Swayam Scheme 2024: ଉଦିୟମାନ ଯୁବକଯୁବତୀଙ୍କୁ ଉଦ୍ୟୋଗ କ୍ଷେତ୍ରରେ ଆଗକୁ ବଢ଼ାଇବା ପାଇଁ ରାଜ୍ୟ ସରକାର ନିକଟରେ 'ସ୍ୱୟମ୍' ଯୋଜନାର ଘୋଷଣା କରିଥିଲେ। ରାଜ୍ୟ ସରକାର ଏହି ଯୋଜନାରେ ବିନା ସୁଧରେ ୧ ଲକ୍ଷ ଟଙ୍କା ଋଣ ଦେବାର ବ୍ୟବସ୍ଥା କରିଛନ୍ତି। ଏହା ଯୋଜନା ପାଇଁ ଆବେଦନ ପ୍ରକ୍ରିୟା ୨୩ ଫେବ୍ରୁଆରିରୁ ଆରମ୍ଭ ହୋଇସାରିଛି। ଆପଣ ଉଭୟ ଅନଲାଇନ୍ ଓ ଅଫଲାଇନ୍ ରେ ମାଧ୍ୟମରେ ଏହାର ଆବେଦନ କରିପାରିବେ। ଋଣର ସମସ୍ତ ସୁଧହାର ରାଜ୍ୟ ସରକାର ବହନ କରିବେ। ଏହା ସହ ଋଣ ପରିଶୋଧର ସମୟ ୪ ବର୍ଷ ରଖାଯାଇଛି।


COMMERCIAL BREAK
SCROLL TO CONTINUE READING

ଆବେଦନ କରିବା ପାଇଁ ଆବଶ୍ୟକ ଏହି କାଗଜ ପତ୍ର:


  • ଆବେଦନକାରୀଙ୍କ ପାସ୍‌ପୋର୍ଟ ସାଇଜ ଫଟୋ 

  • ବୟସ ପ୍ରମାଣପତ୍ର (ଆଧାର କାର୍ଡ/ ଭୋଟର କାର୍ଡ/ ପ୍ୟାନ୍‌ କାର୍ଡ/ ଜନ୍ମ ପ୍ରମାଣପତ୍ର) 

  • ବାସସ୍ଥାନ ପ୍ରମାଣପତ୍ର (ଆଧାର କାର୍ଡ/ ତହସିଲଙ୍କ ଦ୍ୱାରା ପ୍ରାପ୍ତ ବାସସ୍ଥାନ ପ୍ରମାଣପତ୍ର/ ଭୋଟର କାର୍ଡ/ ଡ୍ରାଇଭିଂ ଲାଇସେନ୍ସ/ ବିଦ୍ୟୁତ ବିଲ୍/ ରାସନ କାର୍ଡ) 

  • ବାର୍ଷିକ ଆୟ ପ୍ରମାଣପତ୍ର/ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ/ କାଳିଆ ଯୋଜନା କାର୍ଡ 

  • UDYAM ରେଜିଷ୍ଟ୍ରେସନ/ ଆସିଷ୍ଟେଡ ସାର୍ଟିଫିକେଟ

  • ଜାତି/ ଭିନ୍ନକ୍ଷମ ପ୍ରମାଣପତ୍ର 

  • ସହରାଞ୍ଚଳ କିନ୍ନରଙ୍କ ଦ୍ବାରା ଘୋଷଣାପତ୍ର


ଏହା ରହିବା ଉଚିତ୍ ଯୋଗ୍ୟତା: (Swayam Yojana Eligibility)


  • ଆବେଦନକାରୀଙ୍କ ବୟସ ୧୮ ରୁ ୩୫ ବର୍ଷ ମଧ୍ୟରେ ହୋଇଥିବ 

  • ଅନୁସୂଚିତ ଜାତି/ ଜନଜାତି/ ଭିନ୍ନକ୍ଷମ/ କିନ୍ନର ଋଣଗ୍ରହୀତାଙ୍କ ପାଇଁ ସର୍ବୋଚ୍ଚ ବୟସସୀମା ୪୦ ବର୍ଷ

  • 'କାଳିଆ', ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ପରିବାର କିମ୍ବା ଗ୍ରାମାଞ୍ଚଳରେ ୨ ଲକ୍ଷ ଟଙ୍କା ଏବଂ ସହରାଞ୍ଚଳରେ ୩ ଲକ୍ଷ ଟଙ୍କାରୁ କମ୍‌ ବାର୍ଷିକ ଆୟ ଥିବା ପରିବାର

  • 'ଉଦ୍ୟମ' ଯୋଜନାରେ ପଞ୍ଜିକୃତ କିମ୍ବା ସହାୟକ ନମ୍ବରଧାରୀ ଯୁବକଯୁବତୀ


କିପରି କରିବେ ଆବେଦନ: (How to apply for Odisha Swayam Yojana 2024?)


  • ଆବେଦନକାରୀ ଅଫିସିଆଲ୍ ୱେବ୍‌ସାଇଟ୍‌ https://swayam.odisha.gov.in/loan/apply_form_loan.php ଅଥବା 'ମୋ ସେବା କେନ୍ଦ୍ର' ସହାୟତାରେ ଆବେଦନ କରିପାରିବେ।

  • ସହରାଞ୍ଚଳ ଆବେଦନକାରୀ ନିଜ ଋଣ ଦରଖାସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ/ ପୌର ପରିଷଦ/ ମହାନଗର ନିଗମ କାର୍ଯ୍ୟାଳୟରେ ମଧ୍ୟ ଦାଖଲ କରିପାରିବ।

  • ଆବେଦନକାରୀ ଯେଉଁ ବ୍ୟାଙ୍କରୁ ଋଣ ନେବାକୁ ଇଛୁକ, ତାହା ଆବେଦନ ସମୟରେ ଦର୍ଶାଇବେ।

  • ଆବେଦନ ପ୍ରକ୍ରିୟା ୨୩ ଫେବ୍ରୁଆରିରୁ ଆରମ୍ଭ ହୋଇସାରିଛି