ ଦରଖାସ୍ତ ପଞ୍ଜୀକରଣ ସମୟ ସୀମାକୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
BSKY Nabin Card Apply Date Extended to 8 February 2024: ଭୁବନେଶ୍ୱର: ରାଜ୍ୟର ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟକର୍ମୀ, ଆଶା, ଅଙ୍ଗନବାଡ଼ି କର୍ମୀ ତଥା ଏସ୍ଏଚ୍ଜି ସଦସ୍ୟଙ୍କୁ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ୍ କରିବେ। ଏଥିଲାଗି ସେମାନଙ୍କୁ ଏବେ ଚାଲିଥିବା ବିଏସକେୱାଇ-ନବୀନ କାର୍ଡ ଆବେଦନ କରିବାକୁ ସୁଯୋଗ ମିଳିବ। ଏପରିକି ରାଜ୍ୟ ସରକାର ପୁଣିଥରେ ବିଏସକେୱାଇ-ନବୀନ କାର୍ଡ ଲାଗି ଆବେଦନ କରିବାକୁ ଆବେଦନ ସୀମାକୁ ବଢ଼ାଇବେ ବୋଲି ସୂଚନା ଦେଇଛନ୍ତି। ଗ୍ରାମାଞ୍ଚଳର ଆୟକରଦାତା ତଥା ସରକାରୀ କର୍ମଚାରୀଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ବିଏସକେୱାଇ ନବୀନ କାର୍ଡ ଅନ୍ତର୍ଭୂକ୍ତ କରାଯିବାକୁ ଯୋଜନା କରାଯାଇଛି।
ଏନେଇ ଜାନୁ୍ଆରୀ ୨୮ ତାରିଖକୁ ପ୍ରଥମେ ପଞ୍ଜୀକରଣ ତାରିଖ ଭାବେ ଘୋଷଣା କରାଯାଇଥିଲା। ଏବେ ଏହାକୁ ଫେବୃୟାରୀ ୮ ତାରିଖକୁ ପର୍ଯ୍ୟନ୍ତ ଘୁଞ୍ଚାଯାଇଛି। ଆଗକୁ ସରକାରଙ୍କୁ ସହାୟତା କରୁଥିବା ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀଙ୍କୁ ଏହି ଯୋଜନାରେ ସାମିଲ୍ କରିବା ଲାଗି ଆବେଦନ ତାରିଖ ପୁଣି ବଢ଼ିବ ବୋଲି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ କହିଛନ୍ତି। ଫେବୃଆରୀ ୧ ତାରିଖ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ୧୬ ଉପଜିଲ୍ଲା ସ୍ତରୀୟ ଡାକ୍ତରଖାନାରେ ଡାଏଲେସିସ୍ କେନ୍ଦ୍ର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇ ଏକଥା କହିଛନ୍ତି ୫ଟି ଅଧ୍ୟକ୍ଷ। ସାରା ରାଜ୍ୟରେ ୫ଟି ଉପକ୍ରମରେ ଉପଜିଲ୍ଲା ସ୍ତରରେ ୩୨ ଡାଏଲେସିସ୍ କେନ୍ଦ୍ର ଖୋଲାଯିବ।
Also Read: Odisha ASHA and Anganwadi workers with SHG members will be involved in BSKY Nabin Card
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇ କହିଲେ ଯେ ସରକାରୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ରକରେ ମାଗଣାରେ ଚିକିତ୍ସା ଦିଆଯିବା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବଂ ବିଏସକେୱାଇ ନବୀନ କାର୍ଡ ଜରିଆରେ ବର୍ଷକୁ ୪ କୋଟିରୁ ଅଧିକ ଲୋକଙ୍କୁ ବିନା ମୂଲ୍ୟରେ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଛି। ଏହା ଦ୍ୱାରା ରୋଗ ହେଲେ ଲୋକଙ୍କ ଅର୍ଥ ପାଇଁ ଚିନ୍ତା କରିବାର ସମସ୍ୟା ଦୂର ହୋଇପାରିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଗତ ୨୦୧୮ ବର୍ଷରେ ମାଗଣା ଡାଏଲେସିସ୍ ସେବା ଆରମ୍ଭ ହୋଇଥିଲା। ଏହି ସେବା ଯୋଗାଇ ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଥିଲା।
ପ୍ରଥମ ପର୍ଯ୍ୟାୟରେ ଏହି ସେବା ସମସ୍ତ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଆରମ୍ଭ ହୋଇଥିଲା। ଏବେ ୫ଟି ଉପକ୍ରମରେ ଏହାକୁ ଉପଜିଲ୍ଲା ସ୍ତରୀୟ ଡାକ୍ତରଖାନା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ଉପଜିଲ୍ଲା ସ୍ତରରେ ୩୨ ଡାଏଲେସିସ୍ କେନ୍ଦ୍ର ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରୋଗୀଙ୍କୁ ମାଗଣା ଡାଏଲେସିସ୍ ସେବା ଦେବା ପାଇଁ ରାଜ୍ୟ ସରକାର ବର୍ଷକୁ ୫୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସେ କହିଛନ୍ତି। ପୂର୍ବରୁ ୨୦୧୮ ବର୍ଷରେ ରାଜ୍ୟ ସରକାର ‘ସହାୟ-ଦେୟମୁକ୍ତ ଡାଏଲେସିସ୍ ସେବା’ ଆରମ୍ଭ କରିଥିଲେ। ଏଥିରେ ମେଡିକାଲ କଲେଜ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୩୬ ଡାଏଲେସିସ୍ କେନ୍ଦ୍ର ଖୋଲିଥିଲେ। ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟରେ ଉପଜିଲ୍ଲା ସ୍ତରରେ ୩୨ ଡାଏଲେସିସ୍ କେନ୍ଦ୍ର ଖୋଲା ଯିବାର ଲକ୍ଷ୍ୟ ରହିଛି। ଯେଉଁଥିରୁ ମୁଖ୍ୟମନ୍ତ୍ରୀ ୧୬ ଡାକ୍ତରଖାନାକୁ ଲୋକାର୍ପିତ କରିଛନ୍ତି। ଏହି କେନ୍ଦ୍ର ହେଉଛି ଖୋର୍ଦ୍ଦା, ପାଲଲହଡା, ତାଳଚେର, ସୋର,କାମକ୍ଷାନଗର, ହିନ୍ଦୋଳ, ଧର୍ମଗଡ, ଗୁଣୁପୁର, ବାଲିଗୁଡା, ଆନନ୍ଦପୁର, ଚମ୍ପୁଆ, ବଣାଇଗଡ, ରାଇରଙ୍ଗପୁର, ଉଦଳା, ତିଗିରିଆ, ଡୁଙ୍ଗୁରୁପାଲି। ଏହି ସମ୍ପ୍ରସାରଣ ଦ୍ୱାରା ୬୮ ଡାଏଲେସିସ୍ କେନ୍ଦ୍ରରେ ବର୍ଷକୁ ୩.୭୦ ଲକ୍ଷ ସେସନ୍ ଡାଏଲେସିସ୍ ହୋଇପାରିବ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୫୦ କୋଟି ଟଙ୍କା ଖର୍ଚ୍ଚ କରିବେ।