Odisha Civil Services 2021 final result: ସୋମବାର ଦିନ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରିକ୍ଷାରେ ସୁଦେବ କୁମାର ପୃଷ୍ଟି (Sudev Prusty topper) ଟପ୍ପର ହୋଇଛନ୍ତି । ପରୀକ୍ଷାରେ ସୁଚିସ୍ମିତା ପାଣିଗ୍ରାହୀ ଦ୍ୱିତୀୟ ଓ ପ୍ରଣବ ରଂଜନ ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏଥିରେ ୧୬୪ ମହିଳାଙ୍କ ସହ ମୋଟ ୪୩୨ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୫ ପୁଅ ଓ ୫ ଜଣ ଝିଅ ରହିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଚତୁର୍ଥ ସ୍ଥାନରେ ବୈଶାଖୀ ଲେଙ୍କା ଥିବାବେଳେ, ପଞ୍ଚମ ସ୍ଥାନରେ ଶ୍ୱେତଲିନା ମାହାନା ଓ ଷଷ୍ଠ ସ୍ଥାନରେ ଅଛନ୍ତି ଅଗ୍ନିଜା ଶିବଦତ୍ତା ରହିଛନ୍ତି । ଅନ୍ୟପଟେ ସପ୍ତମ ସ୍ଥାନରେ ସନ୍ତୋଷ କୁମାର ପାତ୍ର ଅଷ୍ଟମ, ନବମ ଓ ଦଶମ ସ୍ଥାନରେ ଯଥାକ୍ରମେ ମୀମାଂସା ସାହୁ, ବିନ୍ଦୁ ବଳୟ ରାଉତରାୟ, ସୌମ୍ୟରଂଜନ ମହାପାତ୍ର ରହିଛନ୍ତି ।


ଏଠାରେ ଦେଖନ୍ତୁ ଶ୍ରେଷ୍ଠ ୨୦ ଜଣଙ୍କ ଲିଷ୍ଟ:


  1. ସୁଦେବ କୁମାର ପୃଷ୍ଟି

  2. ସୁଚିସ୍ମିତା ପାଣିଗ୍ରାହୀ

  3. ପ୍ରଣବ ରଂଜନ ସାହୁ

  4. ବୈଶାଖୀ ଲେଙ୍କା

  5. ଶ୍ୱେତଲିନା ମାହାନା

  6. ଅଗ୍ନିଜା ଶିବଦତ୍ତା

  7. ସନ୍ତୋଷ କୁମାର ପାତ୍ର

  8. ମୀମାଂସା ସାହୁ

  9. ବିନ୍ଦୁ ବଳୟ ରାଉତରାୟ

  10. ସୌମ୍ୟରଂଜନ ମହାପାତ୍ର 

  11. ସଂଗ୍ରାମ ମିଶ୍ର

  12. ଜୟଜିତ ଧଲ

  13. ସୋମ୍ୟା ଶୁଭମ ପାଣି

  14. ମଧୁସ୍ମିତା ସାମଲ

  15. ସ୍ୱାଗତିକା ମୋହାନ୍ତି

  16. ସୁମନ ଘୋଷ 

  17. ଦେବସ୍ମିତା ମଲ୍ଲିକ

  18. ପ୍ରତୀକ କର

  19. ଲିପ୍ସା ଭାରତୀ

  20. ଭର୍ତୃହରି ଭୁଁୟା


କିପରି ଡାଉନଲୋଡ୍ କରିବେ OAS ରେଜଲ୍ଟ?
ନିମ୍ନରେ ଦିଆଯାଇଥିବା ଷ୍ଟେପ୍ ଗୁଡିକ ଫଲ୍ଲୋ କରି ଆପଣ ଆପଣଙ୍କର ଫଳାଫଳ ଚେକ୍ କରିପାରିବେ:


  • OPSC ର ଅଫିସିଆଲ୍ ୱେବସାଇଟ୍ - opsc.gov.in ଭିଜିଟ୍ କରନ୍ତୁ ।

  • ଏହାପରେ "Results" ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ ।

  • ଏହାପରେ 'OCS' ଲିଙ୍କରେ 'Recommendation Notice- Recruitment to the post of Odisha Civil Services, 2021 (Advt. No. 25 of 2021-22)' କ୍ଲିକ୍ କରନ୍ତୁ '।

  • ଏହାପରେ ଓଡ଼ିଶା OCS ଫଳାଫଳ PDF ଡାଉନଲୋଡ୍ କରନ୍ତୁ ।

  • ଆପଣଙ୍କ ରେଜଲ୍ଟ ପରଦାରେ ପ୍ରଦର୍ଶିତ ହେବ ।

  • ବର୍ତ୍ତମାନ ପ୍ରାର୍ଥୀଙ୍କ ରୋଲ୍ ନମ୍ବର ଓ ନାମ ଯାଞ୍ଚ କରନ୍ତୁ ।


କହିରଖୁଛୁ ଯେ ୨୧ ଫେବୃଆରୀ ୨୦୨୩ ରୁ ୧୮ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ମୁଖ୍ୟ ଲିଖିତ ପରୀକ୍ଷା ଓ ୧୫ ଜୁଲାଇରୁ ୨୫ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ସାକ୍ଷାତକାରକୁ ଆଧାରରେ ଓଡ଼ିଶଆ ସିଭିଲ ସର୍ଭିସେସ୍ ପରୀକ୍ଷା ୨୦୨୧ ର ଫଳାଫଳ ପ୍ରସ୍ତୁତ କରାଯାଇଛି ।


ଏହା ବି ପଢ଼ନ୍ତୁ: Viceroy Territory: ଭାରତୀୟ ବିମାନରେ କାହିଁକି ଲେଖାଯାଇଛି ଭିଟି, ଏହାର ଅର୍ଥ କ’ଣ?


ଏହା ବି ପଢ଼ନ୍ତୁ: EPF e-nomination: ମୃତ୍ୟୁ ପରେ PF ରେ ଜମା ହୋଇଥିବା ଟଙ୍କା ସହିତ କ’ଣ ହୁଏ; ଏହି ଲକ୍ଷ ଲକ୍ଷ ଟଙ୍କାର କିଏ ହୁଏ ମାଲିକ?