Odisha Govt revised the risk allowance for Radiographers: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ରେଡିଓଗ୍ରାଫର ଙ୍କ ମାସିକ ବିପଦକାଳୀନ ଭତ୍ତାକୁ ବୃଦ୍ଧି କରିଛନ୍ତି ଓଡ଼ିଶା ସରକାର। ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦଆଯାଇଛି ସୂଚନା। ଏନେଇ ବିଭାଗ ପକ୍ଷରୁ ସୋସିଆଲ ମିଡ଼ିଆ ଆପ୍ ଏକ୍ସ ମାଧ୍ୟମରେ ଅବଗତ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ କାର୍ଯ୍ୟ କରୁଥିବା ରେଡିଓଗ୍ରାଫର ଙ୍କ ପାଇଁ ମାସିକ ବିପଦ କାଳୀନ ଭତ୍ତାକୁ ୧୫୦ ଟଙ୍କାରୁ ୧୨୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ଓଡିଶା ସରକାର। ଏହି ବିଭାଗ ଅଧିନରେ ସମ୍ଭାବ୍ୟ ସ୍ୱାସ୍ଥ୍ୟ ବିପଦ ସଂକେତରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ କ୍ଷେତ୍ରରେ ବିପଦକାଳୀନ ଭତ୍ତାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ କାର୍ଯ୍ୟ କରୁଥିବା ରେଡିଓଗ୍ରାଫର ଙ୍କୁ ମୂଳ ଦରମାର ୨୦ ପ୍ରତିଶତ ଏବଂ ସର୍ବାଧିକ ସୀମା ସହିତ ମାସିକ ୧୫୦ ଟଙ୍କାର ବିପଦକାଳୀନ ଭତ୍ତା ପ୍ରଦାନ କରାଯାଉଛି। 


ବିପଦ କାଳୀ ଭତ୍ତା ବୃଦ୍ଧି କରିବା ପାଇଁ ରେଡିଓଗ୍ରାଫର ଙ୍କ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ବିଚାର କରିଥିଲେ ରାଜ୍ୟ ସରକାର। ଏନେଇ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ରେଡିଓଗ୍ରାଫର ଙ୍କୁ ମାସିକ ୧୫୦ ଟଙ୍କାରୁ ୧୨୦୦ ଟଙ୍କାର ବିପଦକାଳୀନ ଭତ୍ତା ପ୍ରଦାନ କରାଯିବ। ଏହି ଆଦେଶ ଓଡିଶା ଗେଜେଟ ପ୍ରକାଶିତ ହେବା ତାରିଖରୁ କାର୍ଯ୍ୟକାରୀ ହେବ।