East Coast Railway Preparation for MICHAUNG Cyclone: ପୂର୍ବତଟ ରେଳବାଇ ବାତ୍ୟା "ମିଚାଓଙ୍ଗ୍" ଏବଂ ଏହାର ପ୍ରଭାବରେ ସାମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ଭୂମି କାର୍ଯ୍ୟ ରକ୍ଷଣାବେକ୍ଷଣର ପ୍ରସ୍ତୁତି କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ ବିପର୍ଯ୍ୟୟର ପରିଚାଳନାର ଅଭିଜ୍ଞତାର ସୁଯୋଗ ନେଇ ପୂର୍ବତଟ ରେଳପଥ ମଧ୍ୟରେ ଯଦି ବାତ୍ୟା ମିଚାଓଙ୍ଗ୍ ଦ୍ୱାରା ଟ୍ରେନ୍ ଟ୍ରାଫିକ୍ ଏବଂ ରେଲୱେ ଟ୍ରାକ ପ୍ରଭାବିତ ହୁଏ ତାହେଲେ ତାହାର ଶୀଘ୍ର ପୁନରୁଦ୍ଧାର ପାଇଁ ଯୋଜନା କରିଛି। ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନ ସହିତ ରେଳ ମଣ୍ଡଳ ମୁଖ୍ୟାଳୟ ବିଶାଖାପାଟନମ୍, ଖୋର୍ଦ୍ଧା ରୋଡ୍ ଏବଂ ସମ୍ବଲପୁର ଠାରେ ୨୪ ଘଣ୍ଟିଆ ବିପର୍ଯ୍ୟୟ ପରିଚାଳନା ସେଲ୍ ଖୋଲାଯାଇଛି। 


COMMERCIAL BREAK
SCROLL TO CONTINUE READING

ସମ୍ବେଦନଶୀଳ ସ୍ଥାନର ନିରନ୍ତର ମନିଟରିଂ ଏବଂ ଟ୍ରାକ୍, ସିଗନାଲ୍ ସିଷ୍ଟମ୍ ଏବଂ ଓଭର ହେଡ଼ ବିଦ୍ୟୁତ ସରବରାହ ଭଳି ସେବାର ଶୀଘ୍ର ପୁନରୁଦ୍ଧାର ପାଇଁ ସତର୍କ ରହିବାକୁ କୁହାଯାଇଛି।  ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ମନୋଜ ଶର୍ମା ବିଭାଗୀୟ ଅଧିକାରୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ସହିତ ଶୀଘ୍ର କାର୍ଯ୍ୟ ସମ୍ପାଦନ କରିବାକୁ କହିଛନ୍ତି। ବାତ୍ୟା "ମିଚାଓଙ୍ଗ୍" ପାଇଁ ରେଳବାଇ ପକ୍ଷରୁ ଜାରି ହୋଇଛି ହେଲପ୍ ଲାଇନ ନମ୍ବର। ପାଟ୍ରୋଲିଂ ଏବଂ ଜଗୁଆଳିଙ୍କୁ ସମ୍ବେଦନଶୀଳ ସ୍ଥାନରେ ନିୟୋଜନ କରାଯାଇଛି। ରେଳ ମଣ୍ଡଳ ମୁଖ୍ୟାଳୟରେ ମଧ୍ୟ ଅତିରିକ୍ତ କଣ୍ଟ୍ରୋଲ୍ ରୁମ୍ ଏବଂ ବିପର୍ଯ୍ୟୟ ପରିଚାଳନା ସେଲ୍ ଖୋଲାଯିବ।


ପୂର୍ବତଟ ରେଳବାଇ ପକ୍ଷରୁ ଜାରି ହୋଇଥିବା ହେଲପ୍ ଲାଇନ ନମ୍ବର
ଭୁବନେଶ୍ୱର: ୦୬୭୪-୨୩୦୧୫୨୫, ୦୬୭୪-୨୩୦୧୬୨୬, ୦୬୭୪-୨୩୦୩୦୬୦ 


ବାତ୍ୟା "ମିଚାଓଙ୍ଗ୍" ପାଇଁ ବାତିଲ୍ ହୋଇଥିବା ଟ୍ରେନ୍
ସାମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲିର ବିଜ୍ଞପ୍ତି ସହିତ ଆଉ କିଛି ଟ୍ରେନ୍ ବାତିଲ କରାଯାଇଛି। ବାତ୍ୟା "ମିଚାଓଙ୍ଗ୍" ପାଇଁ ବାତିଲ ହୋଇଥିବା ଟ୍ରେନ ତାଲିକା ନିମ୍ନରେ ପ୍ରଦାନ କରାଗଲା।


  • ୧୭୪୮୨ ତିରୁପତି-ବିଳାସପୁର ଏକ୍ସପ୍ରେସ ତିରୁପତି ଠାରୁ ୨୦୨୩ ଡିସେମ୍ବର ୩ ତାରିଖରେ ବାତିଲ ହୋଇଛି।

  • ୧୭୪୮୧ ବିଳାସପୁର-ତିରୁପତି ଏକ୍ସପ୍ରେସ ବିଳାସପୁର ଠାରୁ ୨୦୨୩ ଡିସେମ୍ବର ୫ ତାରିଖରେ ବାତିଲ ହୋଇଛି।

  • ୧୭୪୮୦ ତିରୁପତି-ପୁରୀ ଏକ୍ସପ୍ରେସ ତିରୁପତି ଠାରୁ ୨୦୨୩ ଡିସେମ୍ବର ୪ ତାରିଖରେ ବାତିଲ ହୋଇଛି।

  • ୧୭୪୭୯ ପୁରୀ-ତିରୁପତି ଏକ୍ସପ୍ରେସ ପୁରୀ ଠାରୁ ୨୦୨୩ ଡିସେମ୍ବର ୬ ତାରିଖରେ ବାତିଲ ହୋଇଛି।

  • ୧୨୫୦୯ ବେଙ୍ଗାଲୁରୁ-ଗୌହାଟୀ ଏକ୍ସପ୍ରେସ ବେଙ୍ଗାଲୁରୁ ଠାରୁ ୨୦୨୩ ଡିସେମ୍ବର ୬ ଏବଂ ୭ ତାରିଖରେ ବାତିଲ ହୋଇଛି।

  • ୧୮୧୯୦ ଏର୍ଣ୍ଣାକୁଲମ -ଟାଟା ଏକ୍ସପ୍ରେସ ଏର୍ଣ୍ଣାକୁଲମ ଠାରୁ ୨୦୨୩ ଡିସେମ୍ବର ୬ ତାରିଖରେ ବାତିଲ ହୋଇଛି।