Oyo founder Ritesh Agarwal Wedding: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓୟୋ ରୁମ୍ସ ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲ(OYO Founder Ritesh Agarwal)। ଚଳିତ ବର୍ଷ ମାର୍ଚ୍ଚ ମାସରେ ପଡ଼ିବ ଓୟୋ ଫାଉଣ୍ତରଙ୍କ ହାତଗଣ୍ଠି । ଜୀବନର ନୂଆ ଆରମ୍ଭ କରିବାକୁ ଯାଉଥିବା ଓଡ଼ିଶାର ଏହି କୋଟିପତି ଯୁବ ଉଦ୍ୟୋଗୀ ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ବିବାହ ନେଇ ନିମନ୍ତ୍ରଣ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ରିତେଶ ଅଗ୍ରୱାଲଙ୍କ ସହ ତାଙ୍କ ମାଆ ଓ ଭାବି ପତ୍ନୀ ମଧ୍ଯ ଯାଇଥିଲେ  ।


COMMERCIAL BREAK
SCROLL TO CONTINUE READING

ପ୍ରକାଶ ଥାଉ କି, ରିତେଶ ତାଙ୍କ ଟ୍ବଟରେ ଆକାଉଣ୍ଟରେ ମୋଦିଙ୍କ ସହ ସାକ୍ଷାତ କରିବା ସମୟରେ ଫୋଟ ସେୟାର କରିଛନ୍ତି । ଗୋଟିଏ ଫଟୋରେ ରିତେଶ ଓ ତାଙ୍କ ଭାବି ପତ୍ନୀ ଜୀବନର ନୂଆ ଆରମ୍ଭ ପାଇଁ ମୋଦିଙ୍କ ପାଦ ଛୁଇଁ ଆର୍ଶବାଦ ନେଉଥିବା ଦେଖିବାକୁ ମିଳିଛି । ଏଥିରେ ସେ ଲେଖିଛନ୍ତି ଯେ, ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆର୍ଶବାଦରେ ଆମେ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛୁ । ଆମକୁ ସେ ଯେଉଁଭଳି ଭାବେ ସ୍ବାଗତ କଲେ ମୁଁ ତାହାକୁ ଶଦ୍ଦରେ ମଧ୍ଯ ପ୍ରକାଶ କରିପାରିବି ନାହିଁ ।


 


ଅନ୍ୟଏକ ଫଟୋ ସେୟାର କରି ସେ ଲେଖିଛନ୍ତି, ମୋ ମାଆ, ଯିଏ ମହିଳା ସଶକ୍ତିକରଣ ଓ ଗୀତ ପାଇଁ ଦୂରଦୃଷ୍ଟିରେ ଅନୁପ୍ରାଣିତ । ଏହି ସାକ୍ଷାତକାର ହୃଦୟସ୍ପର୍ଶୀ ଥିଲା । ଆପଣଙ୍କ ମୂଲ୍ୟବାନ ସାମୟ ପାଇଁ ବହୁତ ବହୁତ ଧନ୍ୟବାଦ ଓ ଶୁଭେଚ୍ଛା ।



 


 


ସୂଚନା ଅନୁଯାୟୀ, ଦିଲ୍ଲୀର ପଞ୍ଚତାରକା ହୋଟେଲରେ ଏହି କୋଟିପଟି ଯୁବ ଉଦ୍ୟୋଗୀଙ୍କ ବିବାହ ଭୋଜି ଅନୁଷ୍ଠିତ ହେବ । ରିତେଶ ରାୟଗଡ଼ା ଜିଲ୍ଲା ବିଷମକଟକର ଏକ ମାରୱାଡ଼ି ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୧୧ ମସିହାରେ ପାଠ ପଢିବା ପାଇଁ ଦିଲ୍ଲୀ ଚାଲିଯାଇଥିଲେ । ମାତ୍ର ଦୁଇବର୍ଷ ପରେ ସେ ପାଠପଢା଼ ଛାଡ଼ିଦେଇଥିଲେ । ପରେ ମାତ୍ର ୧୯ ବର୍ଷରେ ସେ ବଜେଟ ହୋଟେଲ ରୁମ୍ ର ଅନଲାଇନ ଏଗ୍ରିଗେଟର ଓୟୋ ରୁମ ପ୍ରତିଷ୍ଠା କରିଥିଲେ । ୨୦୨୦ ମସିହାରେ ତାଙ୍କ ସମ୍ପତ୍ତିର ପରିମାଣ ପାଖାପାଖି $1.1 ବିଲିୟନ୍ (7253 କୋଟି ଟଙ୍କା) ହେବ ବୋଲି ହୁରୁନ୍ ରିଚ୍ ଲିଷ୍ଟ୍ ୨୦୨୦ ଅନୁସାରେ ଆକଳନ କରାଯାଇଥିଲା। ସେହିବର୍ଷ ଫେବୃୟାରୀ ସୁଦ୍ଧା ସେ ବିଶ୍ୱର ସର୍ବକନିଷ୍ଠ ସ୍ୱୟଂ-ନିର୍ମିତ କୋଟିପତି ହୋଇପାରିଥିଲେ ।


Also Read-Bank Balance: ସାର୍ବଜନୀନ ହୋଇଯିବ ଆପଣଙ୍କ ସଞ୍ଚିତ ଅର୍ଥରାଶିର ତଥ୍ୟ, ଯଦି କରନ୍ତି ଏପରି କାମ


Also Read-Blue tick Fees: ଟ୍ୱିଟର ରାସ୍ତାରେ ଫେସବୁକ, ବ୍ଲୁ ଟିକ୍ ପାଇଁ ଟ୍ୱିଟର ଠାରୁ ଏତିକି ଅଧିକ ଟଙ୍କା ୟୁଜର